Chennai Sanitation Worker Photograph: (OTV)
ରାସ୍ତାରୁ ମିଳିଲା ୪୫ ଲକ୍ଷର ସୁନା । କଳା ବ୍ୟାଗ୍ ଭିତରେ ଚିକମିକ୍ କରୁଥିଲା ୪୫ ଲକ୍ଷର ଗହଣା । ରାସ୍ତାକଡ଼ରୁ ଉଠାଇ ନେଲେ ସଫେଇ କର୍ମଚାରୀ । ଲୋଭ ନରଖି ଥାନରେ ଜିମା ଦେଲେ । ଆଜିର ଦୁନିଆରେ ଏବେ ବି ମାନବିକତା ବଞ୍ଚିଛି ।
ମଣିଷପଣିଆକୁ ବଞ୍ଚାଇ ରଖିଛନ୍ତି ଏହି ଭଳି କିଛି ମଣିଷ । ଲୋଭ ନାହିଁ ମନଭିତରେ ଟିକିଏ ପର ଧନ ଉପରେ ଆଶା ବି ନାହିଁ । ତେଣୁ ଲକ୍ଷ ଲକ୍ଷ ଟଙ୍କାର ଗହଣାକୁ ଫେରାଇ ଦେଇ ସମାଜ ଆଗରେ ଅନେକ ବଡ଼ ହୋଇଯାଇଛନ୍ତି ଏହି ଗରିବ ମଣିଷ ।
ଚେନ୍ନାଇ ଟି-ନଗରର ମୁପ୍ପଥମାନ ଟେମ୍ପଲ ଷ୍ଟ୍ରିଟ ଅ୍ଚଳରୁ ଏହି ଘଟଣା ସାମ୍ନାକୁ ଆସିଛି । ମହିଳା ସଫେଇ କର୍ମଚାରୀ ପଦ୍ମାଙ୍କ କହିବା କଥା, ସେ ରାସ୍ତା କଡ଼ରେ ଏକ ବ୍ୟାଗ୍ ପଡ଼ିଥିବା ଦେଖିବାକୁ ପାଇଥିଲେ । ବ୍ୟାଗଟିକୁ ଦେଖି ତାଙ୍କର ସନ୍ଦେହ ହୋଇଥିଲା । ପରେ ବ୍ୟାଗଟିକୁ ଖୋଲି ଦେଖିବାକୁ ସୁନା ଗହଣା ଥବାରୁ ବିଶ୍ବାସ କରିପାରିନଥିଲେ । ପରେ ସୁନା ଭର୍ତ୍ତି ବ୍ୟାଗଟିକୁ ନେଇ ପଣ୍ଡି ବଜାର ଥାନାକୁ ଯାଇ ସେଠାରେ ପୋଲିସକୁ ହସ୍ତାନ୍ତର କରିଥିଲେ । ଯାହାକୁ ଦେଖି ପୋଲିସ ପଦ୍ମାଙ୍କୁ ଧନ୍ୟବାଦ ଦେବା ସହ ପ୍ରଶଂସା କରିଥିଲା ।
ପୂର୍ବରୁ ଚେନ୍ନାଇରେ ଥିବା ନାଙ୍ଗନାଲ୍ଲୁରର ବାସିନ୍ଦା ରମେଶ ତାଙ୍କର ଗହଣା ବ୍ୟାଗ ହଜିଥିବା ଥାନାରେ ଅଭିଯୋଗ କରିଥିଲେ । ପୋଲିସ ସୁନା ପାଇବା ପରେ ରମେଶଙ୍କୁ ଡାକି ହଜିବା ସୁନା ବିଷୟରେ ପଚାରିଥିଲା । ପରେ ତାଙ୍କଠାରୁ ସବୁ ତଥ୍ୟ ସଂଗ୍ରହ କରି ସୁନାଭର୍ତ୍ତି ବ୍ୟାଗଟି ତାଙ୍କୁ ହସ୍ତାନ୍ତର କରିଛି । ପଦ୍ମାଙ୍କ ସଚ୍ଚୋଟତା ପାଇଁ ତାଙ୍କୁ ପୋଲିସ ଅଧିକାରୀ ଏବଂ ସାଧଶରଣ ଲୋକେ ପ୍ରଶଂସା କରିଛନ୍ତି ।
ଖାଲିଏତିକି ନୁହେଁ, ପୂର୍ବରୁ ମଧ୍ୟ ପଦ୍ମାଙ୍କ ସ୍ବାମୀ ମଧ୍ୟ ନିଜର ମହାନତା ଦେଖାଇଛନ୍ତି । କୋଭିଡ୍-୧୯ ଲକଡାଉନ୍ ସମୟରେ, ପଦ୍ମାଙ୍କ ସ୍ୱାମୀ ସୁବ୍ରମଣି ମାରିନା ବିଚ୍ ନିକଟରେ ନଗଦ ଦେଢ଼ ଲକ୍ଷ ଟଙ୍କା ପାଇଥିଲେ । ପରେ ସେହି ଟଙ୍କାକୁ ସୁବ୍ରମଣି ପୋଲିସକୁ ହସ୍ତାନ୍ତର କରିଥିଲେ।
ଏଥିପାଇଁ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ତାଙ୍କୁ ସମ୍ମାନିତ କରିବା ସହ ପ୍ରଶଂସା ସ୍ୱରୂପ ୧ ଲକ୍ଷ ଟଙ୍କା ଉପହାର ଦେଇଥିଲେ ।
ଉଭୟ ସ୍ବାମୀ-ସ୍ତ୍ରୀ ଭଡ଼ା ଘରେ ରୁହନ୍ତି । ଦୁଇଟି ପିଲାଙ୍କୁ ପାଠପଢ଼ାଇବା ସହ ଲାଳନପାଳନ କରି ପରିବାର ଚଳାଉଛନ୍ତି । ଗରିବ ଓ ଅଭାବୀ ପରିବାର ହୋଇଥିଲେ ମଧ୍ୟ ସେମାନଙ୍କ ଭିତରେ ମଣିଷପଣିଆ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/15/chennai-sanitation-worker-2026-01-15-18-05-28.jpg)