ଭାରତୀୟ ଜନତା ପାର୍ଟିର ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନିର୍ବାଚନ ଜାନୁଆରୀ ୨୦ ତାରିଖରେ ଅନୁଷ୍ଠିତ ହେବ। ଏନେଇ ଆଜି କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।
ଆସନ୍ତା ୧୯ ତାରିଖରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନାମାଙ୍କନ ଦାଖଲ ହେବ। ୧୯ ତାରିଖ ଅପରାହ୍ନ ୨ଟାରୁ ୪ଟା ଯାଏଁ ନାମାଙ୍କନ ଦାଖଲ ପ୍ରକ୍ରିୟା ରହିବ। ଏହାପରେ ଅପରାହ୍ନ ୪ଟାରୁ ୫ଟା ନାମାଙ୍କନ ଯାଞ୍ଚ, ୫ଟାରୁ ୬ଟା ନାମାଙ୍କନ ପ୍ରତ୍ୟାହାର ପାଇଁ ସମୟ ରହିବ। ଏହାପରେ ୨୦ ତାରିଖରେ ଘୋଷଣା ହେବ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାଁ ।
ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ୫,୭୦୮ ଭୋଟର ସେମାନଙ୍କର ମତଦାନ ଦେବେ। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବର୍ତ୍ତମାନର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ସାମିଲ ଅଛନ୍ତି। ବର୍ତ୍ତମାନ ନୀତିନ ନବୀନ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/01/16/bjp-president-2026-01-16-12-47-35.jpg)