Rajasthan Silver Loot Photograph: (OTV)
ଲୁଟେରାଙ୍କ ଟାର୍ଗେଟରେ ରୁପା । ବଢୁଛି ଦର, ମାତିଲେଣି ଲୁଟେରା । ୯୦ ବର୍ଷର ବୃଦ୍ଧାଙ୍କୁ ଖଟିଆରୁ ଲୁଟିନେଲେ । ହାତ ଗୋଡ଼ ବାନ୍ଧି ଝାଂପିନେଲେ ଦେଢ଼ କିଲୋ ରୁପା । ବୁଧବାର ରାତିରେ ଏମିତି ଏକ ଘଟଣା ଘଟିଥିଲା । ଚୋରମାନେ ରାତିରେ ଜଣେ ପୁର୍ବତନ ସରପଞ୍ଚଙ୍କ ଘରେ ପଶିଥିଲେ ।
ଅପରାଧ ଘଟାଇବା ପୂର୍ବରୁ, ଅଭିଯୁକ୍ତମାନେ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ଘର ବାହାରୁ ବନ୍ଦ କରିଦେଇଥିଲେ । ପରେ ବାରଣ୍ଡାରେ ଶୋଇଥିବା ୯୦ ବର୍ଷିୟ ବୃଦ୍ଧା ଛୋଟି ଦେବୀଙ୍କୁ ଖଟିଆ ସହ ଉଠାଇ ନେଇ ଏକ ଚାଷ ଜମିକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ବାନ୍ଧି ଦେବା ସହ ସେ ବିନ୍ଧିଥିବା ପ୍ରାୟ ଦେଢ଼ କିଲୋ ରୁପା ଲୁଟ୍ କରିଥିଲେ ।
ଏମିତି ଏକ ଘଟଣା ରାଜସ୍ଥାନରୁ ସାମ୍ନାକୁ ଆସିଛି । ଭିଲୱାରା ଜିଲ୍ଲାର କୋଠିଆ ଗାଁରେ ଏମିତି କାଣ୍ଡ ଭିଆଇଛନ୍ତି ଲୁଟେରା ମାନେ । କୁହାଯାଉଛି, ପୂର୍ବତନ ସରପଞ୍ଚ ନାଥି ଦେବୀଙ୍କ ବୃଦ୍ଧା ଶାଶୁ ଛୋଟି ଦେବୀ ବାରଣ୍ଡାରେ ଏକ ଖଟରେ ଶୋଇଥିଲେ । ସେହି ସମୟରେ ଲୁଟେରାମାନେ ଏପରି କାଣ୍ଡ ଘଟାଇଛନ୍ତି ।
ଚୋମରନେ ଘରର କବାଟ ବନ୍ଦ କରିଦେଇଥିବାରୁ ପରିବାରର ଅନ୍ୟ ସଦସ୍ୟମାନେ ବାହାରକୁ ବାହାରିପାରିନଥିଲେ । ତେଣୁ ଫୋନ୍ କରି ଗାଁର ଲୋକମାନଙ୍କୁ ଜଣାଇଥିଲେ । ଗାଁ ଲୋକେ ଆସି ସେମାନଙ୍କ କବାଟ ଖୋଲିବାକୁ ଛୋଟି ଦେବୀଙ୍କୁ ପାଇନଥିଲେ । ପରେ ଖୋଜାଖୋଜି ପରେ ଚାଷ ଜମିରୁ ତାଙ୍କୁ ଉଦ୍ଧାର କରାଯାଇଥିଲା ।
ଏନେଇ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ଅଭିଯୁକ୍ତଙ୍କୁ ଧରିବାକୁ ତଦନ୍ତ ଆରମ୍ଭ କରିଛି । ପୂର୍ବରୁ ମଧ୍ୟ ସେହି ନକଟ ଗାଁରେ ଜଣେ ମହିଳାଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା ।
କିଛି ଲୁଟେରା ଜଣେ ମହିଳାଙ୍କୁ ହତ୍ୟା କରି ତାଙ୍କ ନିକଟରୁ ରୁପା ଅଳଙ୍କାର ଲୁଟ୍ କରିଥିଲେ । ସେ ପିନ୍ଧିଥିବା ରୁପା ଚୁଡ଼ି ନେଇ ପଳାଇ ଯାଇଥିଲେ । ମୃତ ମହିଳା ଜଣକ ଛେଳି ଚରାଇବାକୁ ଯାଇଥିବାବେଳେ କିଛି ଦୁର୍ବୃତ୍ତ ତାଙ୍କ ଉପରେ ଆକ୍ରମଣ କରିଥିଲେ ।
ରୁପା ପାଇଁ ମହିଳାଙ୍କୁ ହତ୍ୟା ପରେ ସାରା ଅଞ୍ଚଳର ଲୋକ ଆତଙ୍କିତ ହୋଇଥିଲେ । ପୋଲିସ ଏନେଇ ତଦନ୍ତ ଆରାମ୍ଭ କରିଥଇଲେ ସୁଦ୍ଧା ହତ୍ୟକାରୀମାନେ ଏଯାଏଁ ଗିରଫ ହୋଇନାହାନ୍ତି । ଅନ୍ୟପଟେ ତଦନ୍ତ ଅଧିକାରୀଙ୍କ କହିବା କଥା, ବାରମ୍ବାର ବଜାରରେ ରୂପାର ମୂଲ୍ୟ ବୃଦ୍ଧି ପାଇବା ଯୋଗୁ ଏପରି ଘଟଣା ଘଟିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/07/rajasthan-silver-loot-2026-02-07-15-44-52.jpg)