Advertisment

Shocking Crime: ଏଇ ଛୋଟିଆ ଭୁଲ୍ ପାଇଁ, ଗଣଦୁଷ୍କର୍ମ ଶିକାର ହେଲେ ନର୍ସ…

ରାତି ଅଧରେ ଭୟଙ୍କର ଘଟଣା। ଛୋଟ ଭୁଲ୍ ପାଇଁ ଫସିଗଲେ ମହିଳା ନର୍ସ । ୨୦୫ ନଂ ରୁମ୍ ବଦଳରେ ପହଞ୍ଚିଗଲେ ୧୦୫ରେ… ତା’ପରେ ଘଟିଗଲା ଜଘନ୍ୟ କାଣ୍ଡ। ମଦ ପିଇବାକୁ ବାଧ୍ୟ କରାଇଲେ…ଅକଥନୀୟ ଯୌନ ନିର୍ଯାତନା ଦେଲେ…ଶେଷରେ ମହିଳା ନର୍ସଙ୍କୁ କଲେ ଗଣଦୁଷ୍କର୍ମ…

Gang Rape

Gang Rape Photograph: (OTV)

Advertisment

ରାତି ଅଧରେ ଭୟଙ୍କର ଘଟଣା । ଛୋଟ ଭୁଲ୍ ପାଇଁ ଫସିଗଲେ ମହିଳା ନର୍ସ । ୨୦୫ ନଂ ରୁମ୍ ବଦଳରେ ପହଞ୍ଚିଗଲେ ୧୦୫ରେ… । ତା’ପରେ ଘଟିଗଲା ଜଘନ୍ୟ କାଣ୍ଡ । ମଦ ପିଇବାକୁ ବାଧ୍ୟ କରାଇଲେ…ଅକଥନୀୟ ଯୌନ ନିର୍ଯାତନା ଦେଲେ… । ଶେଷରେ ମହିଳା ନର୍ସଙ୍କୁ କଲେ ଗଣଦୁଷ୍କର୍ମ ୩ ନୃଶଂସ ଅଭିଯୁକ୍ତ… । ରାତି ଅଧରେ ମହିଳା ନର୍ସଙ୍କୁ ଅକଥନୀୟ ଯୌନ ନିର୍ଯାତନା ଦେଇ କରିଥିଲେ ଗଣଦୁଷ୍କର୍ମ… ।

Advertisment

ଏମିତି ଅଭାବନୀୟ ଘଟଣା ଘଟିଛି ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀ ନଗରରେ । ଜଣେ ମହିଳା ନର୍ସ ଭୁଲବଶତଃ ଏକ ହୋଟେଲର ଅନ୍ୟ ଏକ ରୁମ୍ କବାଟ ବାଡ଼େଇଥିଲେ। ତା'ପରେ ତିନି ଜଣ ଯୁବକ ତାଙ୍କୁ କରିଥିଲେ ଗଣଦୁଷ୍କର୍ମ । ଘଟଣାଟି ବୁଧବାର ରାତିରେ ରେଳ ଷ୍ଟେସନ ନିକଟସ୍ଥ  ଏକ ହୋଟେଲରେ ଘଟିଥିଲା। 

ତେବେ ପୋଲିସର କହିବା ଅନୁଯାୟୀ, ପୀଡିତା ଏକ ଘରୋଇ ହସ୍ପିଟାଲରେ ନର୍ସ ଭାବରେ କାମ କରନ୍ତି । ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ମହିଳା ଜଣେ ବନ୍ଧୁଙ୍କଠାରୁ ଆର୍ଥିକ ସାହାଯ୍ୟ ମାଗିଥିଲେ। ବନ୍ଧୁ ଜଣଙ୍କ ତାଙ୍କୁ ହୋଟେଲରେ ଭେଟିବାକୁ ଡାକିଥିଲେ। ମହିଳା ଜଣକ ହୋଟେଲକୁ ଯାଇ ଭୁଲ ରୁମର କବାଟ ବାଡ଼େଇଥିଲେ। ଉକ୍ତ ରୁମରେ ତାଙ୍କ ବନ୍ଧୁଙ୍କୁ ନପାଇ ମହିଳା ଜଣକ ଫେରି ଆସୁଥିବା ସମୟରେ ପଛରୁ ଡାକିଥିଲେ ମଦ୍ୟପ ଅଭିଯୁକ୍ତ । ତା’ପରେ ଆରମ୍ଭ ହୋଇଥିଲା ଅକଥନୀୟ ନିର୍ଯାତନା । 

Advertisment

ମଦ ପିଇବାକୁ ବାଧ୍ୟ କରି... 

ମହିଳାଙ୍କୁ ମଦ ପିଇବାକୁ ବାଧ୍ୟ କରିବା ସହ ଦେଇଥିଲେ ଯୌନ ନିର୍ଯାତନା। ତେବେ ଭୋର ୩ଟାରୁ ୪ଟା ମଧ୍ୟରେ ମହିଳା ଜଣକ କୌଣସି ପ୍ରକାରେ କବାଟ ଖୋଲି ପଳାଇବାରେ ସକ୍ଷମ ହୋଇଥିଲେ । ପରେ ସେ ବେଦାନ୍ତ ନଗର ପୋଲିସ ଷ୍ଟେସନକୁ ଯାଇ ଅଭିଯୋଗ କରିଥିଲେ। ଏହି ଜଘନ୍ୟ ଅପରାଧ ଘଟାଇ ଖସି ପଳାଇଥିଲେ ୩ ଅଭିଯୁକ୍ତ । ପରେ ପୋଲିସ ତିନି ଜଣଙ୍କୁ ଗିରଫ କରିଛି। 

Gangrape Nurse
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ