Advertisment

2 Student Slaps Teacher: ଚାଲିଥିଲା ପରୀକ୍ଷା, ଶିକ୍ଷୟିତ୍ରୀଙ୍କ ଗାଲରେ ଚାପୁଡ଼ା ମାରିଲା ଛାତ୍ର

ଗୁରୁଙ୍କୁ ଜଣେ +୨ ଛାତ୍ର ମାଡ଼ ମାରିବା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଛାତ୍ର ଜଣକ ପରୀକ୍ଷାରେ ବିଳମ୍ବରେ ପହଞ୍ଚିବାରୁ ଶିକ୍ଷକ କାହିଁକି ଡେରିରେ ଆସିଲ ବୋଲି ପ୍ରଶ୍ନ କରିବା ପରେ ଏପରି ଏକ କାଣ୍ଡ ଘଟାଇଛି ୧୮ ବର୍ଷୀୟ ଛାତ୍ର ଜଣକ ।

Gujarat Class 12 Student Slaps Teacher

Gujarat Class 12 Student Slaps Teacher Photograph: (OTV)

Advertisment

ଶିକ୍ଷୟିତ୍ରୀଙ୍କ ଗାଲରେ ଚାପୁଡ଼ା ମାରିଲା ଛାତ୍ର । +୨ ଷ୍ଟୁଡେଣ୍ଡର ଫାୟାର ଫଣ୍ଡା । କହିଲା, ତମେ କିଏ ମତେ ପ୍ରଶ୍ନ କରୁଛ ? ସାହାସ କେମିତି ହେଲା ମତେ କହିବାକୁ ?  ଗୁରୁଙ୍କୁ ଈଶ୍ବର ବୋଲି ମନାଯାଏ । ଗୁରୁଙ୍କ କଥାକୁ ଛାତ୍ରଟିଏ ଅକ୍ଷରେ ଅକ୍ଷରେ ପାଳନ କରେ ।

Advertisment

ହେଲେ ସେହି ଗୁରୁଙ୍କୁ ଜଣେ +୨ ଛାତ୍ର ମାଡ଼ ମାରିବା ଏବେ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି । ଛାତ୍ର ଜଣକ ପରୀକ୍ଷାରେ ବିଳମ୍ବରେ ପହଞ୍ଚିବାରୁ ଶିକ୍ଷକ କାହିଁକି ଡେରିରେ ଆସିଲ ବୋଲି ପ୍ରଶ୍ନ କରିବା ପରେ ଏପରି ଏକ କାଣ୍ଡ ଘଟାଇଛି ୧୮ ବର୍ଷୀୟ ଛାତ୍ର ଜଣକ । ସାଧାସିଧା ଶିକ୍ଷୟିତ୍ରୀଙ୍କୁ ମାଡ଼ ମାରି  ପରୀକ୍ଷା ହଲରୁ ଚମ୍ପଟ ମାରିଛି ।  

ଗୁଜୁରାଟର ପଞ୍ଚମହଲ ଜିଲ୍ଲାରେ ଏହି ଘଟଣା ଘଟିଛି । ପରୀକ୍ଷା ହଲରେ ଶିକ୍ଷୟିତ୍ରୀ ଜଣକ ଡ୍ୟୁଟି କରୁଥିବା ସମୟରେ ଛାତ୍ର ଜଣଙ୍କ ତାଙ୍କୁ ମାଡ଼ ମାରିଛି । ଆଉ କହିଛି, ମୋ ଘରେ ମତେ କହି କିଛି କୁହନ୍ତିନି । ମୋର ମନ ଯାହା ମୁଁ ତା’ କରେ । ତମେ କିଏ ମତେ ପ୍ରଶ୍ନ କରୁଛ ବୋଲି କହିଥିଲା ଛାତ୍ର ଜଣକ ।

Advertisment

କେବଳ ଏତିକି ନୁହେଁ, ପରେ ସେ ଓ ତାଙ୍କ ବାପା କିଛି ଲୋକଙ୍କ ସହିତ ସ୍କୁଲ ପରିସରକୁ ଫେରିଥିଲେ । ଶିକ୍ଷୟିତ୍ରୀ ଏକା ରହୁଥିବାରୁ ତାଙ୍କୁ ଧମକ ଦେଇଥିଲେ ବୋଲି ପୋଲିସ କହିଛି । ଜାନୁଆରୀ ୨୪ ତାରିଖରେ ଏହି ଘଟଣା ଘଟିଥିଲା ।

ଏବେ ସେହି ସିସିଟିଭି ଫୁଟେଜ୍ ଭାଇରାଲ ହେବା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି । ପୋଲିସ ଏନେଇ ଅଭିଯୁକ୍ତକୁ ପଚରାଉଚରା କରିବା ସହ ତଦନ୍ତ ଚଳାଇଛି । 

Advertisment

ଘଟଣାକୁ ନେଇ ଇନ୍ସପେକ୍ଟର ଅଙ୍କୁର ଚୌଧୁରୀ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ୨୪ ତାରିଖରେ ଏହି ଘଟଣା ଘଟିଥିଲା । ଶେହରା ସହରର ଏସ.ଜେ. ଡେଭ୍ ହାଇସ୍କୁଲରେ ଜଣେ ଛାତ୍ର ଏପରି କାଣ୍ଡ ଘଟାଇଛନ୍ତି । ପରେ ଫେବ୍ରୁଆରୀ ୩ ତାରିଖରେ ଏଫଆଇଆର ପଞ୍ଜିକୃତ ହୋଇଥିଲା ।

ପରବର୍ତ୍ତୀ ସମୟରେ ଯବକଙ୍କୁ ଗିରଫ କରାଯାଇ କୋର୍ଟରେ ହାଜର କରାଯାଇଥିଲା । ହେଲେ ସେ ଶୁକ୍ରବାର ଜାମିନରେ ବାହାରକୁ ବାହାରିଛି । ପୋଲିସ ଆହୁରି ମଧ୍ୟ କହିଛି ଅଭିଯୁକ୍ତ ଛାତ୍ର  ଶିକ୍ଷୟିତ୍ରୀଙ୍କୁ ତାଙ୍କ ଗାଲରେ ଚାପୁଡ଼ା ମାରିବା ପରେ ତାଙ୍କୁ ଠେଲି ଦେଇଥିଲେ । ପରେ ପରୀକ୍ଷା ହଲରୁ ଚାଲିଯାଇଥିଲା ।

ପରେ ଏନେଇ ପୋଲିସ ମମଲା ରୁଜୁକରି ତଦନ୍ତ କରିବା ପରେ ଅଭିଯୁକ୍ତ ଛାତ୍ର ଓ ତା’ ବାପାଙ୍କୁ ପୋଲିସ ପଚରାଉଚରା କରିଥିଲା । ପରେ ଅଭିଯୁକ୍ତର ବାପା ଶିକ୍ଷୟିତ୍ରୀଙ୍କ ନିକଟକୁ ଯାଇ କ୍ଷମା ପ୍ରାର୍ଥନା କରିଛନ୍ତି । 

Exam Woman Teacher Missing Case Slaps +2 Students Gujarat
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ