Advertisment

ସ୍କୁଲ ପାଠ ଶେଷ କରିନାଆନ୍ତି, କିନ୍ତୁ ଏବେ ଦେଶର ସର୍ବକନିଷ୍ଠ କୋଟିପତି

ନୂଆଦିଲ୍ଲୀ: ଦେଶର ସର୍ବକନିଷ୍ଠ କୋଟିପତି ନିଖିଲ କାମାତ । ପିଲାବେଳୁ କିଛି ନୂଆ କରିବାର ଝୁଙ୍କ ଆଜି ତାଙ୍କୁ ସଫଳ କରିଛି । ସ୍କୁଲ ଯାଇ ପାଠପଢ଼ିବା ତାଙ୍କୁ ଅଣନିଃଶ୍ୱାସୀ କରିପକାଉଥିଲା । ମନରେ ଭିନ୍ନ ଭିନ୍ନ ଚିନ୍ତା ଆସୁଥିଲା। ତେବେ  ପାଠପଢ଼ାରେ ମନ ନଲାଗିବାରୁ ଛୋଟବେଳରୁ ସେ ଚେସ୍ ଖେଳିଆ ଆରମ୍ଭ  କରିଦେଇଥିଲେ ।  ମାତ୍ର ୧୪ ବର୍ଷ ବୟସରେ ସାଙ୍ଗସାଥୀ ମେଳରେ ପୁରୁଣା ମୋବାଇଲ୍ କିଣାବିକାର ବ୍ୟବସାୟ ଆରମ୍ଭ କରିଦେଇଥିଲେ । ତେବେ ତାଙ୍କ […]

ସ୍କୁଲ ପାଠ ଶେଷ କରିନାଆନ୍ତି, କିନ୍ତୁ ଏବେ ଦେଶର ସର୍ବକନିଷ୍ଠ କୋଟିପତି

school dropout

Advertisment

ନୂଆଦିଲ୍ଲୀ: ଦେଶର ସର୍ବକନିଷ୍ଠ କୋଟିପତି ନିଖିଲ କାମାତ । ପିଲାବେଳୁ କିଛି ନୂଆ କରିବାର ଝୁଙ୍କ ଆଜି ତାଙ୍କୁ ସଫଳ କରିଛି । ସ୍କୁଲ ଯାଇ ପାଠପଢ଼ିବା ତାଙ୍କୁ ଅଣନିଃଶ୍ୱାସୀ କରିପକାଉଥିଲା । ମନରେ ଭିନ୍ନ ଭିନ୍ନ ଚିନ୍ତା ଆସୁଥିଲା। ତେବେ  ପାଠପଢ଼ାରେ ମନ ନଲାଗିବାରୁ ଛୋଟବେଳରୁ ସେ ଚେସ୍ ଖେଳିଆ ଆରମ୍ଭ  କରିଦେଇଥିଲେ ।  ମାତ୍ର ୧୪ ବର୍ଷ ବୟସରେ ସାଙ୍ଗସାଥୀ ମେଳରେ ପୁରୁଣା ମୋବାଇଲ୍ କିଣାବିକାର ବ୍ୟବସାୟ ଆରମ୍ଭ କରିଦେଇଥିଲେ । ତେବେ ତାଙ୍କ ମା’ଙ୍କୁ ଏ ସମ୍ପର୍କରେ ଜଣାପଡ଼ିବା ପରେ ସେ ମୋବାଇଲକୁ ଟଏଲେଟରେ ପକାଇ ଫ୍ଲସ୍ କରିଦେଇଥିଲେ । ପରେ ସେ ସ୍କୁଲରେ ପରୀକ୍ଷା ଦେବା ଉପରେ ଅଯୋଗ୍ୟ ବିବେଚିତ ହୋଇଥିଲେ । ଶେଷରେ ସ୍କୁଲ ଛାଡ଼ି ମାସକୁ ୮୦୦୦୦ ଟଙ୍କାରେ କଲ ସେଣ୍ଟରେ କାମ ଆରମ୍ଭ କରିଥିଲେ ।

Advertisment

ବ୍ରୋକରେଜ୍ ଫାର୍ମ ଜିରୋଧାର ସହ ପ୍ରତିଷ୍ଠାତା ନିଖିଲ କାମାତଙ୍କ କାହାଣୀ ଖୁବ ଭିନ୍ନ । ତାଙ୍କ ବାପା ବ୍ୟାଙ୍କ ଜଣେ ବ୍ୟାଙ୍କ କର୍ମଚାରୀ, ମା ଜଣେ ଗୃହିଣୀ, ଗୋଟିଏ ଭାଇ । ପରିବାର ଉଚ୍ଚଶିକ୍ଷିତ । ସମସ୍ତଙ୍କର ଇଚ୍ଛା ଥିଲା ନିଖିଲ ମଧ୍ୟ ଭଲ ପାଠପଢ଼ି ମୋଟାଅଙ୍କର ବେତନରେ ଚାକିରି କରିବେ । କିନ୍ତୁ ସେ ଥିଲେ ସମସ୍ତଙ୍କ ଠାରୁ ଭିନ୍ନ । ଭିନ୍ନ ତାଙ୍କର ଚିନ୍ତା, ଆଉ ଭିନ୍ନ ଥିଲା ତାଙ୍କର ଲକ୍ଷ୍ୟ ।  ପିଲାବେଳୁ ବଦମାସୀରେ ଏକ ନମ୍ବର ଥିଲେ । ବାପାମା’ଙ୍କ ମାଡ଼ଗାଳି ସତ୍ତ୍ୱେ ପାଠ ପଢ଼ିବାରେ ତାଙ୍କର ମନ ନଥିଲା ।

ସ୍କୁଲର ପାରମ୍ପରିକ ପାଠପଢ଼ାକୁ ସେ ଭିନ୍ନ ନଜରରେ ଦେଖୁଥିଲେ । ଖେଳ କୁଦରେ ସମୟ ବିତୁଥିଲା । ସ୍କୁଲ ବନ୍ଦ କରି ପ୍ରାୟ ସମୟରେ ସାଙ୍ଗସାଥୀଙ୍କ ସହ ଚେସ୍ ଖେଳୁଥିଲେ । ବୋର୍ଡ ପରୀକ୍ଷା ପୂର୍ବରୁ ଉପସ୍ଥାନ କମ୍ ଥିବାରୁ ନିଖିଲ ବୋର୍ଡ ପରୀକ୍ଷା ଦେବା ପାଇଁ ଯୋଗ୍ୟ ବିବେଚିତ ହୋପାରିଲେ ନାହିଁ । ପିତାମାତାଙ୍କୁ ସ୍କୁଲକୁ ଡକାଯାଇ, ନିଖିଲଙ୍କ ସମ୍ପର୍କରେ ଅଭିଯୋଗ କରିଥିଲେ କର୍ତ୍ତୃପକ୍ଷ। ଆଉ ତା’ ପର ଠାରୁ ସ୍କୁଲ ମାଟି ମାଡ଼ିଲେ ନାହିଁ ନିଖିଲ । ସ୍କୁଲ ଛାଡିବା ପରେ ସେମାନେ ପରବର୍ତ୍ତୀ ସମୟରେ କଣ କରିବେ ତାହା ଜାଣିପାରିଲେ ନାହିଁ। ହେଲେ ଏତିକିରେ ସେ ଥମିଗଲେ ନାହିଁ ।

Advertisment

ହ୍ୟୁମାନ୍ସ  ଅଫ୍ ବମ୍ବେରେ ଦେଇଥିବା ଏକ ସାକ୍ଷାତକାରରେ ନିଖିଲ କାମାତ କହିଛନ୍ତି, ଏକ ନକଲି ଜନ୍ମ ପ୍ରମାଣପତ୍ର ତିଆରି କରି ମାତ୍ର ୧୭ ବର୍ଷ ବୟସରେ ୮୦୦୦ ଟଙ୍କା ବେତନରେ କଲ ସେଣ୍ଟରରେ କାମ ଆରମ୍ଭ କରିଥିଲେ । ସଂନ୍ଧ୍ୟା ୪ ଟାରୁ ରାତି ୧ ଟା ପର୍ଯ୍ୟନ୍ତ କଲ ସେଣ୍ଟରରେ କାମ କରୁଥିଲେ । କାମରେ କେବେ ହେଲେ ସେ ହେଳା କରିନାହାନ୍ତି କି କାମକୁ ଛୋଟ ବଡ଼ ଭାବି ନାହାନ୍ତି । କଲସେଣ୍ଟରରେ କାମ କରୁଥିବା ଭିତରେ  ୧୮ ବର୍ଷ ବୟସରେ ସେ ପ୍ରଥମ ଥର ପାଇଁ ଷ୍ଟକ୍ ମାର୍କେଟରେ ଟଙ୍କା ଲଗାଇଥିଲେ । ଆଉ ଏହି ସମୟ ମଧ୍ୟରେ ସେ ବହୁତ କିଛି ଶିଖିବାକୁ ପାଇଲେ । ନିଖିଲଙ୍କ ଉପରେ ତାଙ୍କ ବାପାଙ୍କର ବହୁତ ବିଶ୍ୱାସ ଥିଲା । ଆଉ ବାପାଙ୍କ ଠାରୁ କିଛି ଟଙ୍କା ଆଣି ଅଳ୍ପ ବୟସରେ ହିଁ ସେ ସେୟାର ବଜାରର ପୋଖତ ଖେଳାଳି ପାଲଟି ଯାଇଥିଲେ ।

ନିଖିଲ କଲ୍ ସେଣ୍ଟରର ମ୍ୟାନେଜରଙ୍କୁ ମଧ୍ୟ ଷ୍ଟକ୍ ମାର୍କେଟରେ ପୁଞ୍ଜି ବିନିଯୋଗ କରିବାକୁ ପ୍ରବର୍ତ୍ତାଇଥିଲେ । ଏବଂ ନିଖିଲଙ୍କ ପରାମର୍ଶ କ୍ରମେ ସେୟାର ବଜାରରେ ମ୍ୟାନେଜରଙ୍କ ଟଙ୍କା ବିନିଯୋଗ କରି ଅନେକ ଟଙ୍କା ରିଟର୍ଣ୍ଣ ଫେରି ପାଇଥିଲେ। ନିଖିଲ କହିଛନ୍ତି, ଏପରି ବି ସମୟ ଆସିଛି, ଯେତେବେଳେ ସେ କଲସେଣ୍ଟରରେ ଗୋଟିଏ ଦିନ ବି ଅଫିସ୍ ନାହାନ୍ତି, ଆଉ ବେତନ ସହିତ ଇନସେଣ୍ଟିଭ୍ ମଧ୍ୟ ଦିଆଯାଇଛି ।  କାରଣ ସେତେବେଳକୁ ସେ ନିଜର ଏକ ଟିମ୍ ଗଢ଼ି ଶେୟାର ବଜାରରେ ଟଙ୍କା ବିନିଯୋଗ କରୁଥିଲେ ଏବଂ ସମସ୍ତଙ୍କୁ ଭଲ ରିଟର୍ଣ୍ଣ ଦେଉଥିଲେ ।

Advertisment

ପରେ ୨୦୧୦ରେ ଚାକିରି ଛାଡି ବଡ ଭାଇ ସହିତ Zerodha ବ୍ରୋକରେଜ୍ ଫାର୍ମ  ଆରମ୍ଭ କରିଥିଲେ ନିଖିଲ । କେବଳ ଏତିକି ନୁହେଁ କଠିନ ପରିଶ୍ରମ କରି ନିଖିଲ କାମାତ ତାଙ୍କ ବଡ ଭାଇଙ୍କ ସହ ଆଉ ଏକ କମ୍ପାନୀ True Beacon  ମଧ୍ୟ ଆରମ୍ଭ କରିଛନ୍ତି । ୨୦୨୦ ରେ ଫୋର୍ବସ୍ ତାଲିକାରେ ଏହି ଦୁଇ ଭାଇଙ୍କୁ ଭାରତର ୧୦୦ ଧନୀ ବ୍ୟକ୍ତିଙ୍କ ତାଲିକାରେ ସାମିଲ କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ