Advertisment

Odisha Pan Masala Rules: ଦୂରହେଲା ପାନମସଲା ଦ୍ୱନ୍ଦ୍ୱ, ତମାଖୁ ମିଶି ନଥିଲେ ବିକ୍ରି ହୋଇପାରିବ

ଦୂରହେଲା ପାନମସଲା ଦ୍ୱନ୍ଦ୍ୱ। ତମାଖୁ ମିଶିନଥିଲେ ବିକ୍ରି ହୋଇପାରିବ। ପାନ ମସଲା ନେଇ ସ୍ବାସ୍ଥ୍ୟ ବିଭାଗର ସ୍ପଷ୍ଟୀକରଣ। ଆଗକୁ ହେବ ବ୍ୟାପକ ସଚେତନତା। ସନ୍ଦେହ ହେଲେ ପାନ ମସଲାକୁ ପରୀକ୍ଷା କରାଯିବ

Budget Hopes to Reduce Inflation

ଦୂରହେଲା ପାନମସଲା ଦ୍ୱନ୍ଦ୍ୱ Photograph: (OTV)

Advertisment

ରାଜ୍ୟରେ କେଉଁ ପାନ ମସଲା ବିକ୍ରି ହେବ ଏବଂ କାହା ଉପରେ ଲାଗିଛି ବ୍ୟାନ? ଏହାକୁ ନେଇ ସ୍ପଷ୍ଟୀକରଣ ରଖିଛି ସ୍ବାସ୍ଥ୍ୟ ବିଭାଗ। ସିଟି ଜିଏସଟି ବିଭାଗ ପକ୍ଷରୁ ଲେଖାଯାଇଥିବା ଚିଠିର ଉତ୍ତରରେ ସ୍ୱାସ୍ଥ୍ୟ ବିଭାଗ ସ୍ପଷ୍ଟ କରିଛି ଯେ, ଟବାକୋ ଓ ନିକୋଟିନ୍ ନଥିବା ପାନ ମସଲା ବିକ୍ରିରେ କୌଣସି ପ୍ରତିବନ୍ଧକ ନାହିଁ। ଫଳରେ ସମ୍ପୂର୍ଣ୍ଣ ପାନ ମସଲା ଉପରେ ବ୍ୟାନ୍ ଲାଗିଥିବା ନେଇ ଯେଉଁ ଦ୍ୱନ୍ଦ୍ୱ ଦେଖାଦେଇଥିଲା, ତାହା ଏବେ ଦୂର ହୋଇଛି।

Advertisment

ତମାଖୁ ମିଶିଥିଲେ ବ୍ୟାନ୍, ଆଉ ତମାଖୁ ମିଶିନଥିଲେ ଛାଡ଼। ରାଜ୍ୟ ସରକାର ତମାଖୁ ଓ ନିକୋଟିନ୍ ଯୁକ୍ତ ପାନ ମସଲା ଉପରେ ନିଷେଧାଦେଶ ଲଗାଇବା ପରେ ଏବେ କେଉଁ ଜିନିଷ ବିକ୍ରି ଆଇନ ସମ୍ମତ, ଆଉ କାହାକୁ ବିକିବା ବେଆଇନ୍, ସେ ନେଇ ସ୍ପଷ୍ଟୀକରଣ ରଖିଛି ସ୍ବାସ୍ଥ୍ୟ ବିଭାଗ। ଗତ ୨୧ ତାରିଖରେ ରାଜ୍ୟରେ ତମାଖୁ ବିକ୍ରି ଉପରେ ସରକାର ସମ୍ପୂର୍ଣ୍ଣ କଟକଣା ଜାରି ପରେ ପାନ ମସଲାକୁ ନେଇ ଥିବା ଦ୍ବନ୍ଦ୍ବ ଉପରେ ସ୍ବାସ୍ଥ୍ୟ ବିଭାଗକୁ ଚିଠି ଲେଖିଥିଲା ସିଟି ଆଣ୍ଡ୍ ଜିଏସଟି ବିଭାଗ। 

ଏହାର ଉତ୍ତରରେ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ଯେଉଁ ପାନ ମସଲାରେ ଟବାକୋ କିମ୍ବା ନିକୋଟିନ୍ ନଥିବ, ତାର ବିକ୍ରି ଉପରେ କୌଣସି ପ୍ରତିବନ୍ଧକ ନାହିଁ। ଅର୍ଥାତ ନିକୋଟିନ୍ ନଥିବା ସାଦା ପାନ ମସଲା ବିକ୍ରି କରିପାରିବେ ବ୍ୟବସାୟୀ। ଆଉ CT GST ବିଭାଗର ଯେଉଁଠି ସନ୍ଦେହ ହେବ, ସେମାନେ ଜବତ ପାନ ମସଲାକୁ ପରୀକ୍ଷା ପାଇଁ ପଠାଇ ପାରିବେ।

Advertisment

୨୦୦୩ କୋଟପା ଅନୁଯାୟୀ ୨୦୧୩ରେ ଗୁଟକା ଉପରେ ସଂପୂର୍ଣ୍ଣ ବ୍ୟାନ୍ ଲଗାଯାଇଥିବା ବେଳେ ଗତ ୨୧ ତାରିଖରେ ତମାଖୁ ଟବାକୋ ଓ ନିକୋଟିନ୍ ଯୁକ୍ତ ସାମଗ୍ରୀ ଉପରେ କଟକଣା ଲଗାଇଛନ୍ତି ରାଜ୍ୟ ସରକାର। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ଓ ଜନସାଧାରଣଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି- ଗୁଟଖା, ପାନରେ ପଡୁଥିବା ଜର୍ଦ୍ଦା, ଖଇନି ଓ ନିକୋଟିନ୍ ଯୁକ୍ତ ସବୁ ସାମଗ୍ରୀର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ଗଚ୍ଛିତ, ପରିବହନ ଓ ବିକ୍ରୟ ସଂପୂର୍ଣ୍ଣ ବାରଣ କରାଯାଇଛି। 

ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଆଗକୁ ଏ ନିୟମ ସମ୍ପର୍କରେ ଅଧିକ ସଚେତନତା ସୃଷ୍ଟି କରାଯିବ। ନିୟମ କଡ଼ାକଡ଼ି ପାଳନ ସହ ଉଲ୍ଲଂଘନକାରୀଙ୍କୁ ଦଣ୍ଡିତ କରାଯିବ। ସେପଟେ ସ୍କୁଲ ଗୁଡ଼ିକ ନିକଟରେ ମଧ୍ୟ ପାନ ମସଲା ଓ ଗୁଟଖା ବିକ୍ରି ଉପରେ ସଚେତନତା ବ୍ୟାପକ କରାଯିବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ। ଏପଟେ ରାଜ୍ୟରେ କୋଟପା ଆଇନ ବଳବତ୍ତର ଥାଇ ବି ଆଗରୁ ଖୋଲାଖୋଲି ବିକ୍ରି ହେଉଥିଲା ଗୁଟକା। ତେଣୁ ସଚେତନ ନାଗରିକ କହିଛନ୍ତି, ଦୋକାନୀ ଉପରେ ଚଢାଉ ନକରି ଉତ୍ପାଦନ ସମ୍ପୂର୍ଣ୍ଣ ବନ୍ଦ କରିବା ଦରକାର। 

Advertisment

ଏବେ ସ୍ବାସ୍ଥ୍ୟ ବିଭାଗର ଏ ସ୍ପଷ୍ଟୀକରଣ ପରେ ସାଦା ଆଉ କଡ଼ା ମସଲାକୁ ଦ୍ବନ୍ଦ୍ବ ଆରମ୍ଭ ହୋଇଥିବାରୁ ଆଗକୁ ଯାଞ୍ଚ୍ ଓ ଧରପଗଡ଼ ବେଳେ ପୋଲିସ ଓ ପ୍ରଶାସନ ପାଇଁ ଏହା ହେବାକୁ ଯାଉଛି ବଡ଼ ଚ୍ୟାଲେଞ୍ଜ।

Health Tobacco Health Tips
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ