Advertisment

Delhi Blast Mastermind Traced: ଦିଲ୍ଲୀ ‍ବିସ୍ଫୋରଣର ମାଷ୍ଟର ପ୍ଲାନ୍ , i20ରେ କ୍ରାଇମ୍ ହିଷ୍ଟ୍ରୀ

ଦିଲ୍ଲୀ ବ୍ଲାଷ୍ଟର ମାଷ୍ଟର ପ୍ଲାନ୍ । ମାଷ୍ଟର ମାଇଣ୍ଡର ଖତରନାକ୍ ଦିମାଗ୍ । Hyundai i20ରେ କ୍ରାଇମ୍ କରିଥିଲା ବିଗ୍ କ୍ରିମିନାଲ୍ । ସୋମବାର ପ୍ରାୟ ସଂଧ୍ୟା ୭ଟା ବେଳେ ଲାଲକିଲ୍ଲାରେ ହୋଇଥିବା ବଡ଼ ବିସ୍ଫୋରଣର ଖିଅ ଖୋଜୁ ଖୋଜୁ ଏହି Hyundai i20 କାର୍ ନିକଟରେ ଅଟକି ଯାଇଛି ଦିଲ୍ଳୀ ପୋଲିସ ।

Delhi-Blast-New-Update

Delhi-Blast-New-Update Photograph: (OTV)

Advertisment

ଦିଲ୍ଲୀ ବ୍ଲାଷ୍ଟର ମାଷ୍ଟର ପ୍ଲାନ୍ । ମାଷ୍ଟର ମାଇଣ୍ଡର ଖତରନାକ୍ ଦିମାଗ୍ । Hyundai i20ରେ କ୍ରାଇମ୍ କରିଥିଲା ବିଗ୍ କ୍ରିମିନାଲ୍ । ସୋମବାର ପ୍ରାୟ ସଂଧ୍ୟା ୭ଟା ବେଳେ ଲାଲକିଲ୍ଲାରେ ହୋଇଥିବା ବଡ଼ ବିସ୍ଫୋରଣର ଖିଅ ଖୋଜୁ ଖୋଜୁ ଏହି Hyundai i20 କାର୍ ନିକଟରେ ଅଟକି ଯାଇଛି ଦିଲ୍ଳୀ ପୋଲିସ । କ୍ରାଇମ୍ କାରର ପୂରା ଟ୍ରାଭେଲ୍ ହିଷ୍ଟ୍ରୀ ପୋଲିସର ହାତରେ ଲାଗିଛି । ଯାହା ଜାଣିଲେ ଆପଣ ତାଜୁବ୍ ହୋଇଯିବେ । ଦିଲ୍ଲୀ ପୋଲିସ କହିଛି, ଲାଲକିଲ୍ଲା ନିକଟରେ ହୋଇଥିବା ସନ୍ଦିଗ୍ଧ ଆତଙ୍କୀ ହମଲା କେନ୍ଦ୍ରସ୍ଥଳ ଏହି ହୁଣ୍ଡାଇ i20 । କାରଟି ହରିୟାଣାର ଫରିଦାବାଦରୁ ଦିଲ୍ଲୀକୁ ଆସିଥିଲା । ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲ୍ i20 କାରର ପୂରା ଟ୍ରାଭେଲ୍ ହିଷ୍ଟ୍ରିକୁ ସିସିଟିଭି ମ୍ୟାପିଂ କରିଛି । ଯାହା ଜଣାପଡ଼ିଛି, i20ଟି କାରଟି ଫରିଦାବାଦରୁ ବଦରପୁର ସୀମା ଦେଇ ଦିଲ୍ଲୀକୁ ଆସିଥିଲା । 

Advertisment

ବିସ୍ଫୋରଣ ପୂର୍ବରୁ ଜଣେ ସନ୍ଦିଗ୍ଧ ଉମର ମହମ୍ମଦ କାର ଚଳାଉଥିଲା । ଉମର ପେଶାରେ ଜଣେ ଡାକ୍ତର । ସେ ହିଁ ଲାଲକିଲ୍ଲା ଆକ୍ରମଣର ଯୋଜନା କରିଥିଲା । ଆଉ ଏଥିରେ ଉମରର ଦୁଇ ସହଯୋଗୀ ସାମିଲ ହୋଇଥିଲେ । ଆକ୍ରମଣ ପାଇଁ କାରରେ ଡିଟୋନେଟର୍ ଓ ଆମୋନିୟମ୍ ନାଇଟ୍ରେଟ୍ ରଖିଥିଲେ । ଲାଲକିଲ୍ଲା ନିକଟବର୍ତ୍ତୀ ଏକ ଜନଗହଳିପୂର୍ଣ୍ଣ ଅଞ୍ଚଳରେ ଆତଙ୍କବାଦୀ ମାନେ ଆକ୍ରମଣ କରିଥିବା ପୋଲିସ କହିଛି ।

ବଦରପୁର ସୀମାରୁ ଲାଲକିଲ୍ଲାର ସୁନେହରି ମସଜିଦର ପାର୍କିଂ ଅଞ୍ଚଳ ଏବଂ ଆଉଟର ରିଙ୍ଗ ରୋଡରୁ କାଶ୍ମୀର ଗେଟ୍ ପର୍ଯ୍ୟନ୍ତ ବିଭିନ୍ନ ରୁଟରୁ ସୁରକ୍ଷା କ୍ୟାମେରା ଫୁଟେଜ୍ ଟ୍ରାକ୍ କରାଯାଇଛି । କାରଟି ସୁନେହରି ମସଜିଦ ନିକଟରେ ପ୍ରାୟ ଦୁଇରୁ ତିନି ଘଣ୍ଟା ପର୍ଯ୍ୟନ୍ତ ପାର୍କିଂ କରାଯାଇଥିଲା ।  ସେହି ସମୟରେ, ଉମର ଗୋଟିଏ ମିନିଟ୍ ମଧ୍ୟ କାର ଛାଡି ଯାଇନଥିଲା । ଆଉ ପରେ ଲାଲକିଲ୍ଲା ନିକଟସ୍ଥ ଟ୍ରାଫିକ୍ ସିଟ୍ ନିକଟରେ କାରଟି ପାର୍କିଂ ସମୟରେ ବିସ୍ଫୋରଣ ହୋଇଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । 

ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ୍ ଆଧାରରେ ପ୍ରାୟ ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ।  ଖାଲି ଏତିକି ନୁହେଁ, ବିସ୍ଫୋରଣରେ ଜଡିତ ଥିବା ଏ କାର୍ ଉମର ମହମ୍ମଦର ମାଲିକାନା ଥିବା ଜଣାପଡ଼ିଛି । କାରର ୱନର ସିପ୍ ବାରମ୍ବାର ପରିବର୍ତ୍ତନ ହୋଇଛି । ପ୍ରଥମେ ଆମିର ନାମକ ଜଣେ ବ୍ୟକ୍ତିଙ୍କୁ କାରଟି ବିକ୍ରି କରାଯାଇଥିଲା । ତା’ପରେ ତାରିକ୍ କାରଟିକୁ କିଣିନେଇଥିଲେ । ଏମିତିକି କାରକୁ ନେଇ ଆହୁରି କିଛି ସାଂଘାତିକ ତଥ୍ୟ ଦିଲ୍ଲୀ ପୋଲିସ ହାତରେ ଲାଗିଛି । 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ