Advertisment

ବିରିୟାନୀରେ ଲେଗ୍‌ ପିସ୍‌ ନ ମିଳିବାରୁ ମନ୍ତ୍ରୀଙ୍କୁ ଅଭିଯୋଗ

ହାଇଦ୍ରାବାଦ: ସୋସିଆଲ ମିଡିଆରେ ଏମିତି ଅନେକ ୟୁଜର ଅଛନ୍ତି, ଯେଉଁମାନେ ଅଜବ ପ୍ରକାରର ଦାବି ରଖିଥାନ୍ତି । ଯାହା ଜାଣିଲେ ଆପଣ ମଧ୍ୟ ହସିବା ଆରମ୍ଭ କରିବେ। ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଚିକେନ୍‌ ବିରିୟାନୀ ଖାଇବା ବେଳେ ଲେଗ୍‌…

ଅଦ୍ୟତନ ହୋଇଛି
ବିରିୟାନୀରେ ଲେଗ୍‌ ପିସ୍‌ ନ ମିଳିବାରୁ ମନ୍ତ୍ରୀଙ୍କୁ ଅଭିଯୋଗ

Chicken Biryani

Advertisment

ହାଇଦ୍ରାବାଦ: ସୋସିଆଲ ମିଡିଆରେ ଏମିତି ଅନେକ ୟୁଜର ଅଛନ୍ତି, ଯେଉଁମାନେ ଅଜବ ପ୍ରକାରର ଦାବି ରଖିଥାନ୍ତି । ଯାହା ଜାଣିଲେ ଆପଣ ମଧ୍ୟ ହସିବା ଆରମ୍ଭ କରିବେ। ଏମିତି ଏକ ଘଟଣା ସାମ୍ନାକୁ ଆସିଛି। ଚିକେନ୍‌ ବିରିୟାନୀ ଖାଇବା ବେଳେ ଲେଗ୍‌ ପିସ୍‌ ନମିଳିବାରୁ ଜଣେ ଯୁବକ ଏନେଇ ଅଭିଯୋଗ କରିଛନ୍ତି। ଅଭିଯୋଗ ନେଇ ଯୁବକ ଜଣକ ଟ୍ୱିଟରରେ ତେଲେଙ୍ଗାନାର ଜଣେ ମନ୍ତ୍ରୀଙ୍କୁ ଟ୍ୟାଗ୍‌ କରିଛନ୍ତି। ମନ୍ତ୍ରୀ ମଧ୍ୟ ଏହାର ଜବାବରେ ବେଶ୍‌ ମଜାଳିଆ ଭାବେ ଦେଇଛନ୍ତି। ତେଲେଙ୍ଗାନାରେ ଏହି ଘଟଣା ଘଟିଛି। ଯୁବକ ଜଣକ ଘଟଣାକୁ ନେଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ସହ ତେଲାଙ୍ଗାନାର ମନ୍ତ୍ରୀ କେ.ଟି. ରାମା ରାଓଙ୍କୁ ଟ୍ୟାଗ୍‌ କରିଛନ୍ତି।

Advertisment

@THOTAKURIRAGHU1 ନାମକ ଜଣେ ୟୁଜର ଟ୍ୱିଟରରେ ଚିକେନ୍‌ ବିରିୟାନୀର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ମୁଁ ଚିକେନ୍‌ ବିରିୟାନୀ ସହ ଏକ୍ସଟ୍ରା ମସଲା ଓ ଲେଗ୍‌ ପିସ୍‌ ଅର୍ଡର କରିଥିଲି। ହେଲେ ଏଥିମଧ୍ୟରୁ ମୋତେ କିଛିବି ମିଳିଲା ନାହିଁ। ଏଭଳି ଭାବରେ କ’ଣ ଲୋକଙ୍କୁ ଖାଦ୍ୟ ପରଷା ଯାଏ କି ? । ଏହି ପୋଷ୍ଟରେ ସେ @zomatoin @KTRTRS ଙ୍କୁ ଟ୍ୟାଗ୍‌ କରିଛନ୍ତି। ଯାହାର ଜବାବରେ ମନ୍ତ୍ରୀ କହିଛନ୍ତି, ‘ଓ କାହିଁକି ମୁଁ ଏହି ଭାଇଙ୍କୁ ଟ୍ୟାଗ୍‌ କଲି ? ମୁଁ କ’ଣ କରିଥାନ୍ତି ବୋଲି ଆପଣ ମୋ ପାଖରୁ ଆଶା ରଖିଥିଲେ।

Advertisment

ଘଟଣା ପରେ ସମ୍ପୃକ୍ତ ଯୁବକ ଜଣେ ଟ୍ୱିଟ୍‌କୁ ଡିଲିଟ୍‌ କରି ଦେଇଛନ୍ତି। ସୂଚନା ଅନୁସାରେ, ସମ୍ପୃକ୍ତ ଯୁବକ ଅନ୍‌ଲାଇନ୍‌ରେ ଚିକେନ୍‌ ବିରିୟାନୀ ଅର୍ଡର କରିଥିଲେ। ହେଲେ ଯେତେବେଳେ ପ୍ୟାକେଟ୍ ଖୋଲି ଖାଇବା ଆରମ୍ଭ କଲେ, ସେ ନିରାଶ ହୋଇଯାଇଥିଲେ। କାରଣ ବିରିୟାନୀରେ ନା ଏକ୍ସଟ୍ରା ମସଲା ଥିଲା ନା ଲେଗ୍‌ ପିସ୍‌। ଏହାପରେ ସେ ଟ୍ୱିଟରରେ ଫଟୋ ପୋଷ୍ଟ କରି ଏନେଇ ଅଭିଯୋଗ କରିଥିଲେ।

ଘଟଣାକୁ ନେଇ ଅନ୍ୟ ୟୁଜରମାନେ ଅନେକ ମଜାଳିଆ କମେଣ୍ଟସ୍‌ ଦେଇଛନ୍ତି। କିଏ କହିଛନ୍ତି ତାଙ୍କୁ ଏକ୍ସଟ୍ରା ମସଲା ଦିଆଯାଉ ତ ଆଉ କିଏ କହିଛନ୍ତି ଏହା ହେଉଛି ବିରିୟାନୀର ପାୱାର।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ