Advertisment

Road Rage Viral Video: ରିଟାର୍ଡ ଆର୍ମି ଯବାନଙ୍କୁ ବନେଟରେ ବସାଇ ଅଧ କିଲୋମିଟର ଘୋଷାଡିଲେ

ବନେଟରେ ବସାଇ ଅଧ କିଲୋମିଟର ଘୋଷାଡିଲେ। ଜୀବନ ମରଣ ସହ ଲଢୁଥିଲେ ରିଟାର୍ଡ ଆର୍ମି ଯବାନ। ଛାତି ଥରାଇ ଦେଉଛି ଭାଇରାଲ୍ ଭିଡ଼ିଓ। ଲୋମଟାଙ୍କୁରି ଦେଉଛି ଏ ଦୃଶ୍ୟ। ହୃତସ୍ପନ୍ଦନ ବଢ଼ାଇ ଦେଉଛି ଏହି ୧୫ ସେକେଣ୍ଡର ଭିଡିଓ ।

Army-Officer-on-Bonnet-PKG-a
Advertisment

ବନେଟରେ ବସାଇ ଅଧ କିଲୋମିଟର ଘୋଷାଡିଲେ। ଜୀବନ ମରଣ ସହ ଲଢୁଥିଲେ ରିଟାର୍ଡ ଆର୍ମି ଯବାନ। ଛାତି ଥରାଇ ଦେଉଛି ଭାଇରାଲ୍ ଭିଡ଼ିଓ। ଲୋମଟାଙ୍କୁରି ଦେଉଛି ଏ ଦୃଶ୍ୟ। ହୃତସ୍ପନ୍ଦନ ବଢ଼ାଇ ଦେଉଛି ଏହି ୧୫ ସେକେଣ୍ଡର ଭିଡିଓ। ଚଳନ୍ତା କାର ବନେଟ ଉପରେ ଝୁଲିଛନ୍ତି ଜଣେ ବ୍ୟକ୍ତି। କେତେବେଳେ ବି ଅଘଟଣ ଘଟିପାରେ। ହେଲେ ଗାଡ଼ି ଅଟକାଉ ନାହାନ୍ତି ଚାଳକ। ସେମିତି ହିଁ ତାଙ୍କୁ ପ୍ରାୟ ଅଧ କିଲୋମିଟର ନେଇ ଚାଲିଯାଉଛନ୍ତି। ମଧ୍ୟପ୍ରଦେଶ ଗ୍ୱାଲିୟରରୁ ଏହି ଭୟଙ୍କର ଭିଡିଓ ସାମ୍ନାକୁ ଆସିଛି। ବନେଟ ଉପରେ ମୃତ୍ୟୁ ସହ ଲଢ଼ୁଥିବା ବ୍ୟକ୍ତି ଜଣକ ହେଉଛନ୍ତି ଜଣେ ଅବସରପ୍ରାପ୍ତ ଆର୍ମି ଜବାନ।

Advertisment


ସୂଚନା ମୁତାବକ, ଗତ ରବିବାର ରାତି ପ୍ରାୟ ୧୧ଟାରେ ତାଙ୍କ ପରିବାର ସହିତ ଘରକୁ ଫେରୁଥିଲେ ଏକ୍ସ ଆର୍ମି ଯବାନ କିଶୋର କାନ୍ତ ଶର୍ମା। ହେଲେ ହଠାତ ଡିଡି ନଗର ଛକ ନିକଟରେ ତାଙ୍କ କାରଟି ଅନ୍ୟ ଏକ କାର ସହିତ ଧକ୍କା ହୋଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁଯାୟୀ, ଅନ୍ୟ କାରରେ ଥିବା ଯୁବକମାନେ ପ୍ରବଳ ମଦ ପିଇଥିଲେ। ଆଉ କ୍ରୋଧିତ ହୋଇ ତୁରନ୍ତ ଝଗଡ଼ା କରିବାକୁ ଲାଗିଲେଲେ। ତେବେ କିଶୋର ତାଙ୍କ କାର ଆଗରେ ଛିଡ଼ା ହୋଇ ତାଙ୍କୁ ରୋକିବାକୁ ଚେଷ୍ଟା କରିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରେ କାର ଚଢ଼ାଇବାକୁ ଉଦ୍ୟମ କରିଥିଲେ। ଜୀବନ ବଞ୍ଚାଇବା ପାଇଁ କିଶୋର କାର ବନେଟରେ ଚଢ଼ି ଯାଇଥିଲେ। କିନ୍ତୁ ଅଟକିବା ପରିବର୍ତ୍ତେ ଅଭିଯୁକ୍ତ ବେଗ ବଢ଼ାଇ ତାଙ୍କୁ ପ୍ରାୟ ୫୦୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ଆଉ ବ୍ରେକ୍ ଲଗାଇ ତାଙ୍କୁ ଚଳନ୍ତା କାରରୁ ଫିଙ୍ଗି ଫେରାର ହୋଇଯାଇଥିଲେ।


ତେବେ ଏହି ଘଟଣାର ଭିଡ଼ିଓ ଫୁଟେଜରୁ କାର ନମ୍ବର ଜରିଆରେ ପୁଲିସ ଏକ ମାମଲା ରୁଜୁ କରିଛି। ଆଉ ଅଭିଯୁକ୍ତମାନେ ପ୍ରାୟ ଚିହ୍ନଟ ହୋଇଯାଇଥିବା କଥା କହିଛି। ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି। ସେପଟେ ଆହାତ ଆର୍ମି ଯବାନ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।  ଦେଶପାଇଁ ଲଢ଼ିଥିବା ଜଣେ ସେନା ଯବାନଙ୍କୁ ଏଭଳି ଗାଡ଼ି ଚଢ଼ାଇ ମାରିଦେବାକୁ ଉଦ୍ୟମ କରିଥିବା ବଦମାସଙ୍କୁ କିଭଳି ଦଣ୍ଡ ମିଳିବା ଉଚିତ ବୋଲି ଆପଣମାନେ ଭାବୁଛନ୍ତି ?    

Advertisment
Car Viral News Road Retired Army Person Retired Army Jawan Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ