Advertisment

Fake Milk Racket: ମାର୍କେଟରେ ମିଳୁଛି ନକଲି କ୍ଷୀର, ଡିଟରଜେଣ୍ଟ ପାଉଡରରେ ହେଉଛି ତିଆରି

ଚଢ଼ାଉ ସମୟରେ କ୍ଷୀର ପାଉଡର, କଷ୍ଟିକ୍ ସୋଡା, ପାମୋଲିନ୍ ଓ ସୋୟାବିନ୍ ତେଲ, ଡିଟରଜେଣ୍ଟ ପାଉଡର ଏବଂ ୟୁରିଆ ସାର ଜବତ କରିଛି । ଏହି ସବୁ ଜିନିକୁ ମିଶ୍ରଣ କରି ଅପମିଶ୍ରିତ କ୍ଷୀର ପ୍ରସ୍ତୁତ କରାଯାଉଥିଲା ବୋଲି ଜଣାପଡ଼ିଛି ।

Detergent Milk Factory

Detergent Milk Factory Photograph: (OTV)

Advertisment

ମାର୍କେଟରେ ମିଳୁଛି ନକଲି କ୍ଷୀର ! ଡିଟରଜେଣ୍ଟ ପାଉଡରରେ ହେଉଛି ତିଆରି ! କ୍ଷୀରରେ ମିଶୁଛି ବିଷାକ୍ତ ରାସାୟନିକ ପଦାର୍ଥ ! ଗତ ପାଞ୍ଚ ବର୍ଷ ଧରି ନକଲି କ୍ଷୀର ତିଆରି କରିବା ପରେ ଏବ ପୋଲିସ ଏକ ମିଲ୍ମ ଫ୍ୟାକ୍ଟେରୀକୁ ସିଜି କରିଛି ।

Advertisment

ଚଢ଼ାଉ ସମୟରେ କ୍ଷୀର ପାଉଡର, କଷ୍ଟିକ୍ ସୋଡା, ପାମୋଲିନ୍ ଓ ସୋୟାବିନ୍ ତେଲ, ଡିଟରଜେଣ୍ଟ ପାଉଡର ଏବଂ ୟୁରିଆ ସାର ଜବତ କରିଛି । ଏହି ସବୁ ଜିନିକୁ ମିଶ୍ରଣ କରି ଅପମିଶ୍ରିତ କ୍ଷୀର ପ୍ରସ୍ତୁତ କରାଯାଉଥିଲା ବୋଲି ଜଣାପଡ଼ିଛି ।

ମାତ୍ର ୩୦ ଲିଟର ଅସଲି କ୍ଷୀର ବ୍ୟବହାର କରି, ଅଭିଯୁକ୍ତମାନେ ଅନେକ ରାସାୟନିକ ପଦାର୍ଥ ମିଶ୍ରଣ କରି ଦୈନିକ ୧୭୦୦ରୁ ୧୮୦୦ ଲିଟର କ୍ଷୀର ଉତ୍ପାଦନ କରୁଥିଲେ । ଆଉ ସେସବୁ ବିକ୍ରି ପାଇଁ ବଜାରକୁ ଛଡ଼ାଯାଉଥିଲା । 

Advertisment

ଶୁକ୍ରବାର ଦିନ ଶ୍ରୀ ସତ୍ୟ ଡେରୀ ପ୍ରଡକ୍ଟସ୍ ନାମକ ଏକ ୟୁନିଟ୍‌ରେ ଏହି ଚଢାଉ କରାଯାଇଥିଲା । ଗୁଜୁରାଟର ସାବରକଣ୍ଠାରେ ଚଢ଼ାଉ କରିଥିଲା କ୍ରାଇମବ୍ରାଞ୍ଚ ଓ ପୋଲିସ । ଚଢ଼ାଉ ସମୟରେ ଜଣେ ନାବାଳକ ସମେତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ଜଣେ ବରିଷ୍ଟ ପୋଲିସ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି, ବିଭିନ୍ନ ରାସାୟନିକ ପଦାର୍ଥ ଜବତ କରିବା ସହ ବିକ୍ରି ପାଇଁ ପ୍ରସ୍ତୁତ ହୋଇଥିବା ୧,୯୬୨ ଲିଟର ଅପମିଶ୍ରିତ କ୍ଷୀର ଏବଂ ୧,୧୮୦ ଲିଟର ଅପମିଶ୍ରିତ ବଟରମିଲ୍କ ମଧ୍ୟ ଜବତ ହୋଇଛି ।

Advertisment

ଗ୍ରାହକମାନଙ୍କୁ ଠକିବା ପାଇଁ କ୍ଷୀରର ଘନତା, ଫେଣ, ପ୍ରୋଟିନ ପରିମାଣ ଏବଂ ସାମଗ୍ରିକ ରୂପକୁ କୃତ୍ରିମ ଭାବରେ ବୃଦ୍ଧି କରିବା ପାଇଁ ଅନେକ ଭେଜାଲ ଜିନିଷ ବ୍ୟବହାର କରାଯାଉଥିଲା । ତେଣୁ କାରଖାନାକୁ ସିଲ୍ କରାଯାଇଛି ବୋଲି ସେ କହିଛନ୍ତି ।

ହେଲେ ବର୍ତ୍ତମାନ ସୁଦ୍ଧା ମିଲ୍ମ ଫ୍ୟାକ୍ଟେରୀର ମାଲିକ ରାକେଶ ପଟେଲଙ୍କୁ ପୋଲିସ ଗିରଫ କରିପାରିନାହିଁ । ଚଢ଼ାଉ ହେବା ପରେ ରାକେଶ ଫୋରର ହୋଇଯାଇଛନ୍ତି । ପୋଲିସ ତାଙ୍କୁ ଧରିବା ପାଇଁ ପ୍ରୟାସ କରୁଥିବା ବେଳେ BNS  ଏବଂ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରିଛି।

Fake Detergent Gujarat Racket Milk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ