UP Newly Married Couple Divorce Photograph: (OTV)
ଅଗ୍ନିକୁ ସାକ୍ଷୀ ରଖି ବାହା ହେଲା । ବେଦୀରେ ବର ହାତରୁ ସିନ୍ଦୂର ପିନ୍ଧିଲା କନିଆଁ । ହେଲେ ବାହାଘରର ମାତ୍ର କିଛି ଘଣ୍ଟା ଭିତରେ ଉଭୟଙ୍କ ଭିତରେ ଆପୋସ ବୁଝାମଣାରେ ଡିଭୋର୍ସ ହୋଇଗଲା ।
ଗୋଟିଏ ଦିନରେ ଅଲଗା ହୋଇଗଲେ ସ୍ବାମୀ-ସ୍ତ୍ରୀ । ଏପରି ଏକ ଘଟଣା ଏବେ ଖୁବ୍ ଚର୍ଚ୍ଚାରେ । ଉତ୍ତର ପ୍ରଦେଶ ହମିରପୁର ଜିଲ୍ଲାର ଏହି ନବ ଦମ୍ପତି ଅଲଗା ହେବା ପରେ ସମାଜ ଆଗରେ ଦୁଇ ପରିବାରଙ୍କ ମୁଣ୍ଡ ତଳକୁ ହୋଇଯାଇଛି ।
କୁହାଯାଉଛି, ରୀତିନୀତି ଅନୁସାରେ ବର ଧରମ ସିଂହ କୁଶୱାହା ଓ କନ୍ୟା ମିଥିଳେଶ କୁମାରୀଙ୍କ ବିବାହ ଶେଷ ହୋଇଥିଲା । ବିବାହ ପରେ କନ୍ୟାକୁ ନେଇ ବର ପକ୍ଷ ନିଜେ ଘରେ ପହଞ୍ଚିଥିଲେ । ହେଲେ ସେଠାରେ କନ୍ୟା ମିଥିଳେଶ ସ୍ବାମୀଙ୍କ ସହ ରହିବାକୁ ରାଜି ହୋଇନଥିଲେ ।
ଏମିତି କି ବିବାହର ପ୍ରଥମ ରାତିରେ ସ୍ବାମୀଙ୍କୁ ନିଜ ରୁମ ଭିତରକୁ ପ୍ରବେଶ ପାଇଁ ଅନୁମତି ଦେଇନଥିଲେ । ଆଉ ଏ ବାହାଘର ତାଙ୍କ ଇଚ୍ଛାରେ ହୋଇନଥିବା କହିଥିଲେ । ଫଳରେ ଏହି ଘଟଣା ପରେ ହମିରପୁରର ରଥ ପୋଲିସ ଷ୍ଟେସନ ଯାଏଁ କଥା ଯାଇଥିଲା ।
ପୋଲିସ ଏନେଇ ନବବଧୂଙ୍କୁ ବହୁତ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା । ଉଭୟ ବର କନ୍ୟା ଛାଡ଼ପତ୍ର ପାଇଁ ଅଡ଼ି ବସିଥିଲେ ଶେଷରେ ସେମାନଙ୍କର ଡିଭୋର୍ସ ମଧ୍ୟ ହୋଇଛି ।
ନବବଧୂ ମିଥିଳେଶଙ୍କ କହିବା କଥା, ସେ ଅନ୍ୟ ଏକ ପୁଅକୁ ଭଲପାଉଥିଲେ । ଏ କଥା ତାଙ୍କ ଘର ଲୋକ ଜାଣି ମଧ୍ୟ ତାଙ୍କୁ ଜୋରଜବରଦସ୍ତି ବାହା ଦେଇଛନ୍ତି । ତା’ ଛଡ଼ା ସେ ବାହା ହେବାକୁ ମନା କ୍ରିବାରୁ ତାଙ୍କୁ ମାଡ଼ ମାରି ବାହା କରାଇଛନ୍ତି । ନବବଧୂଙ୍କ ନିକଟରୁ ଏହି କଥା ଶୁଣିବା ପରେ ଉଭୟ ପରିବାର ସହ ପୋଲିସ ଆଲୋଚନା କରିଥିଲା ।
ଏନେଇ ରଥ ପୋଲିସ ଷ୍ଟେସନ ଇନଚାର୍ଜ ରାକେଶ ସିଂହ କହିଛନ୍ତି, ପୋଲିସ ଉଭୟ ପକ୍ଷ ସହିତ ଏହି ବିଷୟରେ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ । ଯେତେବେଳେ କନ୍ୟା ରହିବାକୁ ରାଜି ହେଲେ ନାହିଁ ।
ତେଣୁ ଦୁଇ ପରିବାର ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ତେଣୁ ଛାଡ଼ପତ୍ର ଏକମାତ୍ର ବିକଳ୍ପ ଥିଲା । ଆଉ ଏ ନିଷ୍ପତ୍ତି ପରେ କନ୍ୟା ତାଙ୍କ ପିତାମାତାଙ୍କ ଘରକୁ ଫେରିଗଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/28/up-newly-married-couple-divorce-2026-02-28-12-29-13.jpg)