Kidney Sold Photograph: (OTV)
ଅତି ବିଚଳିତ କଲାଭଳି ଏ ଘଟଣା । ଆମ ଦେଶରେ ଏବେ ବି ଏମିତି ସାହୁକାର ଅଛନ୍ତି, ଯିଏ ଟଙ୍କା ଅସୁଲି ପାଇଁ ଗରିବର ଚମଡା ଉତାରି ଦେଉଛନ୍ତି । ଇଏ ସେମିତି ଗୋଟିଏ ଅମାବନୀୟ ଘଟଣା । ଏ ଯୁବକ ହେଲେ ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲାର ରୋଶନ ଜଣେ ଚାଷୀ । ସେ ଧାର୍ ଆଣିଥିଲେ ଲକ୍ଷେ ଟଙ୍କା । ହେଲେ ସୁଧ ବଢି ବଢି ହୋଇଗଲା ୭୪ ଲକ୍ଷ । ଆଉ ଏ ଟଙ୍କା ନ ଦେଇପାରିବାରୁ ତାଙ୍କର କିଡ୍ନୀ ବିକି ଟଙ୍କା ଆଦାୟ କଲେ ସାହୁକାର ।
ପୂରା ଘଟଣା ହେଲା, ଯୁବକ ଜଣକ ଚାଷରେ ବିପୁଳ କ୍ଷତି ସହିବା ପରେ ଦୁଗ୍ଧଜାତୀୟ ବ୍ୟବସାୟ ଆରମ୍ଭ କରିବାକୁ ଭାବିଲେ । ଏଥିପାଇଁ ୪ ବର୍ଷ ତଳେ ଦୁଇ ଜଣ ସ୍ଥାନୀୟ ସାହୁକାରଙ୍କଠାରୁ ୫୦ ହଜାର ଟଙ୍କା ଲେଖାଏଁ ଋଣ ଆଣିଥିଲେ । ଋଣ ଦେବାବେଳେ ସାହୁକାର କହିଥିଲେ, ଯଦି ସେ ଠିକ୍ ସମୟରେ ସୁଧ ନ ଦିଅନ୍ତି ତାହେଲେ ଦିନକୁ ୧୦ ହଜାର ଟଙ୍କା ଜରିମାନା ଲାଗିବ । ଯୁବକଜଣକ ଋଣ ଟଙ୍କାରେ କିଛି ଗାଈ କିଣିଥିଲେ ।
ବ୍ୟବସାୟ ହେଲାନି
ହେଲେ ବ୍ୟବସାୟ ଚାଲିବା ପୂର୍ବରୁ ଗାଈଗୁଡିକ ରୋଗରେ ପଡି ମରିଗଲେ । ଏହାପରେ ସାହୁକାର ତାଙ୍କୁ ଟଙ୍କା ମାଗିଥିଲେ ଓ ଧମକ ଚମକ ଦେଲେ । ସେ ବାଧ୍ୟ ହୋଇ ତାଙ୍କର ଜମି, ଟ୍ରାକ୍ଟର, ଘରର ସବୁ ମୂଲ୍ୟବାନ ଜିନିଷ, ସୁନା ଗହଣା ବିକି ଟଙ୍କା ସୁଝିଥିଲେ । ତଥାପି ତାହା ଯଥେଷ୍ଟ ହୋଇନଥିଲା । କାରଣ ସାହୁକାରଙ୍କ ସୁଧ ଓ ଜରିମାନା ବଢି ୧ ଲକ୍ଷ ଟଙ୍କା ଟଙ୍କା ଯାଇ ୭୪ ଲକ୍ଷରେ ପହଞ୍ଚି ଯାଇଥିଲା । ତେଣୁ ସାହୁକାର ଚାଷୀ ଜଣଙ୍କୁ ନିଜ କିଡ୍ନୀ ବିକି ଟଙ୍କା ସୁଝିବାକୁ କହିଲେ ।
ସେ ମଧ୍ୟ ଆଉ କିଛି ଉପାୟ ନ ପାଇ ଜଣେ ଦଲାଲ ଜରିଆରେ କିଡ୍ନୀ ବିକିବାକୁ କମ୍ବୋଡିଆ ଯାଇଥିଲେ । ସେଠି ତାଙ୍କର ଗୋଟିଏ କିଡନୀ ବାହାର କରାଯାଇ ତା' ବାବଦକୁ ୮ ଲକ୍ଷ ଟଙ୍କା ଦିଆଯାଇଥିଲା । ହେଲେ ସେଥିରେ ବି ତାଙ୍କର ସବୁ ଋଣ ସୁଝି ହୋଇପାରିନି । ଏବେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଏ ଯୁବ ଚାଷୀ ଜଣକ । ଏହି ଘଟଣା ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/12/18/kidney-sold-2025-12-18-14-57-41.jpg)