Today Bharat Bandha Photograph: (OTV)
ଶ୍ରମିକଙ୍କ ଗର୍ଜନରେ କମ୍ପୁଛି ଭାରତ । ଓଡ଼ିଶାରେ ଭାରତ ବନ୍ଦର ବିଗ୍ ଇମପାକ୍ଟ । ଶୂନଶାନ ରାଜଧାନୀର ରାଜରାସ୍ତା । କଟକର ନେତାଜୀ ବସ୍ ଟର୍ମିନାଲ ଖାଲିଖାଲି । ଯେଉଁ ଆଡ଼େ ଦେଖିବେ ସିଆଡ଼େ ଶୁଭୁଛି ଶ୍ରମିକଙ୍କ ବିକ୍ଷୋଭର ସ୍ବର । ରାଜ୍ୟର ୬ ପ୍ରମୁଖ ସହର ରାଉକେଲା, ବ୍ରହ୍ମପୁର, ସମ୍ବଲପୁର, ବଲାଙ୍ଗୀର, କଟକ ଓ ପାରାଦୀପରେ ସମାନ ଚିତ୍ର ଦେଖିବାକୁ ମିଳିଛି ।
ସବୁଠି ଶାନ୍ତିଶୃଙ୍ଖଳାରେ ପ୍ରତିବାଦ କରୁଛନ୍ତି ଆନ୍ଦୋନକାରୀ । ଆଉ ଭୁବନେଶ୍ବରର ମଧ୍ୟ ଠିକ୍ ଏହିପରି ରହିଛି ପ୍ରଭାବ । ରାଜ୍ୟର କାଁ ଭାଁ ସ୍ଥାନରେ ଉତ୍ତେଜନା ଦେଖା ଦେଇଥିଲେ ମଧ୍ୟ ସ୍ଥିତି ସେଭଳି ଅପ୍ରିତୀକର ପରିସ୍ଥିତି ପାଲଟନି ।
ହେଲେ ଭୁବନଶ୍ବେରର ଆଚାର୍ଯ୍ୟ ବିହାରରେ ଫସିରହିଥିଲା ବରଯାତ୍ରୀ ଗାଡ଼ି । ବିକ୍ଷୋଭକାରୀଙ୍କ ସହ ଅଲୋଚନା ପରେ ସ୍ଥିତ୍ତି ସ୍ବଭାବିକ ହେଇଥିଲା । ସେହିପରି ବାଲୋଶ୍ବରରେ ମଧ୍ୟ ଆନ୍ଦୋଳନକାରୀଙ୍କ ଆକ୍ରୋଶର ଶିକାର ହୋଇଥିଲେ ମଲ୍ କର୍ମଚାରୀ ।
ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ କିଛି ଘଣ୍ଟା ଧରି ଭୁବନେଶ୍ବର ଜୟଦେବ ବିହାରରେ ପ୍ରବଳ ହଙ୍ଗାମା କରିଥିଲେ । ଏନଏଚ୍ ୧୬କୁ ବନ୍ଦ କରି ବିକ୍ଷୋଭ କରିଛନ୍ତି । କିଛି କିଛି ସ୍ଥାନରେ ଗାଡ଼ି ଚଳାଚଳ ବେଶ୍ ପ୍ରଭାବ ହୋଇଛି । କେନ୍ଦ୍ର ସରକାରଙ୍କ ଶ୍ରମିକ ନୀତିକୁ ବିରୋଧ କରି ୧୦ରୁ ଅଧିକ ଶ୍ରମିକ ସଂଗଠନ ଦେଶବ୍ୟାପୀ ଧର୍ମଘଟ ଓ ହରତାଳ କରୁଥିବାବେଳେ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏ ବନ୍ଦ ପାଳନ କରାଯାଉଛି । ।
କେନ୍ଦ୍ର ସରକାରଙ୍କ ଶ୍ରମିକ ବିରୋଧୀ, ଚାଷୀ ବିରୋଧୀ ଏବଂ କର୍ପୋରେଟ୍ ସମର୍ଥନ ନୀତିକୁ ବିରୋଧ କରି ଏହି ବନ୍ଦ ହୋଇଛି । ଏଥିରେ ସାମିଲ ହୋଇଥିବା ପ୍ରମୁଖ ଟ୍ରେଡ ୟୁନିଅନଗୁଡ଼ିକ ମଧ୍ୟରେ ରହିଛନ୍ତି CITU, AITUC, INTUC, HMS, AICCTU, LPF ଏବଂ UTUC ।
ଏହି ଧର୍ମଘଟକୁ କଂଗ୍ରେସ ସମର୍ଥନ କରିଛି । ସେପଟେ ରାୟଗଡା ସହରରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଆନ୍ଦୋଳନକାରୀ । ଶିରିଗୁଡ଼ା ଛକରେ ପୋଲିସ ବସ ବ୍ରେକ ଫେଲ ହୋଇଥିଲା, କିନ୍ତୁ ଡ଼୍ରାଇଭରଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ବଡ଼ ଦୁର୍ଘଟଣା ଟଳିଯାଇଛି ।
ଭାରତ ବନ୍ଦର ପ୍ରଭାବ ଓଡ଼ିଶାରେ ବିଶେଷ ଭାବେ ପଡ଼ିଛି । ହସ୍ତସନ୍ତ ହୋଇଛନ୍ତି ସାଧାରଣ ଜନତା । ସରକାରଙ୍କୁ ବିରୋଧ କରି ଶ୍ରମିକମାନେ କରୁଥିବା ପ୍ରତିବାଦ ଯୋଗୁ ଖୋଲିନି ଦୋକାନ ବଜାର, ଗଡ଼ିନି ଗାଡ଼ି କି ସାଧରଣ ଗରିବ ଲୋକଟିଏ ତା’ ଜୀବନ ଜୀବିକା ନିର୍ବାହ ପାଇଁ ଦୈନନ୍ଦିନ କରୁଥିବା କାମ କରିପାରିନି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/12/today-bharat-bandha-2026-02-12-16-30-49.jpg)