Gold Silver Prices Crash Photograph: (OTV)
ରେକର୍ଡ ଭାଙ୍ଗିଲା ସୁନା ଦର ହ୍ରାସ । ରୁପା ଦରରେ ବି ବଡ଼ ପରିବର୍ତ୍ତନ । ୧୬ ହଜାରରୁ ଉର୍ଦ୍ଧ୍ବ ଖସିଲା ସୁନା । ୭୫ ହଜାର କମିଲାଣି ରୁପା । ଲଗାତର ଦୁଇ ଦିନ ହେଲା ସୁନା-ରୁପା ବଜାରରେ ବଡ଼ ପରିବର୍ତ୍ତନ ହେଉଛି । ଗତକାଲି ୨୪ କ୍ୟାରେଟ୍ ସୁନା ଦର ୮ ହଜାର ୨୩୦ କମିଥିଲା । ଆଉ ଅଜି ପୁଣି ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି । ଅର୍ଥାତ୍ ଦୁଇ ଦିନରେ ୨୪ କ୍ୟାରେଟ୍ ସୁନା ୧୬ ହଜାର ୮୫୦ ଟଙ୍କା ଏକାବେଳେ ହ୍ରାସ ପାଇଛି ।
ଆଉ ବର୍ତ୍ତମାନ ୨୪କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପିଛା ୧ ଲକ୍ଷ ୬୦ ହଜାର ୫୮୦ ଟଙ୍କା ରହିଛି । ସେହିପରି ଗତକାଲି ୨୨ କ୍ୟାରେଟ୍ ସୁନା ଦର ପାଇ ୧୦ ଗ୍ରାମ ପିଛା ୭ ହଜାର ୫୫୦ କମିଥିଲା । ଆଉ ଆଜି ପୁଣି ୭ ହଜାର ୯ଶହ ଟଙ୍କା ହ୍ରାସ ପାଇ ୨୨ କ୍ୟାରେଟ୍ ସୁନା ୧ ଲକ୍ଷ ୪୭ ହଜାର ୨୦୦ ଟଙ୍କା ରହିଛି । ଅର୍ଥାତ୍ ଲଗାତର ଦୁଇଦିନରେ ୨୨ କ୍ୟାରେଟ୍ ସୁନା ଦର ୧୫ ହଜାର ୪୫୦ ଟଙ୍କା କମିଛି ।
ମାର୍କେଟରେ କେବଳ ସୁନା ନୁହେଁ, ରୁପା ଦରରେ ବି ବିରାଟ ହ୍ରାସ ଘଟିଛି । ଗତ ଦୁଇ ଦିନ ହେଲା ରୁପା ଦରରେ ବଡ଼ ପରିବର୍ତ୍ତନ ଯୋଗୁ ଗ୍ରାହକଙ୍କ ଓଠରେ ହସ ଫୁଟିଛି । ଗତକାଲି ରୁପା କେଜି ପ୍ରତି ୨୦ ହଜାର ଟଙ୍କା କମିଥିଲା । ଆଉ ଆଜି ପୁଣି ଥିରେ ରୁପା ଦର ୫୫ ହଜାର ଟଙ୍କା ହ୍ରାସ ପାଇଛି । ଅର୍ଥାତ୍ ଦୁଇ ଦିନରେ ରୁପା ୭୫ ହଜାର ଟଙ୍କା କମି ଏବେ କେଜି ପ୍ରତି ୩ ଲକ୍ଷ ୫୦ ହଜାର ଟଙ୍କା ରହିଛି ।
ହେଲେ ଆଉ ଏହି ଦୁଇ ମୂଲ୍ୟବାନ ଧାତୁର ମୂଲ୍ୟ ବଢିବା କମିବା ଗ୍ରାହକଙ୍କ ମଧ୍ୟ ଦ୍ବନ୍ଦ୍ବ ସୃଷ୍ଟି କରୁଛି । ବିବାହ ଓ ବ୍ରତ ପାଇଁ ସୁନା ରୁପା କିଣିବାକୁ ଆଗ୍ରହୀ ପରିବାର ଚିନ୍ତାରେ ପଡ଼ିଛି । ବର୍ତ୍ତମାନ ସୁନା ଓ ରୁପା ଦର ବଡ଼ ହ୍ରାସ ଘଟିଥିଲେ ବି ଏହା ଯଥଷ୍ଟେ ନୁହେଁ, ଆହୁରି ଦାମରେ ବିରାଟ ହ୍ରାସର ଆବଶ୍ୟକତା ରହିଛି ବୋଲି ସାଧାରଣ ଗ୍ରାହକ କହିଛନ୍ତି ।
ତେବେ ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା, ଗ୍ରୀନଲାଣ୍ଡ ବିବାଦ, ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ହ୍ରାସ ଯୋଗୁ ସୁନା ଦରରେ ଅସ୍ଥିରତା ଲାଗି ରହୁଥିବା ବିଶେଷଜ୍ଞ ମାନେ କହିଛନ୍ତି । ସୁନା ଓ ରୁପା ଭଳି ନିରାପଦ ଧାତୁରେ ନିବେଶ ବୃଦ୍ଧି ମଧ୍ୟ ଅନ୍ୟ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/31/gold-silver-prices-crash-2026-01-31-13-41-58.jpg)