Advertisment

Budget 2026: ଭାରତରେ ବଜେଟ୍‌ ଆରମ୍ଭ କରିଥିଲେ ଜଣେ ଟୋପି ନିର୍ମାତା, ସେ କିଏ?

ଦେଶର ବଜେଟ୍‌ରୁ ଲୋକମାନେ ଅନେକ କିଛି ଆଶା ବି କରନ୍ତି। କିନ୍ତୁ ଆପଣ ଜାଣନ୍ତି କି ଭାରତର ପ୍ରଥମ ବଜେଟ୍ କିଏ କରିଥିଲେ? ଏହି ବ୍ୟକ୍ତି ମଧ୍ୟ ଦେଶରେ ପ୍ରଥମ ଥର ଇନ୍‌କମ୍‌ ଟ୍ୟାକ୍ସ ଆରମ୍ଭ କରିଥିଲେ।

Raw---CopBudget 2026y

ଭାରତରେ ବଜେଟ୍‌ ଆରମ୍ଭ କରିଥିଲେ ଜଣେ ଟୋପି ନିର୍ମାତା Photograph: (OTV)

Advertisment

ଜାନୁଆରୀ ମାସ ଶେଷ ହୋଇଛି, ଆଜି ୨୦୨୬ର ଦ୍ୱିତୀୟ ମାସ ବା ଫେବୃଆରୀ ଆରମ୍ଭ। ପ୍ରତ୍ୟେକ ମାସ ପରି, ଏହି ମାସ ଆରମ୍ଭ ହେବା ମାତ୍ରେ ଅନେକ ପ୍ରକାରର ନିୟମ ପରିବର୍ତ୍ତନ ହେବାକୁ ଯାଉଛି। ଏହିପରି ଅନେକ ନୂଆ ନିୟମ ୦୧ ଫେବୃଆରୀରୁ କାର୍ଯ୍ୟକାରୀ ହେବାକୁ ଯାଉଛି, ଯାହା ସାଧାରଣ ଲୋକଙ୍କୁ ସିଧାସଳଖ ପ୍ରଭାବିତ କରିବ। ଏପରି ପରିସ୍ଥିତିରେ, ଏହି ପରିବର୍ତ୍ତନଗୁଡ଼ିକ ବିଷୟରେ ସମସ୍ତେ ଜାଣିବାକୁ ଇଚ୍ଛୁକ। ଏମିତି ବି କିଛି ନିୟମ ହୋଇପାରେ ଯାହା ଆପଣଙ୍କ ପକେଟକୁ ପ୍ରଭାବିତ କରିପାରେ।

Advertisment

ଅନ୍ୟପକ୍ଷରେ ଦେଶର ବଜେଟ୍‌ରୁ ଲୋକମାନେ ଅନେକ କିଛି ଆଶା ବି କରନ୍ତି। ସେ ଧନୀ ହେଉ କି ଗରିବ, ମଧ୍ୟବିତ୍ତ ହେଉ କି କୃଷକ, ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ସରକାର ସେମାନଙ୍କ ପାଇଁ ବଜେଟ୍‌ରେ କ’ଣ ରଖିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ଭାରତର ପ୍ରଥମ ବଜେଟ୍ କିଏ କରିଥିଲେ? ଏହି ବ୍ୟକ୍ତି ମଧ୍ୟ ଦେଶରେ ପ୍ରଥମ ଥର ଇନ୍‌କମ୍‌ ଟ୍ୟାକ୍ସ ଆରମ୍ଭ କରିଥିଲେ।

ଆମେ ସ୍କଟ୍‌ଲ୍ୟାଣ୍ଡର ବ୍ୟବସାୟୀ ତଥା ଅର୍ଥନୀତିଜ୍ଞ ଜେମ୍ସ ୱିଲ୍‌ସନ୍‌ଙ୍କ ବିଷୟରେ କହୁଛୁ। ଜେମ୍ସ ୱିଲ୍‌ସନ୍‌ ସାପ୍ତାହିକ ଖବରକାଗଜ ଓ ପତ୍ରିକା ‘ଦି ଇକୋନୋମିଷ୍ଟ୍‌ ଆଣ୍ଡ୍ ଷ୍ଟାଣ୍ଡାର୍ଡ ଚାର୍ଟାର୍ଡ ବ୍ୟାଙ୍କ୍‌’ର ପ୍ରତିଷ୍ଠାତା ଥିଲେ। ସେ ୧୮୬୦ ମସିହାରେ ଭାରତର ପ୍ରଥମ ବଜେଟ୍ ପ୍ରସ୍ତୁତ କରିଥିଲେ।

Advertisment

ଟୋପି ନିର୍ମାତାରୁ ବଜେଟ୍ ପ୍ରଣେତା:

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜେମ୍ସ ୱିଲ୍‌ସନ୍‌ ଜଣେ ଟୋପି ନିର୍ମାତା ଥିଲେ। ଧୀରେ ଧୀରେ ସେ ତାଙ୍କର ଅର୍ଥନୀତିକ ଜ୍ଞାନକୁ ବଢେଇଥିଲେ ଓ ଭାଇସ୍‌ରୟ ଲର୍ଡ କ୍ୟାନିଂ କାଉନ୍‌ସିଲ୍‌ରେ ଆର୍ଥିକ ସଦସ୍ୟ ଭାବରେ ଭାରତରେ ନିଯୁକ୍ତ ହୋଇଥିଲେ। ସେ ବ୍ରିଟିଶ ସଂସଦର ସଦସ୍ୟ ମଧ୍ୟ ଥିଲେ ଏବଂ ବ୍ରିଟେନ୍‌ର ଟ୍ରେଜେରୀ ବିଭାଗର ଅର୍ଥ ସଚିବ ମଧ୍ୟ ଥିଲେ।

ଭାରତ ଗସ୍ତ:

୧୮୫୯ ମସିହାରେ ୱିଲ୍‌ସନ୍‌ ପ୍ରଥମ ଥର ପାଇଁ ଭାରତ ଆସିଥିଲେ। ସ୍ୱାଧୀନତାର ପ୍ରଥମ ଯୁଦ୍ଧ ପରେ ବ୍ରିଟିଶ୍‌ମାନଙ୍କ ଉପରେ ଆର୍ଥିକ ଚାପ ବଢିବାରେ ଲାଗିଲା। ସୈନ୍ୟବାହିନୀରେ ଅଧିକ ଅର୍ଥ ଖର୍ଚ୍ଚ ହେତୁ ସରକାରଙ୍କ ସମ୍ପତ୍ତି ସରି ଆସୁଥିଲା। ଏହି କାରଣରୁ ଏହାର ଋଣ ମଧ୍ୟ ବଢୁଥିଲା।

Advertisment

ବଜାର ନୀତି:

ୱିଲ୍‌ସନ୍‌ଙ୍କ ବଜାର ନୀତି ଉପରେ ବହୁତ ଭଲ ଜ୍ଞାନ ଥିଲା। ଏହି କାରଣରୁ ତାଙ୍କୁ ଭାରତରେ ବ୍ରିଟିଶ ରାଜ୍‌ର ଆର୍ଥିକ ସମସ୍ୟାକୁ ନେଇ ପରାମର୍ଶ ଦେବାକୁ ପଠାଯାଇଥିଲା। ସାମରିକ ତଥା ରାଜନୀତିରେ ସୃଷ୍ଟି ହୋଇଥିବା ଅଶାନ୍ତି ପରେ ୱିଲ୍‌ସନ୍‌ ଦେଶରେ ଇଂରାଜୀ ମଡେଲ୍‌ ବ୍ୟବହାର କରି ଭାରତର ପ୍ରଥମ ଆର୍ଥିକ ବଜେଟ୍‌ ପ୍ରସ୍ତୁତ କରିଥିଲେ।

ଇନ୍‌କମ୍‌ ଟ୍ୟାକ୍ସର ଆରମ୍ଭ:

ଭାରତରେ ଇନ୍‌କମ୍‌ ଟ୍ୟାକ୍ସର ଆରମ୍ଭ କରିବାର ଶ୍ରେୟ ଜେମ୍ସ ୱିଲ୍‌ସନ୍‌ଙ୍କୁ ଦିଆଯାଏ। ଏହି ଟ୍ୟାକ୍ସର ପ୍ରବର୍ତ୍ତନ ହେତୁ ସେହି ସମୟରେ ଦେଶରେ ଅନେକ ବିବାଦ ଉପୁଜିଥିଲା। ଆୟକର ଅଧିନିୟମ ଆସିବା ପରେ ଜମି ମାଲିକ ଏବଂ ଅନ୍ୟ ବ୍ୟବସାୟୀମାନେ ଏହି ଟ୍ୟାକ୍ସରେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ।

ଟ୍ୟାକ୍ସକୁ ନେଇ ଯୁକ୍ତି:

ସେ ସେତେବେଳେ ଏହି ଟ୍ୟାକ୍ସକୁ ନେଇ ଯୁକ୍ତି ବାଢିଥିଲେ ଯେ ବ୍ରିଟିଶ ସରକାର ଅଧୀନରେ ଭାରତୀୟମାନଙ୍କୁ ଏକ ସୁରକ୍ଷିତ ପରିବେଶ ଦିଆଯାଉଛି, ତେଣୁ ଏହାର ପ୍ରତିବଦଳରେ ଏହି ଟ୍ୟାକ୍ସ କେବଳ ଏକ ଛୋଟିଆ ଦେୟ।

February Budget Income Tax
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ