Advertisment

ଜୁନ୍‌ ୨୬ରେ କଂଗ୍ରେସକୁ ମିଳିବ ନୂଆ ସଭାପତି: ଏଥର ରାହୁଲ ନା ଆଉ କିଏ?

କିଏ ହେବ କଂଗ୍ରେସ ଦଳର ନୂଆ ଅଧ୍ୟକ୍ଷ? କାହା କାନ୍ଧରେ ଭାର ଥୋଇବେ ଦଳର ବରିଷ୍ଠ ନେତ୍ରୀ ତଥା ବର୍ତ୍ତମାନର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ?

ଅଦ୍ୟତନ ହୋଇଛି
ଜୁନ୍‌ ୨୬ରେ କଂଗ୍ରେସକୁ ମିଳିବ ନୂଆ ସଭାପତି: ଏଥର ରାହୁଲ ନା ଆଉ କିଏ?

rahul-gandhi

Advertisment

ନୂଆଦିଲ୍ଲୀ: କିଏ ହେବ କଂଗ୍ରେସ ଦଳର ନୂଆ ଅଧ୍ୟକ୍ଷ? କାହା କାନ୍ଧରେ ଭାର ଥୋଇବେ ଦଳର ବରିଷ୍ଠ ନେତ୍ରୀ ତଥା ବର୍ତ୍ତମାନର ଅନ୍ତରୀଣ ସଭାପତି ସୋନିଆ ଗାନ୍ଧୀ? ଦେଶରେ ସରିଥିବା ୫ ବିଧାନସଭା ନିର୍ବାଚନ ପରେ ଏନେଇ ଜୋରସୋରରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ସୂଚନା ଅନୁସାରେ, ଆସନ୍ତା ୨୩ ତାରିଖରେ ଦଳର ସଭାପତି ପାଇଁ ମତଦାନର ଅୟୋଜନ କରାଯିବା ନେଇ ସୂଚନା ମିଳିଛି। ଦଳର ୱାର୍କିଙ୍ଗ କମିଟି ଏନେଇ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମଧ୍ୟ ମିଳିଛି। ଦଳର ବରିଷ୍ଠ ନେତାମାନେ ରାହୁଲଙ୍କୁ ସଭାପତି କରିବା ଲାଗି ବାରମ୍ବାର ବୁଝାଇବା ପରେ ବି ସେ ବୁଝିନଥିଲେ। ସିଧାସିଧା ଦଳର ସଭାପତି ହେବାକୁ ମନା କରିଦେଇଥିଲେ।

Advertisment

ତେଣୁ ଦଳ ସୋନୀଆ ଗାନ୍ଧିଙ୍କୁ ଅନ୍ତରୀଣ ଅଧ୍ୟକ୍ଷା କରିଥିଲା ଆଉ ଏହାରି ମଧ୍ୟରେ ପୁଣି ଥରେ ସଭାପତି ପଦକୁ ନେଇ ଅଙ୍କକଷା ଆରମ୍ଭ ହୋଇଛି। ସୂଚନା ଅନୁସାରେ, ୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ଶୋଚନୀୟ ପରାସ୍ତ ହେବା କାରଣରୁ ରାହୁଲ୍‌ ଗାନ୍ଧୀ ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ।  ଆଉ ସେବେଠାରୁ ସୋନିଆ ଗାନ୍ଧୀ ଦଳର ଅସ୍ଥାୟୀ ଅଧ୍ୟକ୍ଷା ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି। କିନ୍ତୁ ପୁଣି ଏବେ ନିର୍ବାଚନ ହେବାକୁ ଯାଉଛି, ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦେଶରେ ବର୍ତ୍ତମାନ ସମୟରେ ସ୍ଥିତି ଯାହା କିଏ ମଙ୍ଗୁଆଳ ହୋଇ ଦଳକୁ ଆଗେଇ ନେବ ତାହା  ଉପରେ ସମସ୍ତଙ୍କ ନଜର ରହିଛି।

କଂଗ୍ରେସ ୱାର୍କିଙ୍ଗ୍‌ କମିଟି ମଧ୍ୟ ପ୍ରାୟ ଦୁଇ ବର୍ଷ ହେବ ଦଳର ଅଧ୍ୟକ୍ଷ ନିର୍ବାଚନ ସ୍ଥଗିତ ରଖିଥିଲା। ଗତବର୍ଷ ଅଗଷ୍ଟ ମାସରେ ଅଧ୍ୟକ୍ଷ ଚୟନ ପାଇଁ ବହୁ ଆଶା ‘କଂଗ୍ରେସ ୱାର୍କିଙ୍ଗ୍‌ କମିଟି’ର ବୈଠକ ବସିଥିଲା। କିନ୍ତୁ, ଶେଷକୁ ସେମାନେ ପୁଣି ଛଅ ମାସ ପାଇଁ ଅସୁସ୍ଥ ସୋନିଆ ଗାନ୍ଧୀଙ୍କୁ କାମଚଳା ଦଳର ଅଧ୍ୟକ୍ଷ ଦାୟିତ୍ୱରେ ରହିବାକୁ ଅନୁରୋଧ କରିଥିଲେ।

Advertisment

୨୦୧୯ରେ ହୋଇଥିବା ସାଧାରଣ ନିର୍ବାଚନରେ ଦଳର ଶୋଚନୀୟ ପରାଜୟ ପରେ ପୁଣି ଥରେ ଦଳକୁ ମଜବୁତ କରିବା ଲାଗି ଅଣ୍ଟା ଭିଡିଛନ୍ତି କଂଗ୍ରେସ ନେତା। ତେବେ ଦଳର ମଙ୍ଗ ଧରିବାକୁ ରାହୁଲ ଅନିଚ୍ଛା ପ୍ରକାଶ କରୁଥିବା ନେଇ ଜାତୀୟ ଗଣମାଧ୍ୟମରେ ଜୋରସୋରରେ ଚର୍ଚ୍ଚା ଚାଲିଛି। ତେବେ ଦଳର ଏପରି ଶୋଚନୀୟ ଅବସ୍ଥା ସମୟରେ ଯଦି ରାହୁଲ ମଙ୍ଗ ଧରିବାକୁ ଅରାଜି ହେଉଛନ୍ତି ତେବେ ମଙ୍ଗ ଧରିବ କିଏ?ତେବେ ଏହାରି ମଧ୍ୟରେ ମିଳିଥିବା ସୂଚନା ଅନୁସାରେ, କଂଗ୍ରେସର ମୁଖିଆ ରାହୁଲ ଗାନ୍ଧୀ ହୁଅନ୍ତୁ ବୋଲି ୯୯ ପ୍ରତିଶତ ନେତା ଚାହୁଁଥିବା ଦଳର ମୁଖପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ