Advertisment

କାହିଁକି ଏହି ହ୍ରଦର ରଙ୍ଗ ବଦଳିଯାଉଛି?

ପାଣିକୁ ଭୂଗୋଳ, ତଥା ମାନଚ୍ଚିତ୍ର ଇତ୍ୟାଦିରେ ନୀଳ ରଙ୍ଗର ଦେଖାଯାଇଥାଏ। ଦେଖିବାକୁ ଗଲେ ପାଣି ରଙ୍ଗହୀନ କିନ୍ତୁ ସମୁଦ୍ର, ନଦୀ, ପୋଖରୀ ଇତ୍ୟାଦିର ନୀଳ କିମ୍ବା ହାଲୁକା ସବୁଜ ରଙ୍ଗର ହୋଇଥାଏ

ଅଦ୍ୟତନ ହୋଇଛି
କାହିଁକି ଏହି ହ୍ରଦର ରଙ୍ଗ ବଦଳିଯାଉଛି?

Pink lake

Advertisment

ନୂଆଦିଲ୍ଲୀ: ପାଣିକୁ ଭୂଗୋଳ, ତଥା ମାନଚ୍ଚିତ୍ର ଇତ୍ୟାଦିରେ ନୀଳ ରଙ୍ଗର ଦେଖାଯାଇଥାଏ। ଦେଖିବାକୁ ଗଲେ ପାଣି ରଙ୍ଗହୀନ କିନ୍ତୁ ସମୁଦ୍ର, ନଦୀ, ପୋଖରୀ ଇତ୍ୟାଦିର ନୀଳ କିମ୍ବା ହାଲୁକା ସବୁଜ ରଙ୍ଗର ହୋଇଥାଏ। କିନ୍ତୁ କୌଣସି ଗୋଲାପୀ ରଙ୍ଗର ହ୍ରଦ ଦେଖିଛନ୍ତି କି? ଦର୍ଶକବନ୍ଧୁ ହେଲେ ପ୍ରକୃତି ପକ୍ଷେ ସବୁ ସମ୍ଭବ। କାରଣ ଆମେ ପରିବେଶ ଓ ପ୍ରକୃତି ଚମତ୍କାରର ଗନ୍ତାଘର ମଧ୍ୟରେ ରହିଛନ୍ତି। ଆଉ ସେହିକ୍ରମରେ ଆମ ବିଶ୍ୱରେ ପିଙ୍କ୍ ହ୍ରଦ ବି ସମ୍ଭବ। ତେବେ କଣ ଏ ରହସ୍ୟ?

Advertisment

ସମୁଦ୍ର ହେଉ କି ବିଶାଳ ନଦୀ, କିମ୍ବା ସୁଉଚ୍ଚ ଝରଣା, ଜଳାଶୟ ଗୁଡିକ ସବୁବେଳେ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିଥାଏ। କେତେ ବେଳେ ଲୋକମାନେ ସମୁଦ୍ରର ନୀଳ ଜଳରାଶିରେ ସର୍ଫିଙ୍ଗ୍ କରିବାକୁ ଯାଇଥାଆନ୍ତି ତ ଆଉ କେତେବେଳେ ଅନେକ ଉଚ୍ଚତାରୁ ପଡୁଥିବା ଝରଣାର ମଜା ଉଠାଇବାକୁ ଯାଇଥାଆନ୍ତି। ଏହା ଜଳର ଭିନ୍ନ ଭିନ୍ନ ରୂପ, କିନ୍ତୁ ରଙ୍ଗ ସମାନ ହି ରହିଥାଏ। କିନ୍ତୁ ଯଦି ପାଣିର ରଙ୍ଗ ଗୋଲାପୀ ରଙ୍ଗର ହୋଇଯିବ ତେବେ ତାହା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ପାଲଟିଯାଏ। ତେବେ ଏହିଭଳି ଏକ ହ୍ରଦ ରହିଛି ଅଷ୍ଟ୍ରେଲିଆ, ମେଲବର୍ଣ୍ଣର ୱେଷ୍ଟଗେଟ୍ ପାର୍କରେ। ଆଉ ଏହାର ନାଁ ହିଲର ଲେକ। କିନ୍ତୁ ସମଗ୍ର ବିଶ୍ୱରେ ଏହା ପିଙ୍କ୍ ଲେକ୍ ବା ସାଲାଇନ୍ ଲେକ୍ ନାମରେ ବେଶ୍ ପ୍ରସିଦ୍ଧ ଲାଭ କରିଛି। ଏହାର ପାଣି ଗୋଲାପୀ ରଙ୍ଗର ହୋଇଥିବା କାରଣରୁ ଏହା ସମଗ୍ର ବିଶ୍ୱର ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ଲୋକମାନେ ଏହି ନିଆରା ହ୍ରଦ ଦେଖିବା ସହ ଏଠାରେ ବୋଟିଂର ମଜା ନେବାକୁ ଆସିଥାଆନ୍ତି।

ଏହି ହ୍ରଦର କ୍ଷେତ୍ରଫଳ ୬୦୦ ବର୍ଗ ମିଟର ଆଉ ଏହା ଦୁନିଆର ସବୁଠାରୁ ଛୋଟ ତଥା ସୁନ୍ଦର ହ୍ରଦ ନାମରେ ପ୍ରସିଦ୍ଧି ଲାଭ କରିଛି। ଆଉ ହ୍ରଦ ଚାରିପାଖରେ ଲାଗିଥିବା ପେପରବାର୍କ ଓ ୟୁକାଲିପଟାସ ଗଛ ଏହାର ସୁନ୍ଦରତାକୁ ଦ୍ୱିଗୁଣିତ କରିଥାଏ। ଏହି ହ୍ରଦ ଲବର୍ଣ୍ଣର ଔଦ୍ୟୋଗିକ କ୍ଷେତ୍ରରେ ଅବସ୍ଥିତ। ତେଣୁ ଲୋକମାନେ ପ୍ରଥମେ ଭାବୁଥିଲେ ଯେ, ଏଠାରେ ପାଣି ଔଦ୍ୟୋଗିକ ଆବର୍ଜନା କାରଣରୁ ଗୋଲାପୀ ହୋଇଯାଉଛି। ତେଣୁ ଦୀର୍ଘ ଦିନ ଧରି ଏହି ହ୍ରଦର ପାଣିକୁ ବିଷାକ୍ତ ବୋଲି ବିବେଚନା କରାଯାଉଥିଲା କିନ୍ତୁ ପରେ ଯେତେବେଳେ ବୈଜ୍ଞାନିକ ଅନୁସନ୍ଧାନ ହେଲା ସେତେବେଳେ ଏହା ଦୁନିଆର ସବୁଠାରୁ ନିଆରା ନେଚର ଟୁରିଜିମ୍ କ୍ଷେତ୍ରରେ ସାମିଲ ହୋଇଗଲା।

Advertisment

ଏହି ହ୍ରଦର ପାଣିରେ ଅନେକ ମାତ୍ରାରେ ଲବଣ, ଆଲଗୀ, ଓ ବ୍ୟାରେଇ ରହିଛି। ଏଥିରେ ଲବଣର ମାତ୍ରା ଯେତେବେଳେ ବହୁତ ବଢିଯାଏ ସେତେବେଳେ ଏହାର ପାଣି ଗୋଲାପୀ ରଙ୍ଗର ହୋଇଯାଇଥାଏ ବୋଲି  ସୂଚନା ମିଳିଛି। ଏହି ରଙ୍ଗର ଆଉ ୩ଟି ମୁଖ୍ୟ କାରଣ ରହିଥିବା କୁହାଯାଏ ଏବଂ ସେ ଗୁଡିକ ହେଉଛି ଏଠାକାର ଉଚ୍ଚ ତାପମାତ୍ରା, ସୂର୍ଯ୍ୟଙ୍କର ପ୍ରଖର କିରଣ ଓ ହ୍ରଦରେ ଜମା ହେଉଥିବା ବର୍ଷା ପାଣି। ବିଶେଷଜ୍ଞଙ୍କ ଅନୁଯାୟୀ, ଆଲଗୀ ଓ ବ୍ୟାରେଇ କାରଣରୁ ଏହି ହ୍ରଦର ପାଣି ମଣିଷ ଓ ପଶୁମାନଙ୍କ ପାଇଁ କ୍ଷତିକାରକ ନୁହେଁ। ଆଉ ଏହି କାରଣରୁ ଏଠାରେ ଅନେକ ସଂଖ୍ୟାରେ ଲୋକମାନେ ପହଁରିବା ସହ ବୋଟିଂର ମଜା ନେଇଥାଆନ୍ତି।ଅଷ୍ଟ୍ରେଲିଆରେ ଏଭଳି ଗୋଲାପୀ ହ୍ରଦ ଅନେକ ସଂଖ୍ୟାରେ ଦେଖିବାକୁ ମିଳେ। ତେବେ ପିଙ୍କ୍‌ ଲେକକୁ ନେଇ ଏବେ ବି ଚର୍ଚ୍ଚା ଚାଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ