Advertisment

After Record High, Gold Prices Take a Break: ଖସୁଛି ଅଳପ ବଢୁଛି ବେଶୀ, ସୁନା-ରୁପା ଦରବୃଦ୍ଧିରେ ହାଲକା ବ୍ରେକ୍

ଖସୁଛି ଅଳପ ବଢୁଛି ବେଶୀ। ସୁନା-ରୁପା ଦରବୃଦ୍ଧିରେ ହାଲକା ବ୍ରେକ୍। ୨୪ କ୍ୟାରେଟ୍ ସୁନା ୮ ହଜାର ୨୪୦ ଟଙ୍କା ଖସିଲା। ରୁପା କେଜି କମିଲା ୨୫ ହଜାର। ବାହା ସିଜିନରେ ଅସ୍ଥିର ଦରକୁ ନେଇ ଚିନ୍ତାରେ ଗ୍ରାହକ।

After Record High Gold Prices Take a Break

ଖସୁଛି ଅଳପ ବଢୁଛି ବେଶୀ Photograph: (OTV)

Advertisment

ଖସୁଛି ଅଳପ ବଢୁଛି ବେଶୀ। ସୁନା-ରୁପା ଦରବୃଦ୍ଧିରେ ଲାଗିଲା ହାଲକା ବ୍ରେକ୍। ଗୁରୁବାର ବଡ଼ଧରଣ ବୃଦ୍ଧି ପରେ ଶୁକ୍ରବାର ହ୍ରାସ ପାଇଛି ଦାମ୍। ୨୪ ଘଣ୍ଟାରେ ୨୨ କ୍ୟାରେଟ୍ ସୁନା ୮ ହଜାର ଟଙ୍କା ଓ ରୁପା କେଜି ୧୦ ହଜାର କମିଛି। ସେପଟେ ବିଶେଷଜ୍ଞଙ୍କ କହିବା କଥା, ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା, ଗ୍ରୀନଲାଣ୍ଡ ବିବାଦ, ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ହ୍ରାସ ଯୋଗୁ ସୁନାରୁପା ଦର ଆଗକୁ ବି ଏହିଭଳି ଉପରତଳ ହୋଇପାରେ।

Advertisment

ଥରକେ ବଢ଼ିଲା ୧୧ ହଜାର ୭୭୦ଟଙ୍କା। ଭୁସକିନା ୮ ହଜାର ୨୪୦ ଟଙ୍କା ଖସିଲା । ଉପର ମୁହାଁ ସୁନା ଦରରେ ଲାଗିଲା ବ୍ରେକ୍ । ଗୁରୁବାର ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୭୮ ହଜାର ୮୫୦ ଟଙ୍କାରେ ପହଞ୍ଚି ଥିଲା। ଆଜି ହଠାତ୍ ଏହା କମି ୧ ଲକ୍ଷ ୭୦ ହଜାର ୬୨୦ ଟଙ୍କା ହୋଇଛି। ଖାଲି ୨୪ କ୍ୟାରେଟ୍ ନୁହଁ ୨୨ କ୍ୟାରେଟ୍ ସୁନା ଦର ମଧ୍ୟ ୭ ହଜାର ୫୫୦ ଟଙ୍କା ଖସିଛି । ଆଜି ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧ ଲକ୍ଷ ୫୬ ହଜାର ୪୦୦ ଟଙ୍କା ରହିଛି । 

କେବଳ ସୁନା ନୁହଁ ହୁ ହୁ ହୋଇ ବଢୁଥିବା ରୁପା ଦର ମଧ୍ୟ ତଳ ମୁହାଁ ହୋଇଛି। ଗୁରୁବାର ଚାନ୍ଦି କିଲୋ ପିଛା ୨୫ ହଜାର ଟଙ୍କା ବଢ଼ି, ୪ ଲକ୍ଷ ୨୫ ହଜାରରେ ପହଞ୍ଚିଥିଲା । ଆଉ ଆଜି ୧୦ ହଜାର ଟଙ୍କା ହ୍ରାସ ପାଇବା ପରେ କେଜି ୪ ଲକ୍ଷ ୧୫ ହଜାର ଟଙ୍କା ହୋଇଛି । ଆଉ ଏହି ଦୁଇ ଧାତୁର ମୂଲ୍ୟ ଏଭଳି ବଢିବା କମିବା ଗ୍ରାହକଙ୍କ ମଧ୍ୟ ଦ୍ବନ୍ଦ୍ବ ସୃଷ୍ଟି କରୁଛି । ବିବାହ ଓ ବ୍ରତ ପାଇଁ ସୁନା ରୁପା କିଣିବାକୁ ଆଗ୍ରହୀ ପରିବାର ମଧ୍ୟ ଚିନ୍ତାରେ । 

Advertisment

ବିଶେଷଜ୍ଞଙ୍କ କହିବା ଅନୁସାରେ, ଅନ୍ତର୍ଜାତୀୟ ବଜାରରେ ଅସ୍ଥିରତା, ଗ୍ରୀନଲାଣ୍ଡ ବିବାଦ, ଡଲାର ତୁଳନାରେ ଟଙ୍କା ବିନିମୟ ମୂଲ୍ୟ ହ୍ରାସ ଯୋଗୁ ସୁନା ଦରରେ ଏଭଳି ଅସ୍ଥିରତା ଲାଗି ରହୁଛି । ସେହିପରି ବିଭିନ୍ନ ସାମଗ୍ରୀରେ ରୁପାର ବହୁଳ ବ୍ୟବହାର ହେଉଛି । ସୁନା ଓ ରୁପା ଭଳି ନିରାପଦ ଧାତୁରେ ନିବେଶ ବୃଦ୍ଧି ମଧ୍ୟ ଏହାର ମୂଲ୍ୟ ବୃଦ୍ଧିର ଅନ୍ୟ ଏକ ପ୍ରମୁଖ କାରଣ ବୋଲି କୁହାଯାଉଛି। 

Gold Price Silver Price Odisha Business
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ