Advertisment

Budget Hopes to Reduce Inflation: ଦିନକ ପରେ ଦେଶ ବଜେଟ୍, ଶସ୍ତା ହେବ କି ଦୈନନ୍ଦିନ ସାମଗ୍ରୀ ?

ଦିନକ ପରେ ଦେଶ ବଜେଟ୍। ଶସ୍ତା ହେବ କି ଦୈନନ୍ଦିନ ସାମଗ୍ରୀ ? ଜିଏସଟି ସଂସ୍କାର ପରେ ମିଳିବ କି ବୁଷ୍ଟର ଡୋଜ୍ ? ଅର୍ଥମନ୍ତ୍ରୀ ନିର୍ମଳାଙ୍କ ପେଡ଼ିରୁ ରହିଛି ବଡ଼ ଆଶା। ଲୋକଙ୍କ କ୍ରୟଶକ୍ତି ବଢାଇବାକୁ ମିଳିପାରେ ଗୁରୁତ୍ୱ। ଫୋକସରେ ରହିପାରେ ଗ୍ରାମାଞ୍ଚଳ ଅର୍ଥନୀତି।

Budget Hopes to Reduce Inflation

ଦିନକ ପରେ ଦେଶ ବଜେଟ୍ Photograph: (OTV)

Advertisment

ଏଥର ବଜେଟରୁ ସାଧାରଣ ଲୋକଙ୍କୁ ମିଳିବ କଣ ? ଶସ୍ତା ହେବ କି ଦୈନନ୍ଦିନ ସାମଗ୍ରୀ ? କେନ୍ଦ୍ରୀୟ ବଜେଟକୁ ମଝିରେ ଆଉ ଦିନଟିଏ ବାକିଥିବାବେଳେ ଲୋକଙ୍କ ଖାଇବା ଥାଳି ସହିତ ସଂପୃକ୍ତ FMCG ସେକ୍ଟର ରଖିଛି ବଡ଼ ଆଶା। 

Advertisment

ଗତବର୍ଷ ଜିଏସଟି ରିଫର୍ମ ପରେ, ବଜେଟରେ ମୋଦି ସରକାର ଆଉ କିଛି ବଡ଼ ଉପହାର ଦେଇପାରନ୍ତି ବୋଲି ଆଶା କରାଯାଉଛି। ଲୋକଙ୍କ କ୍ରୟଶକ୍ତି ବୃଦ୍ଧି ଓ ମହଙ୍ଗାମାଡ଼ରୁ ମୁକ୍ତି ପାଇଁ ବିଶେଷ ପଦକ୍ଷେପ ନେବାକୁ ରହିଛି ପ୍ରସ୍ତାବ। ତେବେ ଅର୍ଥନୀତି ବିଶେଷଜ୍ଞଙ୍କ କହିବା କଥା, ଗ୍ରାମାଞ୍ଚଳ ବିକାଶକୁ ଫୋକସ୍ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।

ଆଉ ଦିନକ ପରେ କେନ୍ଦ୍ରୀୟ ବଜେଟ୍। ସବୁ ବର୍ଗଙ୍କ ଭଳି ଅର୍ଥମନ୍ତ୍ରୀଙ୍କ ବଜେଟ୍ ପେଡ଼ିରୁ ବଡ଼ ଆଶା ରଖିଛି FMCG ବା ଫାଷ୍ଟ୍ ମୁଭିଂ କନଜ୍ୟୁମର୍ ଗୁଡସ୍ ସେକ୍ଟର୍। ଦୈନନ୍ଦିନ ଜୀବନ ସହିତ ଜଡ଼ିତ ଅତ୍ୟାବଶ୍ୟକ ସାମଗ୍ରୀ ଏହି ସେକ୍ଟର ଅଧୀନ ହୋଇଥିବାରୁ ଏହା ଲୋକଙ୍କ ଖାଇବାଥାଳି ଉପରେ ସିଧାସଳଖ ପ୍ରଭାବ ପକାଇଥାଏ। ଗତବର୍ଷ ଜିଏସ୍ଟି ସଂସ୍କାର ସତ୍ତ୍ୱେ ସରକାରଙ୍କଠୁ ଅଧିକ ରିହାତି ଆଶା କରୁଛି FMCG। ବିଶେଷ କରି ଟ୍ୟାକ୍ସ ହ୍ରାସ ଓ ଲୋକଙ୍କ କ୍ରୟଶକ୍ତି ବଢାଇବାକୁ କିଛି ଆଖିଦୃଶିଆ ଘୋଷଣା ପାଇଁ ଦାବି ହେଉଛି। 

Advertisment

ବ୍ୟବସାୟୀଙ୍କ ଯୁକ୍ତି- ଜିଏସ୍‌ଟି ସଂସ୍କାର ପରେ ଷ୍ଟ୍ରକ୍ଚର୍ ଉନ୍ନତ ହୋଇଛି। କିନ୍ତୁ କଞ୍ଚାମାଲ ସାମଗ୍ରୀ ଉଚ୍ଚ ଜିଏସଟି ସ୍ଲାବରେ ରହୁଥିବାରୁ ଗ୍ରାହକ ବିଶେଷ ଭାବେ ସୁବିଧା ପାଉନାହାନ୍ତି। ଜିଏସଟି ହାର କମିଥିଲେ ବି ସାମଗ୍ରୀର ଦର ସେତେଟା ଖସିନାହିଁ। ଏଣୁ ଆୟକରରେ କୋହଳ ସହିତ ଡିମାଣ୍ଡ ମଧ୍ୟ ବୃଦ୍ଧି କରିବା ନିତାନ୍ତ ଆବଶ୍ୟକ। 

ଡୋମେଷ୍ଟିକ୍ ମ୍ୟାନୁଫ୍ୟାକ୍ଚରିଂ ପାଇଁ ଇନିସିଏଟିଭ୍ ପ୍ରଦାନ କରାଗଲେ କଞ୍ଜ୍ୟୁମର୍ ମଧ୍ୟ ଉପକୃତ ହୋଇପାରିବେ।ଯାହାକି ଦେଶର ଅର୍ଥନୀତିକୁ ଦ୍ରୁତ ଗତି ଦେବାରେ ସହାୟ ହେବ। ସେପଟେ ଅର୍ଥନୀତି ବିଶେଷଜ୍ଞଙ୍କ ଆକଳନ- ଜିଏସଟି ସ୍ଲାବ ପରିବର୍ତ୍ତନ ହେବା ଆଶା କ୍ଷୀଣ। ସରକାର ଗ୍ଲୋବାଲ୍ ମାର୍କେଟିଂକୁ ଅଧିକ ଗୁରୁତ୍ବ ଦେବା ସହ ଗ୍ରାମାଞ୍ଚଳ ବିକାଶ ଉପରେ ଧ୍ୟାନ ଦେଇପାରନ୍ତି। ବଜେଟରେ ଭିତ୍ତିଭୂମିର ସୁଦୃଢିକରଣ, ଟେକ୍ନୋଲୋଜିକୁ ପ୍ରୋତ୍ସାହନ ମିଳିପାରେ । 

Advertisment

ଜିଏସ୍‌ଟି ରିଫର୍ମ ପରେ ଗ୍ରାମୀଣ ବଜାର ବଢିଥିଲେ ମଧ୍ୟ ଉତ୍ସାହଜନକ ନୁହେଁ। ଦରଦାମ ବୃଦ୍ଧିରେ ସନ୍ତୁଳି ହେଉଛନ୍ତି ଲୋକେ। ରାସନଠୁ ଆରମ୍ଭ କରି ପେଟ୍ରୋଲ୍, ଡିଜେଲ୍ ପର୍ଯ୍ୟନ୍ତ ସବୁ ଦାମ୍ ଉପରମୁହାଁ। ତାସାଙ୍ଗକୁ ସୁନାରୁପା ଅମୂଲମୂଲ। ଏଣୁ ବଜେଟରେ ମଧ୍ୟବିତ୍ତଙ୍କ ଖର୍ଚ୍ଚ କ୍ୟାପାସିଟି ବଢାଇବାରେ ଫୋକସ୍ କରାଯାଉ ବୋଲି ପ୍ରସ୍ତାବ ରହିଛି।

ତାଛଡ଼ା ଗ୍ରାମାଞ୍ଚଳରେ କ୍ଷୁଦ୍ର ଉଦ୍ୟୋଗ ପ୍ରତିଷ୍ଠା ଏବଂ ମହିଳାଙ୍କୁ ସ୍ବାବଲମ୍ବୀ କରିବାକୁ କେନ୍ଦ୍ର ସରକାର ଆଉ କିଛି ପଦକ୍ଷେପ ନେଇପାରନ୍ତି। ଏପଟେ ସାଧାରଣ ଲୋକ ବି ମହଙ୍ଗାମାଡ଼ରୁ ମୁକୁଳିବାକୁ ବଜେଟରୁ ଆଶା ରଖିଛନ୍ତି। 

ଗ୍ରାମୀଣ ଅର୍ଥନୀତିକୁ ଅଧିକ ଚଳଚଞ୍ଚଳ ଓ ମଧ୍ୟବିତ୍ତଙ୍କୁ ଦରଦାମ ବୃଦ୍ଧିରୁ ଆଶ୍ୱସ୍ତି ପାଇଁ ମୋଦି ସରକାର ବଜେଟରେ କି ପଦକ୍ଷେପ ନେଉଛନ୍ତି ତାହା ଉପରେ ନଜର।

GST Budget Rural Development
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ