Rapido Driver Class Topper Photograph: (OTV)
ଏବେ ପାଠର ମୂଲ୍ୟ କିଛି ବି ନାହିଁ । ସମ୍ମାନ ନାହିଁ, ଚାକିରି ନାହିଁ କି ଆଗକୁ ବଢ଼ିବାର ସେତେଟା ସୁଯୋଗ ନାହିଁ । ଏ କଥା କାହିଁକି ଆମେ କହିଲୁ, ଆପଣ ଏଇ ଦୁଇପଦ କଥାକୁ ଶୁଣିଲେ ନିଶ୍ଚୟ ଜାଣିପାରିବେ ।
ଜଣେ ଟପ୍ପର ରାପିଡ଼ୋ ଚଳାଇ ରୋଜଗାରକ୍ଷମ ହୋଇଛନ୍ତି । ଦିନେ ଯେଉଁ ପିଲା ପାଠପଢ଼ି କ୍ଲାସରେ ଟପ୍ପର ହୋଇ ନିଜକୁ ନେଇ ଅନେକ ସ୍ବପ୍ନ ଦେଖୁଥିଲା ସେ ଆଜି ଚାକିରି ନପାଇ ଡ୍ରାଇଭର ସାଜିଛନ୍ତି ।
ଏ ଭିଡିଓଟି ଯେମିତି ଆମ ବ୍ୟବସ୍ଥାକୁ ଧିକ୍କାର କରୁଛି । ଭାଇରାଲ ହେଉଥିବା ଏ ଭିଡିଓ କେଉଁ ସ୍ଥାନର ତା’ ଜଣାପଡ଼ିନାହିଁ । ହେଲେ ସଂପର୍କରେ ଦୁଇ ଜଣ ଭଲ ବନ୍ଧୁ ବୋଲି ତା’ ସ୍ପଷ୍ଟ ଜଣାପଡୁଛି ।
ଏହି ଭିଡିଓଟି ‘ଭାରତ ମାତା କା ସେବକ’ ନାମକ ଏକ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । ଭିଡିଓଟିର କ୍ୟାପସନରେ ଲେଖାରହିଛି, ସେ ତରବରରେ ଏକ ରାପିଡୋ ବୁକ୍ କରିଥିଲେ, ଜାଣି ନଥିଲେ ରାପିଡୋ ଚଳକ ତାଙ୍କ ଟପ୍ପର ବାହାରିବେ ।
ଉମର ବୋଲି ଜଣେ ଯୁବକ ତରବରିଆ ଥିଲେ, ତେଣୁ ସେ ଶୀଘ୍ର ରାପିଡୋରେ ଏକ ରାଇଡ୍ ବୁକ୍ କରିଥିଲେ । ବୁକିଂ ଡିଟେଲ୍ସ ପ୍ରକାଶ ପାଇବା ପରେ, ସେ ରାଇଡରଙ୍କ ନା - ଚନ୍ଦନ - ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ।
ସେ ଭାବିଲେ ଏ କ'ଣ ସେହି ଚନ୍ଦନ ଯିଏ ଥରେ ତାଙ୍କ ଶ୍ରେଣୀରେ ଟପର୍ ହେଉଥିଲେ । ରାଇଡର ପହଞ୍ଚିବା ପରେ ଉମର ମଜାରେ କହିଲେ, "ହେ, ରାପିଡୋ, ଭାଇ ! ‘ଚନ୍ଦନ ହସି ଉତ୍ତର ଦେଲେ, ‘ପ୍ରଥମେ ମୋତେ OTP କୁହ।’
ପରେ ଉଭୟ ବନ୍ଧୁ ବାଇକରେ ଯାଇଥିଲେ । ରାସ୍ତାରେ ଅନେକ କଥା ବି ହୋଇଥିଲେ । ପୁରୁଣା ଦିନର କଥାକୁ ମନେପକାଇ ଖୁବ୍ ଖୁସି ହୋଇଥିଲେ । ହେଲେ ଏ ଭିଡିଓ ସାଧାରଣ ଲୋକଙ୍କୁ ଅନେକ କିଛି କଥା କହିଥିଲା । ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ୟୁଜର୍ସ ମାନେ କମେଣ୍ଟରେ ପ୍ରତିକ୍ରିୟା ରଖି ଦୁଃଖ ପ୍ରକାଶ କରିଥିବା ଦେଖିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/03/05/rapido-driver-class-topper-2026-03-05-20-43-27.jpg)