Today Gold Price Photograph: (OTV)
ଯୁଦ୍ଧ ଭିତରେ ଖସିଲା ସୁନା ଦର । ପୁଣି ଦେଢ଼ଲକ୍ଷ ତଳେ ହଳଦିଆ ଧାତୁ । ଲଗାତର ଦାମ୍ ବୃଦ୍ଧି ପରେ ହ୍ରାସ ହେଲା ସୁନାଦର । ମାର୍କେଟରେ ସୁନାକୁ ନେଇ ଆଉ ଆଗ ଭଳି ନାହିଁ ଗ୍ରାହକଙ୍କ ସେ ଖୁସି ।
ଗତ କିଛି ମାସ ଧରି ସୁନା ଗ୍ରାଫ୍ ଉପର ତଳ ହେବା ପରେ ଏକାଥରେ ଛଇଁଥିଲା ଦେଢ଼ ଲକ୍ଷ ଟଙ୍କା । ଆଉ ପରେ ଧୀରେ ଧୀରେ ଖସି ଲକ୍ଷେ ୩୮ ହଜାରରେ ପହଞ୍ଚିଥିଲା । ଆଉ ପୁଣି ବଢ଼ି ଦେଢ଼ଲକ୍ଷ ଟପିଥିଲା ।
ହେଲେ ଏବେ ଲଗାତର ସୁନା ଦର ବୃଦ୍ଧି ପରେ ଆଜି ସାମାନ୍ୟ ହ୍ରାସ ଘଟିଛି । ଅର୍ଥାତ୍ ୨୨ କ୍ୟାରେଟ ସୁନା ଭରି ପ୍ରତି ୧୮ ଶହ ଟଙ୍କା କମିଛି । ତେଣୁ ଆଜି ବଜାରରେ ୨୨ କ୍ୟାରେଟ୍ ସୁନାଦର ୧୦ ଗ୍ରାମ୍ ପ୍ରତି ଲକ୍ଷେ ୪୮ ହଜାର ୨ଶହ ଟଙ୍କା ରହିଛି । ବେଶ୍ କିଛିଦିନର ବ୍ୟବଧାନ ପରେ ଦେଢ଼ ଲକ୍ଷ ତଳକୁ ଖସିଛି ସୁନା ।
୨୪ କ୍ୟାରେଟ୍ ସୁନା ଦରରେ ବି ପରିବର୍ତ୍ତନ ହୋଇଛି । ଆଜି ୨୪ କ୍ୟାରେଟ ସୁନା ଭରି ପ୍ରତି ୧୯ ଶହ ୬୦ ଟଙ୍କା କମିଛି । ତେଣୁ ଗହଣା ବଜାରରେ ୨୪ କ୍ୟାରେଟ୍ ସୁନାଦର ୧୦ ଗ୍ରାମ୍ ପ୍ରତି ଲକ୍ଷେ ୬୧ ହଜାର ୬୮୦ ଟଙ୍କା ରହିଛି ।
ଗତକାଲି ୧୦ ଗ୍ରାମ୍ ପ୍ରତି ୨୪ କ୍ୟାରେଟ୍ ସୁନାଦର ଲକ୍ଷେ ୬୩ ହଜାର ୬୪୦ ଟଙ୍କା ରହିଥିଲା । ବର୍ତ୍ତମାନ ବିବାହ ଋତୁ ଚାଲୁଥିବାରୁ ବଜାରରେ ସୁନାରେ ଚାହିଦା ବେଶ୍ ରହିଛି । ହେଲେ ଦର ଢେର ଅଧିକ ରହିଥିବାରୁ ଗରିବ ମଧ୍ୟବିତ୍ତ ଅସୁବିଧାର ସାମ୍ନା କରୁଛନ୍ତି ।
ସେପଟେ ବଜାରରେ ରୁପାର ଦାମ୍ ବି ନିଆଁ ଭଳି ହୁତୁହୁତୁ ଜଳୁଛି । ତିନି ଲକ୍ଷ ଟପିଥିବା ରୁପା ଖସିଛି ସତ ହେଲେ ଗ୍ରାହକଙ୍କ ଚାହିଦା ଠାରୁ ଢେର ଅଧିକ ରହିଛି । ସେହିଭଳି ରୁପା କେଜି ପ୍ରତି ବର୍ତ୍ତମାନ ଦୁଇ ଲକ୍ଷ ୯୦ ହଜାର ଟଙ୍କା ରହିଛି । ଆଜି ଦରରେ କୌଣସି ପରିବର୍ତ୍ତନ ହୋଇନଥିଲେ ମଧ୍ୟ ଗ୍ରାହକଙ୍କ ପାଇଁ ଏ ଦାମ୍ ବେଶ୍ ଅଧିକ ଥିବା କୁହାଯାଉଛି ।
ପ୍ରତିଦିନ ଗ୍ରାହକଙ୍କ ସହ ଲୁଚକାଳି ଖେଳୁଛି ସୁନା-ରୁପା ଦର । ଗରିବ-ମଧ୍ୟବିତ୍ତଙ୍କ ମୁଣ୍ଡରେ ଚଡ଼କ ପକାଉଛି । ତେଣୁ ଆଗକୁ ଦାମ୍ ଆହୁରି କମିବାର ଆବଶ୍ୟକତା ଥିବା ଗ୍ରାହକ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/09/today-gold-price-2026-03-09-17-31-12.jpg)