Advertisment

PM Modi to Arrive in Odisha: ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦି, ପୂଜା ଆଗରୁ ରାଜ୍ୟକୁ ଦେବେ ୧୭ ଶହ କୋଟିର ରେଳ ପ୍ରକଳ୍ପ ଭେଟି

ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଝାରସୁଗୁଡାରେ ସେବା ପର୍ବରେ ସାମିଲ ହେବା ସହ ଯୁବ ସମାବେଶକୁ ଉଦବୋଧନ ଦେବେ। ଏହି ଅବସରରେ ରାଜ୍ୟକୁ ୧୭୦୦ କୋଟିର ରେଳ ପ୍ରକଳ୍ପ ଭେଟି ପିଏମ୍।

PM MODI

PM MODI Photograph: (OTV)

Advertisment

ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଝାରସୁଗୁଡାରେ ସେବା ପର୍ବରେ ସାମିଲ ହେବା ସହ ଯୁବ ସମାବେଶକୁ ଉଦବୋଧନ ଦେବେ। ଏହି ଅବସରରେ ରାଜ୍ୟକୁ ୧୭୦୦ କୋଟିର ରେଳ ପ୍ରକଳ୍ପ ଭେଟି ପିଏମ୍। ମୋଦିଙ୍କ ଗସ୍ତ ପାଇଁ ପୁରା ପ୍ରସ୍ତୁତ ଝାରସୁଗୁଡା। ନିଜେ ମୁଖ୍ୟମନ୍ତ୍ରୀ ସେଠାରେ ଉପସ୍ଥିତ ରହି ଆୟୋଜନର ସମୀକ୍ଷା କରିଛନ୍ତି ।...

Advertisment

ପିଏମଙ୍କ ମେଗା ମିଟିଂ ଲାଗି ପ୍ରସ୍ତୁତ ଝାରସୁଗୁଡା। ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ୍ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ନେତାଙ୍କ ଠାରୁ ମୁଖ୍ୟମନ୍ତ୍ରୀ। ଇନ୍ସପେକଟରଙ୍କଠାରୁ ପୋଲିସ ଡିଜି। ଅମଲିପାଲି ପଡିଆରେ ସମସ୍ତେ ଉପସ୍ଥିତ ରହି ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜେ ଗତକାଲି ସମାବେଶ ସ୍ଥଳର ନିରୀକ୍ଷଣ କରିଥିଲେ। 

ଆଜି ଝାରସୁଗୁଡା ଏୟାରପୋର୍ଟରୁ ଅମଲିପାଲି ପଡିଆ ପର୍ଯ୍ୟନ୍ତ କାରକେଡ୍ ଅଭ୍ୟାସ କରାଯାଇଛି। ପୋଲିସ ଡିଜି ୱାଇ.ବି. ଖୁରାନିଆ ନିଜେ ଉପସ୍ଥିତ ରହି ଏହାର ତଦାରଖ କରିଛନ୍ତି। ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଝାରସୁଗୁଡା ବିମାନବନ୍ଦରରେ ପୂର୍ବାହ୍ନ ୧୧ଟା ୧୦ ମିନିଟରେ ପହଞ୍ଚିବେ। ସେଠାରୁ ସଡ଼କ ପଥରେ ଯାଇ ଅମଲିପାଲି ସ୍ଥିତ ପଡିଆରେ ଆୟୋଜିତ ଯୁବ ସମାବେଶରେ ଯୋଗ ଦେବେ। ଏହି ଅବସରରେ ଅନେକ ବିକାଶ ମୂଳକ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦଘାଟନ କରିବେ। ୫୦ହଜାର ଅନ୍ତ୍ୟୋଦୟ କାର୍ଯ୍ୟାଦେଶ ବାଣ୍ଟିବା ସହ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ।... 

Advertisment

ସବୁଠୁ ବଡ କଥା ହେଲା ଓଡିଶାକୁ ୧୭୦୦ କୋଟିର ରେଳ ପ୍ରକଳ୍ପ ଭେଟି ଦେବେ ମୋଦି । ଯାହା ଭିତରେ ରହିଛି ୯୫୫ କୋଟିର ମାନାବାର–କୋରାପୁଟ– ଗୋରାପୁର ୮୨ କିଲୋମିଟର ରେଳ ଲାଇନର ଦୋହରୀକରଣ । ୪୮୧ କୋଟିର କୋରାପୁଟ – ବାଇଗୁଡ଼ା ୩୪ କିଲୋମିଟର ରେଳ ଲାଇନର ଦୋହରୀକରଣ ପ୍ରକଳ୍ପର ଲୋକାର୍ପଣ କରିବେ ମୋଦି। ସେହିପରି ଦୀର୍ଘ ଦିନ ଧରି ବଡ଼ ସମସ୍ୟା ସାଜିଥିବା ୨୭୩ କୋଟି ଟଙ୍କାର ସମ୍ବଲପୁର ସହର ଏବଂ ସରଲା ମଧ୍ୟରେ ରେଳ ଫ୍ଲାଇଓଭରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । 

ଏହାବାଦ ବ୍ରହ୍ମପୁର ଏବଂ ସୁରଟ (ଉଧନା) ମଧ୍ୟରେ ଅମୃତ ଭାରତ ଏକ୍ସପ୍ରେସକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ଏହି ଅମୃତ ଭାରତ ଏକ୍ସପ୍ରେସ ଓଡ଼ିଶାର ଗଞ୍ଜାମ, ରାୟଗଡା, କଳାହାଣ୍ଡି, ବଲାଙ୍ଗୀର ଏବଂ ନୂଆପଡାରୁ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଗୁଜରାଟ ଯିବାକୁ ଥିବା ଯାତ୍ରୀଙ୍କୁ ସହାୟକ ହେବ ।...

Advertisment

ରାଜ୍ୟରେ ବିଜେପି ସରକାର ହେବା ପରେ ଗୋଟିଏ ବର୍ଷରେ ଓଡିଶାକୁ ୬ ଥର ଆସିଛନ୍ତି ପ୍ରଧାନମନ୍ତ୍ରୀ। ଶେଷ ଥର ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତିରେ ସାମିଲ ହୋଇ ରିପୋର୍ଟ କାର୍ଡ ରଖିଥିଲେ। ଏସହ ଗତ ବର୍ଷ ଜନ୍ମଦିନ ବି ଓଡ଼ିଶାରେ ପାଳି ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଥିଲେ । ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ଦିନ ଅବସରରେ ପାଳନ ହେଉଥିବା ସେବା ପର୍ବ ଅବସରରେ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ମୋଦି ।... 

PM Modi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ