Advertisment

ଗୋଟିଏ ଦିନରେ କୋଭାକ୍ସିନ୍‌ ଓ କୋଭିସିଲ୍ଡ ଭ୍ୟାକ୍‌ସିନ୍‌ ନେଲେ ଏହି ମହିଳା

ପାଟନା: ଗୋଟିଏ ଦିନରେ ଅଳ୍ପ କିଛି ସମୟ ବ୍ୟବଧାନରେ ଜଣେ ମହିଳା କରୋନା ଭ୍ୟାକ୍‌ସିନ୍‌ର ୨ଟି ଡୋଜ୍‌ ନେଇଥିବା ଘଟଣା ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା, ମହିଳା ଜଣକ ନେଇଥିବା ଭ୍ୟାକ୍‌ସିନ୍‌ ଅଲଗା ଅଲଗା ଥିଲା। ଗୋଟିଏ କୋଭାକ୍ସିନ୍‌ ଓ…

ଅଦ୍ୟତନ ହୋଇଛି
ଗୋଟିଏ ଦିନରେ କୋଭାକ୍ସିନ୍‌ ଓ କୋଭିସିଲ୍ଡ ଭ୍ୟାକ୍‌ସିନ୍‌ ନେଲେ ଏହି ମହିଳା

vaccination

Advertisment

ପାଟନା: ଗୋଟିଏ ଦିନରେ ଅଳ୍ପ କିଛି ସମୟ ବ୍ୟବଧାନରେ ଜଣେ ମହିଳା କରୋନା ଭ୍ୟାକ୍‌ସିନ୍‌ର ୨ଟି ଡୋଜ୍‌ ନେଇଥିବା ଘଟଣା ସାମ୍ନାକୁ ଆସିଛି। ସବୁଠାରୁ ବଡ଼ କଥା, ମହିଳା ଜଣକ ନେଇଥିବା ଭ୍ୟାକ୍‌ସିନ୍‌ ଅଲଗା ଅଲଗା ଥିଲା। ଗୋଟିଏ କୋଭାକ୍ସିନ୍‌ ଓ ଅନ୍ୟଟି କୋଭିସିଲ୍ଡ। ସମ୍ପୃକ୍ତ ମହିଳା ପ୍ରଥମେ କୋଭାକ୍ସିନ୍‌ର ଗୋଟିଏ ଡୋଜ୍‌ ନେଇଥିଲେ ଓ ଏହାର କିଛି ସମୟ ପରେ କୋଭିସିଲ୍ଡର ଗୋଟିଏ ଡୋଜ୍‌ ନେଇଥିଲେ। ବିହାରରେ ଏହି ଅଜବ ଘଟଣା ଘଟିଛି। ସ୍ୱାସ୍ଥ୍ୟ ବିଭାଗର ଅବହେଳା ପାଇଁ ଏଭଳି ଘଟିଥିବା ଦାୟୀ କରାଯାଇଛି।

Advertisment

ସୂଚନା ଅନୁସାରେ, ଭ୍ୟାକ୍‌ସିନ୍‌ ନେବା ପାଇଁ ପାଟନାର ୬୩ ବର୍ଷୀୟ ସୁନୀଲା ଦେବୀ ବୁଧବାର ପୁନ୍‌ପୁନ୍‌ ବ୍ଲକ୍‌ ସ୍ଥିତ ଟିକାକରଣ କେନ୍ଦ୍ରରେ ପହଞ୍ଚି ଥିଲେ। ସେଠାରେ ଗୋଟିଏ ରୁମ୍‌ରେ ୧୮ ବର୍ଷରୁ ଅଧିକ ବୟସର ବର୍ଗ ଓ ୪୫ ବର୍ଷରୁ ଅଧିକ ବୟସର ବର୍ଗଙ୍କୁ କରୋନା ଟିକା ଦିଆଯାଉଥିଲା। ଏଥିପାଇଁ କୋଭିସିଲ୍ଡ ଓ କୋଭାକ୍ସିନ୍‌ ପାଇଁ ଅଲଗା ଅଲଗା ଲାଇନ୍‌ରେ ଲୋକମାନେ ଛିଡ଼ା ହୋଇଥିଲେ। ଯେତେବେଳେ ସୁନୀଲାଙ୍କ ପାଳି ପଡ଼ି ଥିଲା ତାଙ୍କୁ ମଧ୍ୟ ଭ୍ୟାକ୍‌ସିନ୍‌ ଦିଆଯାଇଥିଲା। କୋଭାକ୍ସିନ୍‌ର ଗୋଟିଏ ଡୋଜ୍‌ ନେବା ପରେ ତାଙ୍କୁ କିଛି ସମୟ ବସିବା ପାଇଁ ସ୍ୱାସ୍ଥ୍ୟକର୍ମୀ କହିଥିଲେ। ହେଲେ କିଛି ସମୟ ବସିବା ପରେ ସେ ଅନ୍ୟ ଏକ ଲାଇନ୍‌ରେ ଯାଇ ଛିଡ଼ା ହୋଇଥିଲେ ଓ କୋଭିସିଲ୍ଡର ମଧ୍ୟ ଗୋଟିଏ ଡୋଜ୍‌ ନେଇଥିଲେ। ଉଭୟ କାଉଣ୍ଟରରୁ ଭ୍ୟାକ୍‌ସିନ୍‌ ନେବା ବାଧ୍ୟତାମୂଳକ ଭାବି ସେ ଦ୍ୱିତୀୟ ଥର ଲାଇନ୍‌ରେ ଛିଡ଼ା ହୋଇଥିଲେ ବୋଲି ଜଣାପଡ଼ିଛି। ସବୁଠାରୁ ବଡ଼ କଥା, ସେଠାରେ ଉପସ୍ଥିତ ଥିବା ସ୍ୱାସ୍ଥ୍ୟକର୍ମୀ କୌଣସି ଯାଞ୍ଚ ନକରି ତାଙ୍କୁ ଦ୍ୱିତୀୟ ଥର ଟିକା ଦେଇଥିଲେ।

ଆହୁରି ପଢନ୍ତୁ : ସାବରମତୀ ନଦୀରୁ ମିଳିଲା କରୋନା ଭାଇରସ୍

ଗୋଟିଏ ଦିନରେ କିଛି ସମୟ ବ୍ୟବଧାନରେ ଭ୍ୟାକ୍‌ସିନ୍‌ର ୨ଟି ଡୋଜ୍‌ ନେବା ପରେ ଏହାର ପ୍ରଭାବ ସୁନୀଲାଙ୍କ ସ୍ୱାସ୍ଥ୍ୟ ଉପରେ ମଧ୍ୟ ପଡ଼ିଥିଲା ଓ ତାଙ୍କୁ ଜ୍ୱର ହୋଇଥିଲା ବୋଲି ଜଣାପଡ଼ିଛି। ଖବର ଜଣାପଡ଼ିବା ପରେ ଉତ୍ତ୍ୟକ୍ତ ଗ୍ରାମବାସୀ ଟିକାକରଣ କେନ୍ଦ୍ରର ସାମ୍ନାରେ ଧାରଣା ଦେଇଥିଲେ। ଖବର ପାଇ ଏକ ମେଡିକାଲ୍‌ ଟିମ୍‌ ମହିଳାଙ୍କ ଘରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଥିଲେ। ବର୍ତ୍ତମାନ ମହିଳାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବାବେଳେ ତାଙ୍କୁ ଏବେ ଅବଜରଭେସନ୍‌ରେ ରଖାଯାଇଛି। ଏଭଳି ଚରମ ଅବହେଳା ପାଇଁ ୨ ଜଣ ନର୍ସଙ୍କ ବିରୋଧରେ ଶୋ’ କଜ୍‌(କାରଣ ଦର୍ଶାଅ) ନୋଟିସ୍‌ ଜାରି କରାଯାଇଛି।

Advertisment

ଯଦି ମହିଳାଙ୍କ ଶରୀରରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖା ନଯାଏ, ତା’ହେଲେ ୧୪ ଦିନ ପରେ ତାଙ୍କ ଶରୀରରେ କେତେମାତ୍ରା ଆଣ୍ଟିବଡ଼ି ସୃଷ୍ଟି ହୋଇଛି ଏହାର ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ