Advertisment

Babri Masjid Revenge: ହିଟ୍ ଲିଷ୍ଟରେ ଥିଲା ୪ ସହର , ୬ଟି ବିସ୍ଫୋରଣରେ ଥରିଥାନ୍ତା ଦିଲ୍ଲୀ

ଟାଇମ୍ ସେଟ୍ ଥିଲା, ବ୍ଲୁ ପ୍ରିଣ୍ଟ ବି ରେଡି ଥିଲା । ୨ ବର୍ଷ ଧରି ଚାଲିଥିବା ଭୟଙ୍କର ଷଡଯନ୍ତ୍ରକୁ କାର୍ଯ୍ୟକାରୀ କରିବାକୁ ପୂରା ପ୍ରସ୍ତୁତିରେ ଥିଲେ ଆତଙ୍କବାଦୀ । ଭାରତକୁ ଦୋହଲାଇ ଦେବାକୁ ସରିଥିଲା ସବୁ ବ୍ୟବସ୍ଥା ।

DELHI-BLAST-TARGET-4-CITIES

DELHI-BLAST-TARGET-4-CITIES Photograph: (OTV)

Advertisment

ଟାଇମ୍ ସେଟ୍ ଥିଲା, ବ୍ଲୁ ପ୍ରିଣ୍ଟ ବି ରେଡି ଥିଲା । ୨ ବର୍ଷ ଧରି ଚାଲିଥିବା ଭୟଙ୍କର ଷଡଯନ୍ତ୍ରକୁ କାର୍ଯ୍ୟକାରୀ କରିବାକୁ ପୂରା ପ୍ରସ୍ତୁତିରେ ଥିଲେ ଆତଙ୍କବାଦୀ । ଭାରତକୁ ଦୋହଲାଇ ଦେବାକୁ ସରିଥିଲା ସବୁ ବ୍ୟବସ୍ଥା । ଗିରଫ ଆତଙ୍କବାଦୀଙ୍କ ହିଟ୍ ଲିଷ୍ଟରେ ଥିଲା  ଧାର୍ମିକ ସ୍ଥଳ ଓ ଜନବହୁଳ ଅଞ୍ଚଳ । ଦିଲ୍ଲୀ, ଅଯୋଧ୍ୟା ସମେତ ୪ ସହରରେ ବିସ୍ଫୋରଣ କରିବାକୁ ଥିଲା ଯୋଜନା । ୮ ଜଣ ଆତଙ୍କୀବାଦୀ କରିଥାନ୍ତେ ଏହି ବିସ୍ଫୋରଣ । ୨ଟି ଲେଖାଏଁ ଗ୍ରୁପରେ ବିସ୍ଫୋଟକ ନେଇ ୪ ସହରକୁ ଯାଇଥାନ୍ତେ । ଡିସେମ୍ବର ୬ ହୋଇଥାନ୍ତା ବ୍ଲାଷ୍ଟ । ଲାଲକିଲ୍ଲା ବିସ୍ଫୋରଣର ତଦନ୍ତ ବେଳେ ସାମ୍ନାକୁ ଆସୁଛି ଏମିତି ଗୋଟିଏ ପରେ ଗୋଟିଏ ଚାଞ୍ଚଲ୍ୟକର ସତ ।

Advertisment

ଡିସେମ୍ବର ୬ରେ ରାଜଧାନୀ ଦିଲ୍ଲୀର ୬ଟି ସ୍ଥାନରେ କରିଥାନ୍ତେ ସିରିଜ୍ ବିସ୍ଫୋରଣ । ଅଯୋଧ୍ୟା ରାମ ମନ୍ଦିର ଓ କାଶୀ ବିଶ୍ୱନାଥ ମନ୍ଦିର ବି ଥିଲା ଟାର୍ଗେଟରେ । ଆଟାକ୍ ପାଇଁ ଜନବହୁଳ ଅଞ୍ଚଳ ସହ ହିନ୍ଦୁ ଧାର୍ମିକ ସ୍ଥଳଗୁଡିକୁ ଖୋଜି ବୁଲିଥିଲେ ଆତଙ୍କବାଦୀ । ଆତଙ୍କୀ ଡାକ୍ତର ଓ ପାକିସ୍ତାନର ଆତଙ୍କୀ ସଂଗଠନ ଜୈସ-ଏ-ମହମ୍ମଦ ମିଶି ଏଭଳି ଯୋଜନା କରିଥିଲେ ।  ୧୯୯୨ ଡିସେମ୍ବର ୬ରେ ବାବ୍ରି ମସଜିଦ ଭଙ୍ଗା ଘଟଣାର ପ୍ରତିଶୋଧ ନେବାକୁ ହୋଇଥିଲା ଏହି ଟେରର ପ୍ଲାନ୍ ।

ସେଇ ଡିସେମ୍ବର ୬ ତାରିଖକୁ ବାଛିଥିଲେ ଆତଙ୍କବାଦୀ । ଲେଡି ଆତଙ୍କୀ ଡାକ୍ତର ସାହିନ ଓ ତା'ର ସହଯୋଗୀ ଜୈସ୍-ଇ-ମହମ୍ମଦ ସହ ସମ୍ପର୍କରେ ଥିଲେ । ଆତଙ୍କୀ ଉମର୍, ଆଦିଲ୍ ଓ ମୁଜାମିଲ୍ ୨ ବର୍ଷ ହେଲା ଆମୋନିୟମ ନାଇଟ୍ରେଟ୍ ବିସ୍ଫୋଟକ ଜମା କରୁଥିଲେ । ଏମାନଙ୍କ ଉଦ୍ଦେଶ୍ୟ ଥିଲା, ଜୈସ୍‌ ନିର୍ଦ୍ଦେଶରେ ସାରା ଦେଶରେ ସିରିଜ୍ ବିସ୍ଫୋରଣ କରିବା । କିନ୍ତୁ ଆଟାକ୍ ପୂର୍ବରୁ ହିଁ ‌ଏହି ଟେରର୍ ମଡ୍ୟୁଲ୍‌ର ପର୍ଦ୍ଦାଫାସ୍ କରିଦେଲା ପୋଲିସ୍ । ତେଣୁ ଭୟରେ ତରବରିଆ ଭାବେ ଆତଙ୍କୀ ଉମର୍ ମହମ୍ମଦ ଦିଲ୍ଲୀରେ ବ୍ଲାଷ୍ଟ କରିଥିବା କୁହାଯାଉଛି 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ