Advertisment

Gold Prices: ସୁନାପ୍ରେମୀଙ୍କୁ ଛାନିଆଁ କରୁଛି ସୁନା, କମୁଛି କମ୍… ବଢ଼ୁଛି ବେଶି

ଏଇ କିଛି ଦିନ ହେବ ସୁନା ଦର ଖସୁଥିବାରୁ ଝିଅ ବାହାଘରକୁ ନେଇ ଖୁସିଥିଲେ ଗରିବ ମଧ୍ୟବିତ୍ତ ପରିବାର । ଏବଂ କିଛି ଗ୍ରାହକ ଆହୁରି ଖସିବା ଆଶରେ ଅପେକ୍ଷା କରିଥିଲେ । କିନ୍ତୁ ଏବେ ପୁଣି ସୁନା ଦର ଉପର ମୁହାଁ ହୋଇଛି । ଆଜି ଗୋଟିଏ ଦିନରେ  ୨୪ କ୍ୟାରେଟ୍‌ ସୁନା ଦର ୨ ହଜାର ୨୪୦ ଟଙ୍କା ବୃଦ୍ଧି ପାଇଛି ।

Gold Silver Price Hike

Gold Silver Price Hike Photograph: (OTV)

Advertisment

ସୁନାପ୍ରେମୀଙ୍କୁ ଛାନିଆଁ କରୁଛି ସୁନା । କମୁଛି କମ୍, ବଢ଼ୁଛି ବେଶି । ପୁଣି ଦେଢ଼ ଲକ୍ଷ ଟପିବ ହଳଦିଆ ଧାତୁ ! ଗତ କିଛି ଦିନର ହ୍ରାସ ପରେ ଏବେ ପୁଣି ୩ ଦିନ ହେଲା ଲଗାତର ସୁନା ଦର ବଢ଼ିବାରେ ଲାଗିଛି । ସତେ ଯେମିତି ସୁନା ବଜାରରେ ହୁତୁହୁତୁ ନିଆଁ ଜଳୁଛି ।

Advertisment

ଏଇ କିଛି ଦିନ ହେବ ସୁନା ଦର ଖସୁଥିବାରୁ ଝିଅ ବାହାଘରକୁ ନେଇ ଖୁସିଥିଲେ ଗରିବ ମଧ୍ୟବିତ୍ତ ପରିବାର । ଏବଂ କିଛି ଗ୍ରାହକ ଆହୁରି ଖସିବା ଆଶରେ ଅପେକ୍ଷା କରିଥିଲେ । କିନ୍ତୁ ଏବେ ପୁଣି ସୁନା ଦର ଉପର ମୁହାଁ ହୋଇଛି । ଆଜି ଗୋଟିଏ ଦିନରେ  ୨୪ କ୍ୟାରେଟ୍‌ ସୁନା ଦର ୨ ହଜାର ୨୪୦ ଟଙ୍କା ବୃଦ୍ଧି ପାଇଛି ।

ଫଳରେ ୧୦ ଗ୍ରାମ୍‌ ପିଛା ୨୪ କ୍ୟାରେଟ୍‌ ସୁନା ଦର ୧ ଲକ୍ଷ ୫୮ ହଜାର ୮୪୦ ଟଙ୍କା ହୋଇଛି । ସେହିପରି, ୨୨ କ୍ୟାରେଟ୍‌ ସୁନା ଦର ୨ହଜାର ୫୦ ଟଙ୍କା ବଢ଼ି ୧୦ ଗ୍ରାମ୍‌ ପିଛା ୧ ଲକ୍ଷ ୪୫ ହଜାର ୬୦୦ ଟଙ୍କାରେ ପହଞ୍ଚିଛି । 

Advertisment

ପ୍ରତ୍ୟେକ ଦିନ ଗୋଲ୍ଟ-ସିଲଭର ପ୍ରାଇସ୍ ବଢ଼ୁଛି ଖସୁଛି । ସବୁଦିନ ଦରରେ ବଡ଼ ଧରଣର ପରିବର୍ତ୍ତନ ଘଟି ସୁନା ଓ ରୁପା ଦର କେବେ ତଳମୁହାଁ ତ ପୁଣି କେବେ ଉପରମୁହାଁ ହେଉଛି । ଏବେ ପୁଣି ସୁନା ଦର ୨ହଜାରୁ ଅଧିକ ଟଙ୍କା ବୃଦ୍ଧି ପାଇଥିବାବେଳେ ରୁପା ୧୫ ହଜାର ଟଙ୍କା ବଢ଼ିଛି ।

ରୁପା ଦର ୧୫ ହଜାର ବୃଦ୍ଧି ପାଇ ୩ ଲକ୍ଷ ଟଙ୍କା ହୋଇଛି । ସବୁଠାରୁ ବଡ଼ କଥା ହେଉଛି, ସୁନା ଓ ହୀରା ଠାରୁ ପ୍ଲାଟିନମକୁ ଆହୁରି ମୂଲ୍ୟବାନ ବୋଲି ମନାଯାଏ । ହେଲେ ବର୍ତ୍ତମାନ ପ୍ଲାଟିନମର ମୂଲ୍ୟ ଠାରୁ ଢେର ଆଗକୁ ଯାଇସାରିଛି ସୁନା ଦର । ତେବେ ଆଗକୁ ଆହୁରି ସୁନା ଦର ବଢ଼ିବାରେ ସମ୍ଭାବନା ରହିଛି । 

Advertisment

ଜାନୁଆରୀ ୨୮ରେ ୨୪ କ୍ୟାରେକ୍ଟ ସୁନା ଥିଲା ୧ ଲକ୍ଷ ୭୮ ହଜାର ୮୮୫ ଟଙ୍କା । ଆଉ ୨୯ ତାରିଖରେ ୯ହଜାର ୬୫୦ ଟଙ୍କା ଖସି ୧ଲକ୍ଷ ୭୯ ହଜାର ୨ଶହ ଟଙ୍କା ହେଲା । ସେହିପରି ୩୧ତାରିଖରେ ଖସିଲା ୮ ହଜାର ୬୨୦ ଟଙ୍କା ।

ଆଉ ଫେବ୍ରୁଆରୀ ୨ରେ ୯ ହଜାର ୫୦ ଟଙ୍କା ଖସି ୧ଲକ୍ଷ ୫୧ ହଜାର ୫୩୦ ଟଙ୍କାରେ ପହଞ୍ଚିଥିଲା । ହେଲେ ଏବେ ପୁଣି ଏକାଧିକ ଥର ଦର ବଢ଼ି ୨୪ କ୍ୟାରେକ୍ଟ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୫୮ ହଜାର ୮୪୦ ଟଙ୍କାରେ ପହଞ୍ଚିଛି । ଆଉ ୨୨ କ୍ୟାରେଟ୍ ସୁନା ମଧ୍ୟ ୧ ଲକ୍ଷ ୪୫ ହଜାର ୬୦୦ ହୋଇଛି । 

Gold Silver Price Today Gold Silver Price Gold
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ