WHO Chief
ଭାରତରେ କରୋନା ସ୍ଥିତି ଚିନ୍ତାଜନକ । ବିଭିନ୍ନ ରାଜ୍ୟରେ ଲଗାତାର ସଂକ୍ରମଣ ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି । ହସ୍ପିଟାଲରେ ଭର୍ତ୍ତି ହେଉ ହେଉ ଲୋକଙ୍କ ଜୀବନ ଚାଲିଯାଉଛି । ଭାରତରେ କରୋନା ସ୍ଥିତି ନେଇ ପୁଣି ସତର୍କ କରାଇଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ କହିଛନ୍ତି, ମହାମାରୀର ଦ୍ୱିତୀୟ ବର୍ଷ ପ୍ରଥମ ବର୍ଷ ଅପେକ୍ଷା ବିଶ୍ୱ ପାଇଁ ଅଧିକ ମାରାତ୍ମକ ହେବ ।
ଭାରତରେ ବଢ଼ୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଏହାର ମୁକାବିଲା କରିବାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅକ୍ସିଜେନ୍, ଅସ୍ଥାୟୀ ତମ୍ବୁ, ମାସ୍କ ଏବଂ ଅନ୍ୟାନ୍ୟ ଚିକିତ୍ସା ସାମଗ୍ରୀ ଆଦି ଯୋଗାଉଥିବା କହିଛନ୍ତି ଡବ୍ଲୁଏଚଓ ନିର୍ଦ୍ଦେଶକ । ସେ ଆହୁରି କହିଛନ୍ତି ଭାରତରେ ସଂକ୍ରମଣ ବଢ଼ୁଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଅକ୍ସିଜେନ୍ ଅଭାବରୁ ଜଣଙ୍କ ପରେ ଜଣଙ୍କ ଜୀବନ ଯାଉଛି ।
ଦେଶର ବିଭିନ୍ନ ସ୍ଥାନରେ ବେଡ ମିଳୁନି, ଛଟପଟ ହୋଇ ରୋଗୀ ଜୀବନ ହାରୁଛନ୍ତି । କରୋନାରେ ସଂକ୍ରମିତ ହେଉଥିବା ରୋଗୀଙ୍କୁ ବଂଚାଇବାକୁ ହେଲେ ପର୍ଯ୍ୟାପ୍ତ ପରିମାଣରେ ଔଷଧ, ଅକ୍ସିଜେନ୍ ସହ ଆବଶ୍ୟକୀୟ ଟିକା ରହିବା ନିହାତି ଦରକାର । ଗୋଟିଏ ପଟେ ସରକାର କହୁଛନ୍ତି ଆମ ଦେଶରେ ଅକ୍ସିଜେନ୍ର ଅଭାବ ନାହିଁ ହେଲେ ବି ରୋଗୀମାନେ ଅକ୍ସିଜେନ୍ ନପାଇ ମୃତ୍ୟୁମୁଖରେ ପଡ଼ୁଛନ୍ତି । ଅନେକ ରାଜ୍ୟର କରୋନା ଗ୍ରାଫ୍ ଦେଖିଲେ ଦେଶରେ ସଂକ୍ରମଣ କିପରି ତାଣ୍ଡବ ରଚୁଛି ତାହା ସ୍ପଷ୍ଟ ହୋଇଯାଉଛି ।
ସେପଟେ ଭାରତରେ ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଛି କରୋନା । ମେ’ର ପ୍ରଥମ ଦୁଇ ସପ୍ତାହ ସବୁଠାରୁ ଭୟଙ୍କର ହୋଇଛି ମହାମାରୀ । ଏହି ସମୟ ମଧ୍ୟରେ ସର୍ବାଧିକ ମୁଣ୍ଡ ନେଇଛି କରୋନା । ମେ’ ମାସର ପ୍ରଥମ ୧୪ ଦିନ ଭିତରେ ରେକର୍ଡ କରିଛି କରୋନା ଜନିତ ମୃତ୍ୟୁ ସଂଖ୍ୟା । ଏହି ସମୟ ମଧ୍ୟରେ ୫୦ ହଜାର ୧୨୭ ଜଣଙ୍କର ମୃତ୍ୟୁ ଘଟିଛି । ଯଦି ଏହି ହାର ଲାଗି ରୁହେ ତେବେ ଭାରତରେ ଗୋଟିଏ ମାସରେ କରୋନା ମୃତ୍ୟୁ ଏକ ଲକ୍ଷ ପାର କରିଯିବ । ପୂର୍ବରୁ ୪୬ ଦିନରେ ଏକ ଲକ୍ଷ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ରେକର୍ଡ ଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/WHO-Chief_1621050606.jpg)