Advertisment

ବିଶ୍ୱରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦ ପ୍ରତିଶତ ସଂକ୍ରମିତ କେବଳ ଭାରତର ନାଗରିକ !

କରୋନା ଭାରତରେ ଉଗ୍ର ରୂପ ନେଇଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗତ ସପ୍ତାହରେ ସାରା ବିଶ୍ୱରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ କେବଳ ଭାରତରୁ ଚିହ୍ନଟ ହୋଇଛନ୍ତି।

ବିଶ୍ୱରେ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦ ପ୍ରତିଶତ ସଂକ୍ରମିତ କେବଳ ଭାରତର ନାଗରିକ !

Corona

Advertisment

ନୂଆଦିଲ୍ଲୀ: କରୋନା ଭାରତରେ ଉଗ୍ର ରୂପ ନେଇଛି। ଦିନକୁ ଦିନ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବଢୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଗତ ସପ୍ତାହରେ ସାରା ବିଶ୍ୱରେ ଚିହ୍ନଟ ହୋଇଥିବା କରୋନା ସଂକ୍ରମିତଙ୍କ ମଧ୍ୟରୁ ପାଖାପାଖି ୫୦ ପ୍ରତିଶତ କେବଳ ଭାରତରୁ ଚିହ୍ନଟ ହୋଇଛନ୍ତି। ସେହିପରି ସପ୍ତାହ ମଧ୍ୟରେ ସାରା ବିଶ୍ୱରେ ହୋଇଥିବା ମୃତ୍ୟୁ ସଂଖ୍ୟାର ୨୪ ପ୍ରତିଶତ ଭାରତର ବୋଲି କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ହୁ। ଯାହାକୁ ନେଇ ଚିନ୍ତା ବଢିଛି।

Advertisment

‘ହୁ’ ଦେଇଥିବା ସୂଚନା ଅନୁସାରେ, ଗତ ସପ୍ତାହରେ ବିଶ୍ୱର ଚିହ୍ନଟ ହୋଇଥିବା ମୋଟ କରୋନା ସଂଖ୍ୟାର ୪୬ ପ୍ରତିଶତ କେବଳ ଭାରତରୁ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ସପ୍ତାହରେ ହୋଇଥିବା ବିଶ୍ୱର ମୋଟ ମୃତ୍ୟୁ ସଂଖ୍ୟାରେ ଭାରତରୁ ୨୪ ପ୍ରତିଶତ ରହିଛି। ତେବେ ହୁ ର ଏହି ରିପୋର୍ଟ ଆସିବା ପରେ ଦେଶର ସ୍ଥିତି କେତେ ସଙ୍ଗୀନ ରହିଛି ତାହା ସ୍ପଷ୍ଟ ଅନୁମେୟ ହେଉଛି। କରୋନା ସ୍ଥିତି ଭୟଙ୍କର ହେଉଥିବା ବେଲେ କେନ୍ଦ୍ର ସରକାରଙ୍କ ଲକଡାଉନ୍‌ ପାଇଁ ଅନେକ ଥର ବିଭିନ୍ନ ପରାମର୍ଶ ଦେଇଛନ୍ତି କିନ୍ତୁ ଏ ପର୍ଯ୍ୟନ୍ତ ଲକଡାଉନ୍‌ ନିଷ୍ପତ୍ତି କେନ୍ଦ୍ର ସରକାର  ନେଇନାହାନ୍ତି। ଗୋଟିଏ  ପଟେ ଜୀବନ ଓ ଅନ୍ୟପଟେ ଜୀବିକା କଥାକୁ ନେଇ ଚିନ୍ତାରେ ସରକାର ଅଛନ୍ତି।

ସେପଟେ,  କରୋନା ଭାଇରସର ଦ୍ୱିତୀୟ ଲହର ଭାରତରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି । ବିଗତ କିଛି ସପ୍ତାହ ହେବ ଦିନକୁ ସାଢ଼େ ତିନି ଲକ୍ଷରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସୁଛି । ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେଶବ୍ୟାପୀ ଲକଡାଉନ୍‌ କରିବାକୁ ପୁଣି ଚର୍ଚ୍ଚା କରାଯାଉଛି । ତେବେ ଦେଶବ୍ୟାପି ଲକଡାଉନ୍‌ ନେଇ ସବୁବେଳେ ବିଚାର ବିମର୍ଷ କରାଯାଉଛି ବୋଲି ସରକାର କହିଛନ୍ତି । କରୋନା ଭାଇରସକୁ ରୋକିବା ପାଇଁ ଲକଡାଉନ୍ ସହ ଜଡିତ ଏକ ପ୍ରଶ୍ନର ଉତ୍ତରରେ ନିତି ଆୟୋଗ ସଦସ୍ୟ ଭି.କେ. ପାଉଲ ବୁଧବାର କହିଛନ୍ତି, ‘ଯଦି ଆବଶ୍ୟକତା ପଡେ, ତେବେ ସେହି ବିକଳ୍ପ ଗୁଡ଼ିକ ଉପରେ ମଧ୍ୟ ଆଲୋଚନା କରାଯାଇଥାଏ। ଗତ ଏପ୍ରିଲ୍ ୨୯ରେ, ରାଜ୍ୟମାନଙ୍କୁ ଏକ ବିସ୍ତୃତ ଗାଇଡଲାଇନ ଦିଆଯାଇଛି । ଯେଉଁଥିରେ ନାଇଟ୍ କର୍ଫ୍ୟୁ ଠାରୁ ଆରମ୍ଭ କରି କରୋନା ଭାଇରସ୍ ସଂକ୍ରମଣ ଚେନ୍ ଭାଙ୍ଗିବା ପାଇଁ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ବିଷୟରେ କୁହାଯାଇଛି ।

Advertisment

ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଶ୍ୱରେ ଏବେ ବହୁ ଅଧିକ ସଂଖ୍ୟାରେ ସଂକ୍ରମିତ କେବଳ ଭାରତରେ ଚିହ୍ନଟ ହେଉଛନ୍ତି। ତେଣୁ ଅନେକ ଦେଶ ଭାରତର ବିମାନ ଚଳାଚଳ ଉପରେ କଟକଣା ମଧ୍ୟ ଲଗାଇଛନ୍ତି। ତେବେ କରୋନା ସଂକ୍ରମଣ କେବେ କମିବ ତାହା ଉପରେ ଏବେ ନଜର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ