Untitled-1
ନୂଆଦିଲ୍ଲୀ: ସାରା ଦେଶରେ କରୋନା ଏକ ହାହାକାର ସୃଷ୍ଟି କରିଛି। ସବୁ ଜାଗାରେ ଲୋକମାନେ କରୋନା ମହାମାରୀ ସହିତ ସଂଘର୍ଷ କରୁଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଯେ ଲୋକ ପ୍ରାଣ ହରାଇଲେଣି ତାହା ଜଣା ନାହିଁ। ଡାକ୍ତରଖାନାଗୁଡ଼ିକରେ ରୋଗୀମାନଙ୍କୁ ନା ଶଯ୍ୟା ମିଳୁଛି ନା ଉପଯୁକ୍ତ ଚିକିତ୍ସା। ଏଭଳି ପରିସ୍ଥିତିରେ, ଯେଉଁମାନେ ନିଜକୁ କରୋନା ପଜିଟିଭ୍ ପାଉଛନ୍ତି, ସେମାନେ ଘରେ ରହି ସୁସ୍ଥ ହେବାକୁ ଚେଷ୍ଟା କରୁଛନ୍ତି। ପ୍ରତ୍ୟେକ ଘରେ କେହି ନା କେହି ଏହି ସମୟରେ କରୋନା ସହିତ ଯୁଦ୍ଧ କରୁଛନ୍ତି। ଯେଉଁମାନଙ୍କ ଠାରେ କରୋନା ଲକ୍ଷଣ ଦେଖାଉଛି ସେମାନେ ତୁରନ୍ତ ଘରୋଇ ଉପଚାର ଆରମ୍ଭ କରିଦେଉଛନ୍ତି।
ଡାକ୍ତରମାନେ ମଧ୍ୟ ଲୋକଙ୍କୁ ପରାମର୍ଶ ଦେଉଛନ୍ତି ଯେ ଯଦି ଆପଣଙ୍କ ଘରେ କାହା ପାଖରେ ବି କରୋନା ଲକ୍ଷଣ ଦେଖାଯାଉଛି ତେବେ ଆପଣ ଘରେ ରହି କିଛି ପଦକ୍ଷପ ଗ୍ରହଣ କରି ଏଥିରୁ ନିଜକୁ ରକ୍ଷା କରିପାରିବେ। ଏନେଇ ଆଜିକାଲି ଲୋକମାନେ କରୋନାକୁ ଏଡେଇବା ପାଇଁ କେହି କେହି ଗରମ ପାଣିରେ ବାମ୍ଫ ନେଉଛନ୍ତି ତ ପୁଣି କିଏ ଗରମ କ୍ଷୀରରେ ହଳଦୀ ମିଶେଇ ପିଉଛନ୍ତି। କେହି କେହି ଲୁଣପାଣି ଗାର୍ଗଲ କରୁଛନ୍ତି ପୁଣି କିଏ ଗରମ ପାଣି ପିଉଛନ୍ତି।
ତେବେ ଆଶ୍ଚର୍ଯ୍ୟର କଥା ଏହା ଯେ ଏହି ସମୟରେ ସୋସିଆଲ ମିଡିଆରେ ଏକ ନିଆର ଭିଡିଓ ଦେଖିବାକୁ ମିଳିଛି ଯାହା ଅତି ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଜଣେ ମହିଳା ଚେୟାରରେ ବସି ପ୍ଲେଟରେ କିଛି ରଖିଛନ୍ତି, ଯାହା ନିଆଁ ପରି ଦେଖାଯାଉଛି। ଭିଡିଓରେ, ଆପଣ ଦେଖିବେ ଯେ ମହିଳା ଜଣକ ଏକ ଚାମଚ ଉଠାଇ ଗୋଟିଏ ପରେ ଗୋଟିଏ ଏହି ନିଆଁ ଗୁଳାକୁ ଖାଉଛନ୍ତି, ଯାହା ଅତ୍ୟନ୍ତ ଦୁଃସାହସିକ କାମ।
ଏହି ଭିଡିଓକୁ ଆଇପିଏସ୍ ଅଧିକାରୀ ରୁପିନ୍ ଶର୍ମା ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏହି ଭିଡିଓ ପୋଷ୍ଟ କରିବା ସହିତ ସେ ଏକ ଥଟ୍ଟାଳିଆ ଭାବରେ କ୍ୟାପସନରେ ଲେଖିଛନ୍ତି, “ବାମ୍ଫ ନେବା ପରେ! ଲୁଣ ପାଣିରେ ଗାର୍ଗଲ କରିବା ପରେ! ହଳଦୀ ମିଶା କ୍ଷୀର ପିଇବା ପରେ! ପ୍ରତିଦିନ ଗରମ ପାଣି ପିଇବା ପରେ! ଏହା ଶେଷ ଉପାୟ ବଞ୍ଚିଯାଇଛି! କରୋନା ଜୀବନ୍ତ ଭଷ୍ମ ହେଇଯିବ!” ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଆପଣ ଏହା କରିବାକୁ କେବେ ବି ଚେଷ୍ଟା କରନ୍ତୁ ନାହିଁ। ଆପଣ କେବଳ ଟିକା ଗ୍ରହଣ କରନ୍ତୁ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Untitled-1-45_1620567508.jpg)