Advertisment

Rostering Rule Fallout: କ୍ରୁ ରୋଷ୍ଟରିଂ ରୁଲ୍ ପାଇଁ ଦେଶବ୍ୟାପୀ ଶହ ଶହ ବିମାନ ବାତିଲ୍, ତଦନ୍ତ ଏବଂ ସମୀକ୍ଷା ପାଇଁ କମିଟି ଗଢ଼ିଲା ଡିଜିସିଏ

ଜରୁରୀ କାମରେ ବାହାରିଥିବା ଯାତ୍ରୀ ଏୟାରପୋର୍ଟରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହିଛନ୍ତି। ଯାତ୍ରୀମାନେ ରେଲୱେ ଷ୍ଟେସନରେ ଅପେକ୍ଷା କରିବା ଭଳି ଏୟାରପୋର୍ଟ ପରିସରରେ ବସିବା ସହ ଶୋଉଛନ୍ତି। ଏଣେତେଣେ ଗଦା ଗଦା ହୋଇ ପଡ଼ିଛି ଯାତ୍ରୀଙ୍କ ଲଗେଜ୍ ବ୍ୟାଗ।

INDIGO

INDIGO Photograph: (OTV)

Advertisment

ଇଣ୍ଡିଗୋ ବିମାନରେ ଟିକଟ କରି ନାକେଦମ ଯାତ୍ରୀ। ଭୁବନେଶ୍ବରରୁ ଦିଲ୍ଲୀ ସହ ଦେଶର ପ୍ରମୁଖ ସହରରେ ଯାତ୍ରୀଙ୍କ ମଧ୍ୟରେ ନାହିଁ ନଥିବା ଅସନ୍ତୋଷ। ଏହାରି ଭିତରେ ଏୟାରଲାଇନ୍ସକୁ ବଡ଼ ଆଶ୍ବାସନା ମିଳିଛି। ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନ ବା କ୍ରୁ ରୋଷ୍ଟରିଂ ରୁଲକୁ ଡିଜିସିଏ ପ୍ରତ୍ୟାହାର କରିବା ପରେ ଏବେ ବିମାନ ଉଡାଣ ସ୍ବାଭାବିକ ହୋଇପାରେ ବୋଲି ଆଶା କରାଯାଉଛି। ସେପଟେ ବିମାନ ବାତିଲ ନେଇ ଦୁଃଖ ପ୍ରକାଶ କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ। ..

Advertisment

ସରିଥିଲା ବାହାଘର, ହୋଇଥାଆନ୍ତା ରିସେପସନ୍ । ବାତିଲ ହେଲା ଫ୍ଲାଇଟ, ରହିଗଲେ ନବ ଦମ୍ପତି ।
ଶେଷରେ ଭର୍ଚୁଆଲରେ ହେଲା ରିସେପସନ୍ । ନାକେଦମ କଲାଣି ଇଣ୍ଡିଗୋ, ଚରମରେ ଯାତ୍ରୀ ଯନ୍ତ୍ରଣା ।
ଜାକଜମକରେ ଭୁବନେଶ୍ବରରେ ହେଲା ବାହାଘର। ନଭେମ୍ବର ୨୩ରେ ଭୁବନେଶ୍ବରର ସଙ୍ଗମ ଦାସ ଓ ବେଙ୍ଗାଳୁରୁ ହୁବଲୀର ମେଧା କ୍ଷୀରସାଗରଙ୍କ ମଧ୍ୟରେ ବାହାଘର ହୋଇଥିଲା। ୩ ତାରିଖରେ ଥିଲା ରିସେପ୍ସନ। ମେଧାଙ୍କ ହୋମ୍ ଟାଉନ କର୍ଣ୍ଣାଟକ ହୁବଲୀରେ ଏନେଇ ଭବ୍ୟ ଆୟୋଜନ ହୋଇଥିବା ବେଳେ ସେଇଦିନ ଭୋର୍ ୪ଟାରେ ସେମାନେ ଯିବାକୁ ଥିବା ବିମାନକୁ ବାତିଲ କରିଥିଲା ଇଣ୍ଡିଗୋ। ଫଳରେ କିଛି ବାଟ ନପାଇ ଶେଷରେ ଏମିତି ଭିଡିଓ କନଫରେନ୍ସିଂରେ ନିଜ ରିସେପ୍ସନ ପାର୍ଟିରେ ଯୋଗ ଦେଲେ ଆଇଟି କମ୍ପାନୀରେ କାର୍ଯ୍ୟରତ ନବ ଦମ୍ପତି। କେବଳ ଏଇ ନବ ଦମ୍ପତି ନୁହନ୍ତି ଇଣ୍ଡିଗୋ ବିମାନ ଉଡ଼ାଣରେ ବିଭ୍ରାଟରୁ ଏମିତି ହନ୍ତସନ୍ତ ହୋଇଛନ୍ତି ହଜାର ହଜାର ଯାତ୍ରୀ। 

ଅନ୍ୟ ବିମାନ ଗୁଡ଼ିକର ଟିକଟ୍ ଦର ବି ଆକାଶଛୁଆଁ

ଜରୁରୀ କାମ ପାଇଁ କିଏ କ୍ୟାବ କରି ଭୁବନେଶ୍ବରରୁ କୋଲକାତା ନିଜ ଘରକୁ ଫେରୁଛି ତ କିଏ ୫ ଗୁଣା ଟଙ୍କା ଦେଇ ଅନ୍ୟ ଫ୍ଲାଇଟରେ ଯିବାକୁ ବାଧ୍ୟ ହେଉଛି। ସେପଟେ କ୍ରମାଗତ ଚତୁର୍ଥ ଦିନ ପାଇଁ ବିମାନ ବାତିଲ ପରେ ଭୁବନେଶ୍ବର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଥିବା ଇଣ୍ଡିଗୋ ଟିକେଟ କାଉଣ୍ଟରର ଦୃଶ୍ୟ ନକହିଲେ ଭଲ। କେତେବେଳେ ନିଜ ଫ୍ଲାଇଟ ଚାଲିବ ସେନେଇ ବୁଝିବାକୁ ଭିଡ଼ ଲଗାଇଛନ୍ତି। ଯାତ୍ରୀଙ୍କ ଭିତରେ ପ୍ରବଳ ଅସନ୍ତୋଷ ଓ ଆକ୍ରୋଶ ଦେଖିବାକୁ ମିଳିଛି। 

Advertisment

ଜରୁରୀ କାମରେ ବାହାରିଥିବା ଯାତ୍ରୀ ଏୟାରପୋର୍ଟରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ରହିଛନ୍ତି। ଯାତ୍ରୀମାନେ ରେଲୱେ ଷ୍ଟେସନରେ ଅପେକ୍ଷା କରିବା ଭଳି ଏୟାରପୋର୍ଟ ପରିସରରେ ବସିବା ସହ ଶୋଉଛନ୍ତି। ଏଣେତେଣେ ଗଦା ଗଦା ହୋଇ ପଡ଼ିଛି ଯାତ୍ରୀଙ୍କ ଲଗେଜ୍ ବ୍ୟାଗ। ଗତକାଲି ଭୁବନେଶ୍ବରରୁ ଇଣ୍ଡିଗୋର ୧୪ଟି ବିମାନ ବାତିଲ ହୋଇଥିବା ବେଳେ ଆଜି ୧୧ଟି ବିମାନ ବାତିଲ ହୋଇଛି। 

ଦିଲ୍ଲୀ ଏୟାରପୋର୍ଟରୁ ସବୁ ବିମାନ ବାତିଲ୍ ହୋଇଥିବା ବେଳେ ଏୟାରପୋର୍ଟରେ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଛି। ଯାତ୍ରୀଙ୍କ ସୁରକ୍ଷା ନେଇ ବିମାନ କମ୍ପାନୀଗୁଡ଼ିକ ପାଇଁ କେନ୍ଦ୍ର ସରକାର ଫ୍ଲାଇଟ୍ ଡ୍ୟୁଟି ଟାଇମ୍ ଲିମିଟେସନ ବା କ୍ରିୟୁ ରୋଷ୍ଟରିଂ ରୁଲରେ ପରିବର୍ତ୍ତନ ଆଣିବା ପରେ, ଏଇ ନିୟମରେ ଫସିଯାଇଛି ଇଣ୍ଡିଗୋ। ସେପଟେ ଉଡ଼ାଣ ବିଭ୍ରାଟ ପରେ ନିଷ୍ପତ୍ତି ପ୍ରତ୍ୟାହାର କରିଛି DGCA। ଏୟାରଲାଇନ୍ସ ଗୁଡିକର ଅନୁରୋଧ ପରେ ନିଷ୍ପତ୍ତିରେ ପରିବର୍ତ୍ତନ ହୋଇଛି। ସେପଟେ ଏନେଇ ଉଦବେଗ ପ୍ରକାଶ କରିଛନ୍ତି ଟୁର ଅପରେଟର।... 

Advertisment

ଏହାରି ଭିତରେ ବିମାନ ବାତିଲ ଯୋଗୁଁ ଯାତ୍ରୀଙ୍କ ଅସୁବିଧା ପାଇଁ ଦୁଃଖ ପ୍ରକାଶ କରିଛନ୍ତି ଇଣ୍ଡିଗୋ କର୍ତ୍ତୃପକ୍ଷ। ସମସ୍ତ ଯାତ୍ରୀଙ୍କ ପାଇଁ ଖାଇବା ଓ ରହିବା ସୁବିଧା କରାଯାଇଥିବା କମ୍ପାନୀ ପକ୍ଷରୁ କୁହାଯାଇଛି।  ତେବେ ନୂଆ ନିୟମ ପ୍ରତ୍ୟାହୃତ ହେବା ପରେ ଇଣ୍ଡିଗୋର ବିମାନ ଚଳାଚଳ କେବେ ସ୍ବାଭାବିକ ହେଉଛି ତାକୁ ଅପେକ୍ଷା।... 

Air Passengers IndiGo Flight
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ