Loksabha Photograph: (OTV)
ସଂସଦର ବଜେଟ ଅଧିବେଶନ ସମୟରେ ମୁଖ୍ୟ ବିରୋଧୀ କଂଗ୍ରେସ ଦଳର ଆଠ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ସେମାନଙ୍କ ବିରୁଦ୍ଧରେ ଗୃହର ବାଚସ୍ପତିଙ୍କ ଆସନ ଉପରକୁ କାଗଜ ଫିଙ୍ଗିବାର ଅଭିଯୋଗ ହୋଇଥିଲା । ସେମାନେ ଗୃହରେ ବିଶୃଙ୍ଖଳିତ ଆଚରଣ କରିଥିଲେ ।
ସଂସଦର ବଜେଟ ଅଧିବେଶନ ସମୟରେ ଲଗାତାର ଦ୍ୱିତୀୟ ଦିନ ପାଇଁ ଲୋକସଭାରେ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ମଙ୍ଗଳବାର ଦିନ ଆଠ ଜଣ କଂଗ୍ରେସ ସାଂସଦଙ୍କୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ସାଂସଦଙ୍କ ବିରୋଧରେ କାଗଜ ଚିରି ବାଚସ୍ପତିଙ୍କ ଆସନରେ ଫିଙ୍ଗିଥିବା ଅଭିଯୋଗ ହୋଇଥିଲା।
ସେମାନେ ବିଶୃଙ୍ଖଳିତ ଆଚରଣ କରି ଗୃହକାର୍ଯ୍ୟ କରାଇ ଦେଇନଥିଲେ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଏବଂ ପ୍ରିୟଙ୍କା ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳର ସାଂସଦମାନେ ଏହି ନିଲମ୍ବନର ପ୍ରତିବାଦ କରିଛନ୍ତି।
ବିଶୃଙ୍ଖଳିତ ଆଚରଣ କରିଥିଲେ
ମଙ୍ଗଳବାର ଅପରାହ୍ନ ୩ଟାରେ ଲୋକସଭା କାର୍ଯ୍ୟ ଆରମ୍ଭ ହେବା ପରେ ସମ୍ପୂର୍ଣ୍ଣ ଘଟଣା ସାମ୍ନାକୁ ଆସିଥିଲା। ଏହି ସମୟ ମଧ୍ୟରେ ବିରୋଧୀ ସାଂସଦମାନେ ବାଚସ୍ପତି ଚେୟାର ଆଡକୁ କାଗଜ ଖଣ୍ଡ ଫିଙ୍ଗିଥିଲେ। ଗୃହରେ ହଟ୍ଟଗୋଳ ହୋଇଥିଲା । ବାଧ୍ୟ ହୋଇ ଗୃହକାର୍ଯ୍ୟକୁ ମୁଲତବୀ ରଖାଯାଇଥିଲା ।
ଏହି ସାଂସଦମାନଙ୍କୁ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରାଯାଇଛି। ଆଦି ଦିନକ ପାଇଁ ଲୋକସଭା କାର୍ଯ୍ୟ ସ୍ଥଗିତ ରଖାଯାଇଛି।
ନିଲମ୍ବିତ ହୋଇଥିବା ସାଂସଦମାନଙ୍କ ମଧ୍ୟରେ କଂଗ୍ରେସ ସାଂସଦ ମାନିକମ ଟାଗୋର, ହିବି ଏଡେନ, ଅମରିନ୍ଦର ସିଂହ ରାଜା ୱାରିଂ, ଗୁରଜିତ ଆଉଜଲା, କିରଣ ରେଡ୍ଡୀ, ଏସ ଭେଙ୍କଟ ରମଣ, ପ୍ରଶାନ୍ତ ପାଡୋଲେ ଏବଂ ଡିନ୍ କୁରିଆକୋସେ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2026/02/03/loksabha-2026-02-03-16-10-13.jpg)