Advertisment

Gold Rate Today: ପୁଣି ବଢ଼ିଲା ସୁନା-ରୁପା ଭାଉ, ଏକାଥରେ ବଢ଼ିଗଲା ଏତେ

୨୪ କ୍ୟାରେଟ୍ ସୁନା ଦର ଆଜି ୧୦ ଗ୍ରାମ୍ ପ୍ରତି ୨ ହଜାର ୨୯୦ ଟଙ୍କା ବଢ଼ିଛି । ଫଳରେ ୨୪ କ୍ୟାରେଟ୍ ସୁନା ଲକ୍ଷେ ୫୬ ହଜାର ୪୯୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୨ ହଜାର ଶହେ ଟଙ୍କା ବଢ଼ିଛି ।

Today Gold Silver Price

Today Gold Silver Price Photograph: (OTV)

Advertisment

ପୁଣି ବଢ଼ିଲା ସୁନା ଭାଉ । ରୁପାଦର ବି ଉପର ମୁହାଁ । ଝିଅ ବିବାହକୁ ନେଇ ଗ୍ରାହକ ଟେନସନ୍ । ମାର୍କେଟରେ ସୁନା ଦରକୁ ନେଇ ଦ୍ବନ୍ଦ୍ବ ଥମିବାରେ ନାଁ ଧରୁନି । ଆଜି ପୁଣି ଥରେ ଉଭୟ ସୁନା ଓ ରୁପା ଦର ବୃଦ୍ଧି ପାଇଛି ।

Advertisment

ଉଭୟ ୨୪ ଓ ୨୨ କ୍ୟାରେଟ୍ ସୁନା ୧୦ ଗ୍ରମ ପ୍ରତି ୨ ହଜାର ଟଙ୍କାରୁ ଅଧିକ ଟଙ୍କା ବଢ଼ିଥିବା ବେଳେ ରୁପା ଦର କେଜି ପ୍ରତି ଏକାଥକେ ୧୦ ହଜାର ଟଙ୍କା ବୃଦ୍ଧି ପାଇଛି । 

୨୪ କ୍ୟାରେଟ୍ ସୁନା ଦର ଆଜି ୧୦ ଗ୍ରାମ୍ ପ୍ରତି ୨ ହଜାର ୨୯୦ ଟଙ୍କା ବଢ଼ିଛି । ଫଳରେ ୨୪ କ୍ୟାରେଟ୍ ସୁନା ଲକ୍ଷେ ୫୬ ହଜାର ୪୯୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପ୍ରତି ୨ ହଜାର ଶହେ ଟଙ୍କା ବଢ଼ିଛି ।

Advertisment

ବର୍ତ୍ତମାନର ୨୨ କ୍ୟାରେଟ୍ ରେଟ୍ ରହିଛି ଲକ୍ଷେ ୪୩ ହଜାର ୪୫୦ ଟଙ୍କା ।  ଖାଲି ମାୋର୍କଟରେ ୨୨ କି ୨୪ କ୍ୟାରେଟ୍ ସୁନା ଦର ନୁହେଁ ୧୮ କ୍ୟାରେଟ୍ ସୁନା ଦର ବି ବଢ଼ିଛି ।

୧୮ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧୭ ଶହ ୨୦ ଟଙ୍କା ବଢ଼ି, ଲକ୍ଷେ ୧୭ ହଜାର ୩୩୦ ଟଙ୍କାକୁ ବୃଦ୍ଧି ପାଇଛି । ଗତକାଲି ୧୮ କ୍ୟାରେଟ୍ ସୁନା ଭରି ପିଛା ଲକ୍ଷେ ୧୫ ହଜାର ୬୫୦ ଟଙ୍କା ରହିଥିଲା । ଆଜି ବଜାରରେ ରୁପା ଦର ବି ବେଶ୍ ଝଲସୁଛି । ରୁପା ଦର କେଜି ପିଛା ୧୦ ହଜାର ଟଙ୍କା ବଢ଼ି ୨ ଲକ୍ଷ ୭୦ ହଜାର ରହିଛି । 

Advertisment

ପ୍ରତ୍ୟେକ ଦିନ ଗୋଲ୍ଟ-ସିଲଭର ପ୍ରାଇସ୍ ବଢ଼ୁଛି ଖସୁଛି । ଏବେ ପୁଣି ବୃଦ୍ଧି ପାଇଥିବାରୁ ଗ୍ରାହକ ନିରାଶ ହୋଇଛନ୍ତି । ଲଗାତର ୨ରୁ ୩ ମାସ ହେଲା ସୁନା ଦରରେ ଲଗାମ ଲାଗୁନାହିଁ । କେତେବଳେ ବଢ଼ୁଛି ତ ପୁଣି କେତେବେଳେ ଖସୁଛି । ଏଇ କିଛି ଦିନ ତଳେ ଲକ୍ଷେ ୪୦ ତଳକୁ ସୁନା ଖସିଥିବାବେଳେ ଏବେ ପୁଣି ବଢ଼ି ୨୨ କ୍ୟାରେକ୍ଟ ସୁନା ଦର ଦେଢ଼ ଲକ୍ଷ ମୁହାଁ ହୋଇଛି । 

Gold Gold Silver Price Today Gold & Silver Price Updates Gold Silver Price
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ