Advertisment

ବିବାହ କାର୍ଡରେ ଲାଲୁଙ୍କ ଫଟୋ ଲଗାଇ ଯୁବକ କଲେ ଅଜବ ଦାବି

ପାଟନା: ବିବାହ କାର୍ଡରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଫଟୋ। ବିହାର ହାଜିପୁରର ଜଣେ ଯୁବକ ନିଜ ବିବାହ କାର୍ଡରେ ଲାଲୁ ଯାଦବଙ୍କ ଫଟୋ ଲଗାଇବା ସହ ଜେଲ୍‌ରେ ଥିବା ଲାଲୁଙ୍କୁ ମୁକ୍ତ କରିବା ଲାଗି ଅପିଲ୍‌ କରିଛନ୍ତି। ଏହାସହ ବିବାହରେ ଯୋଗଦେବା ପାଇଁ ସେ ବିବାହ କାର୍ଡକୁ ଆର୍‌ଜେଡିର ଅନେକ ବଡ଼ ନେତାଙ୍କଠୁ ଆରମ୍ଭ କରି ଲାଲୁଙ୍କ ପୁଅ ତେଜସ୍ୱୀ, ପତ୍ନୀ ରାବିଡ଼ି ଦେବୀଙ୍କ ଘରକୁ ପଠାଇଛନ୍ତି। ହାଜିପୁର […]

ବିବାହ କାର୍ଡରେ ଲାଲୁଙ୍କ ଫଟୋ ଲଗାଇ ଯୁବକ କଲେ ଅଜବ ଦାବି

lalu yadav

Advertisment

ପାଟନା: ବିବାହ କାର୍ଡରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଫଟୋ। ବିହାର ହାଜିପୁରର ଜଣେ ଯୁବକ ନିଜ ବିବାହ କାର୍ଡରେ ଲାଲୁ ଯାଦବଙ୍କ ଫଟୋ ଲଗାଇବା ସହ ଜେଲ୍‌ରେ ଥିବା ଲାଲୁଙ୍କୁ ମୁକ୍ତ କରିବା ଲାଗି ଅପିଲ୍‌ କରିଛନ୍ତି। ଏହାସହ ବିବାହରେ ଯୋଗଦେବା ପାଇଁ ସେ ବିବାହ କାର୍ଡକୁ ଆର୍‌ଜେଡିର ଅନେକ ବଡ଼ ନେତାଙ୍କଠୁ ଆରମ୍ଭ କରି ଲାଲୁଙ୍କ ପୁଅ ତେଜସ୍ୱୀ, ପତ୍ନୀ ରାବିଡ଼ି ଦେବୀଙ୍କ ଘରକୁ ପଠାଇଛନ୍ତି।

Advertisment

publive-image

ହାଜିପୁର ରହୁଆ ଗାଁର ପୱନ କୁମାର ଯାଦବ ଏପ୍ରିଲ ୨୩ରେ ବିବାହ କରିବେ। ଏହି ଅବସରରେ ପୱନ ନିଜ ବିବାହ କାର୍ଡରେ ଲାଲୁ ଯାଦବ ‌ଓ ଲଣ୍ଠନ ଫଟୋ ଲଗାଇଛନ୍ତି। ଏହାସହ ଏହି କାର୍ଡ ଉପରେ ସେ ’ରିଲିଜ୍‌ ଲାଲୁ ଯାଦବ’ ବୋଲି ମଧ୍ୟ ଲେଖିଛନ୍ତି।

marriage invitation card

ଏନେଇ ପୱନ କହିଛନ୍ତି, ‘ସମସ୍ତଙ୍କୁ ନେଇ ଆଗକୁ ଚାଲିବାର ନେତା ହେଉଛନ୍ତି ଲାଲୁ ଯାଦବ। ସେ ଗରିବଙ୍କ ଧ୍ୟାନ ରଖନ୍ତି। ଏଥିପାଇଁ ନିଜ ବିବାହ କାର୍ଡ ମାଧ୍ୟମରେ ଲାଲୁ ଯାଦବଙ୍କୁ ମୁକ୍ତ କରିବା ଲାଗି ଅପିଲ୍‌ କରୁଛି।’

Advertisment

marriage invitation card

ସୂଚନାଥାଉ କି, ଚଳିତ ବର୍ଷ ଜାନୁଆରୀରେ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ତାଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ହସ୍ପିଟାଲ୍‌ର Cardiac Intensive Care Unit (CICU)ରେ ରଖାଯାଇଥିଲା ଓ ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ଗୋ ଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍‌ରେ ଥିବାବେଳେ ଅସୁସ୍ଥ ହୋଇ ପଡ଼ିଥିଲେ ଲାଲୁ ଯାଦବ।

ଲାଲୁଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ନେଇ ପରିବାର ଲୋକଙ୍କୁ ସୂଚନା ଦିଆଯିବା ପରେ ଲାଲୁଙ୍କ ଦୁଇ ପୁଅ ତେଜ ପ୍ରତାପ ଓ ତେଜସ୍ୱୀ ଯାଦବ, ପତ୍ନୀ ରାବିଡି ଦେବୀ ଓ ଝିଅ ମିସା ଭାରତୀ ଏକ ସ୍ୱତନ୍ତ୍ର ବିମାନରେ ରାଞ୍ଚିରେ ପହଞ୍ଚିଥିଲେ ଓ ଲାଲୁଙ୍କୁ ଭେଟିଥିଲେ।

Advertisment

ଗୋ ଖାଦ୍ୟ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୨୦୧୭ ମସିହା ଡିସେମ୍ବରରରୁ ୭୨ ବର୍ଷୀୟ ଲାଲୁ ଯାଦବ ଜେଲ୍‌ରେ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ