Advertisment

SC’s Firm Directive: ମାଲକାନଗିରିରେ ରହିବେ ଛତିଶଗଡ଼ ବିଧାୟକ, ନିଜ ରାଜ୍ୟକୁ ଯିବା ପାଇଁ ସୁପ୍ରିମକୋର୍ଟଙ୍କ କଡ଼ା ବାରଣ

ଜାମିନରେ ଆସିଲେ, କିନ୍ତୁ ଘରକୁ ଯାଇପାରିବେନି । ନିଜ ରାଜ୍ୟକୁ ଯିବା ପାଇଁ ବି କଡା ବାରଣ । ମାମଲା ଚାଲୁଥିବା ଯାଏ ପଡୋଶୀ ରାଜ୍ୟରେ ରହିବେ । ଦୁର୍ନୀତି ମାମଲାରେ ଦୀର୍ଘ 13 ମାସ ଧରି ରାୟପୁର ଜେଲରେ ରହିବା ପରେ ବିଧାୟକ କବାସି ଲକ୍ଷ୍ମାଙ୍କୁ ଏମିତି ସର୍ତ୍ତମୁଳକ ଜାମିନ ଦେଇଛନ୍ତି ସୁପ୍ରିମକୋର୍ଟ।

MLA

MLA Photograph: (OTV)

Advertisment

ଜାମିନରେ ଆସିଲେ, କିନ୍ତୁ ଘରକୁ ଯାଇପାରିବେନି 
ନିଜ ରାଜ୍ୟକୁ ଯିବା ପାଇଁ ବି କଡା ବାରଣ
ମାମଲା ଚାଲୁଥିବା ଯାଏ ପଡୋଶୀ ରାଜ୍ୟରେ ରହିବେ 
୧୩ ମାସ ଜେଲରେ ରହିବା ପରେ ଜାମିନରେ ଆସିଛନ୍ତି ବିଧାୟକ
ଅଜବ ସର୍ତ୍ତ ରଖିଲେ ସୁପ୍ରିମକୋର୍ଟ, ଏବେ ଓଡିଶା ସୀମାରେ ରହୁଛନ୍ତି

Advertisment

ବାବୁ ହେଉଛନ୍ତି ଛତିଶଗଡର ପୂର୍ବତନ ଅବକାରୀ ମନ୍ତ୍ରୀ ତଥା ଏବେର କଣ୍ଟା ନିର୍ବାଚନମଣ୍ଡଳୀର ବିଧାୟକ କବାସି ଲକ୍ଷ୍ମା। ଦୁର୍ନୀତି ମାମଲାରେ 13 ମାସ ଧରି ରାୟପୁର ଜେଲରେ ରହିବା ପରେ ସୁପ୍ରିମକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। କେସ୍ ଚାଲିବା ପର୍ଯ୍ୟନ୍ତ କବାସି ଛତିଶଗଡ ମାଟି ମାଡିବେ ନାହିଁ। ଯେଉଁଥିପାଇଁ ପଡୋଶୀ ମାଲକାନଗିରି ଜିଲ୍ଲାକୁ ନିଜର ଆଶ୍ରୟସ୍ଥଳୀ ଭାବି ବାଛି ନେଇଛନ୍ତି କବାସି।

ଏବେ ତାଙ୍କ ନୂଆ ଠିକଣା ହୋଇଛି ରିକ୍ଲା ମାଶନ କୋଲାନୀ। 2 ହଜାର 160 କୋଟି ଟଙ୍କାର ମଦ ଦୁର୍ନୀତି ଅଭିଯୋଗରେ 13 ମାସ ତଳେ ED ତାଙ୍କ ବାସଭବନରେ ଚଢାଉ କରିବା ସହ ଗିରଫ କରିଥିଲା। 

Advertisment

ଶନିବାର ଜାମିନରେ ଆସି ଛତିଶଗଡ ସୁକୁମା ଜିଲ୍ଲା ଦେଇ ମାଲକାନାଗିରି ପହଞ୍ଚିବା ପରେ କଂଗ୍ରେସ କର୍ମୀ ଓ ନେତା ମାନେ ତାଙ୍କୁ ସ୍ୱାଗତ କରିଥିଲେ । ମନ୍ଦିର କୁ ଯାଇ ପୂଜା କରିବା ପରେ ନିଜ ସମର୍ଥନଙ୍କ ସହ ବିରାଟ ଶୋଭାଯାତ୍ରାରେ ଆସି ନୂଆ ବାସଗୃହ ରେ ପହଞ୍ଚିଛନ୍ତି । 

ଠିକଣା ବଦଳିଗଲା

ପୂର୍ବରୁ କବାସି ଲକ୍ଷ୍ମାଙ୍କ ମାଲକାନଗିରି ଜିଲ୍ଲା ସହ ଭଲ ସମ୍ପର୍କ ରହିଛି । ପଞ୍ଚାୟତ ନିର୍ବାଚନଠୁ ଆରମ୍ଭ କରି ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ସବୁଥିରେ କଂଗ୍ରେସ ଦଳ ପାଇଁ ମାଲକାନଗିରି ଜିଲ୍ଲାରେ ପ୍ରଚାର କରନ୍ତି । ଯେଉଁଥିପାଇଁ ଜିଲ୍ଲାରେ ତାଙ୍କର ଲକ୍ଷ ଲକ୍ଷ ସମର୍ଥକ ରହିଛନ୍ତି । ନିଜେ କୋୟା ଆଦିବାସୀ ସଂପ୍ରଦାୟର ହୋଇଥିବା ବେଳେ ତାଙ୍କର ଅନେକ ସଂପର୍କୀୟ ଏଠାରେ ରହିଛନ୍ତି ।

Advertisment

ଏଠାରେ ରହି ସେ ନିଜ ନିର୍ବାଚନମଣ୍ଡଳୀର ବିଭିନ୍ନ ସମସ୍ୟା ବୁଝିବେ ଏବଂ ଲୋକଙ୍କ ସହ ଯୋଡ଼ି ହୋଇ ରହିବେ ବୋଲି ଜିଲ୍ଲା କଂଗ୍ରେସ ସଭାପତି କହିଛନ୍ତି । ନିଜର ପ୍ରିୟ ଆଦିବାସୀ ନେତାଙ୍କୁ ପାଖରେ ପାଇ ମାଲକାନାଗିରି କଂଗ୍ରେସ ର ଉତ୍ସାହ ଦେଖିବାକୁ ମିଳିଛି । 

ନିଜ ବିଧାୟକଙ୍କୁ ଭେଟିବା ପାଇଁ ଛତିଶଗଡରୁ ଅନେକ ସମର୍ଥକ ମାଲକାନଗିରି ଆସିଛନ୍ତି । ଏବେ ସେ ମାଲକାନାଗିରିରେ ରହି ରାଜନୀତି କରିବେ। ଆସନ୍ତାକାଲି କଂଗ୍ରେସ ବୈଠକରେ ଯୋଗ ଦେବାକୁ କବାସି ବିଶାଖାପାଟଣା ଦେଇ ଦିଲ୍ଲୀ ଯିବେ ।

Supreme Court MLA
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ