West-Bengal-Landslides Photograph: (OTV)
ଭାଙ୍ଗୁଛି ଘର, ଧସୁଛି ପାହାଡ । ସବୁ ମିଶିଯାଉଛି ମାଟିରେ । ଗାଁ ଭିତରେ ନଈର ଦୃଶ୍ୟ ।ଲଗାତର ପ୍ରବଳ ବର୍ଷା ସାଧାରଣ ଜୀବନଯାତ୍ରାକୁ ବାଧା ଦେଇଛି। ଭୂସ୍ଖଳନ ସହିତ ପୋଲ ଭୁଶୁଡ଼ି ପଡ଼ିବାରୁ ଜନଜୀବନ କ୍ଷତି ହୋଇଛି। ଧିରେ ଧିରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି।
ଲଗାଣ ବର୍ଷାରେ ମାଟି ଅତଡା ଖାଉଥିବାରୁ ଦିଆସିଲ୍ ଘର ପରି ଭାଙ୍ଗିଯାଉଛି ରାସ୍ତା କଡରେ ଥିବା ଛୋଟ ଛୋଟ କେବିନ୍, ଆଉ କାଗଜ ଡଙ୍ଗା ଭଳି ପାଣିରେ ଭାସିଯାଉଛି…..
ବର୍ଷାର ମାତ୍ରା ଏତେ ଅଧିକ ହୋଇଛି ଯେ ଚାରିଆଡେ ଖାଲି ପାଣି ଆଉ ପାଣି….ପାଣିର ଏହି ସୁଅ ଆଉ ଗର୍ଜନକୁ ଦେଖିଲେ ଆପଣ ଅନୁମାନ କରୁଥିଲେ ବର୍ଷା କେତେ ଭୟଙ୍କର ହୋଇଛି….ଗାଁ-ଗଣ୍ଡା କି ରାସ୍ତା-ଘାଟ, ଦେଖିଲେ ବୁଝିହେଉଛି, ଗାଁ ଭିତରେ ପାଣି ନା ପାଣି ଭିତରେ ଘର….ବର୍ଷା ଯୋଗୁଁ ଭୁଶୁଡି ପଡିଛି ଲୁହାର ପୋଲ। ଯାନବାହାନ ଚଳାଚଳ ହୋଇଛି ଯାଇଛି ବନ୍ଦ….ଏହା ଦୁଧିଆ ନଦୀ ଉପରେ ଥିଲା ଲୁହା ପୋଲର ଦୃଶ୍ୟ….
ଚାରିଆଡେ ହାହାକାର ଖେଳାଇ ଦେଇଛି ପ୍ରକୃତିର ଏହି ତାଣ୍ଡବ । ଉତ୍ତର ବଙ୍ଗରେ ଏଭଳି ଭୟଙ୍କର ପରିସ୍ଥିତି ସମସ୍ତଙ୍କ ମନରେ ଛନକା ପୂରାଇ ଦେଇଛି। ମିରିକ ଏବଂ ସୁଖିଆ ଅଞ୍ଚଳରେ ଭୂସ୍ଖଳନ ଯୋଗୁଁ ଅନେକ ଲୋକ ମୃତାହତ ହୋଇଥିବା ଜଣାପଡ଼ିଛି।
ଦୁର୍ଘଟଣା ପରେ, ଦାର୍ଜିଲିଂ ଜିଲ୍ଲା ପୋଲିସ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି। କାଲିମ୍ପୋଙ୍ଗରେ ପରିସ୍ଥିତି ସଙ୍କଟାପନ୍ନ ରହିଛି। ନିରନ୍ତର ବର୍ଷା ଯୋଗୁଁ ଅନେକ ଅଞ୍ଚଳରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ଏବଂ ସଡ଼କ ପରିବହନ ଗୁରୁତର ଭାବରେ ପ୍ରଭାବିତ ହୋଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/10/05/west-bengal-landslides-2025-10-05-17-51-36.jpg)