modi
କୋଲକାତା : ଭ୍ୟାକ୍ସିନେସନ୍ ସାର୍ଟିଫିକେଟରେ ଫଟୋକୁ ନେଇ ବଙ୍ଗ ରାଜନୀତି ସରଗରମ୍ । ଟିକାକରଣ ପ୍ରମାଣପତ୍ରରେ କାହା ଫଟୋ ରହିବ, ସେନେଇ ବୟାନବାଜି ଆରମ୍ଭ । କରୋନା ଟିକାକରଣ ପରେ ମିଳୁଥିବା ସାର୍ଟିଫିକେଟରେ ପ୍ରଧାନମନ୍ତ୍ରୀଙ୍କ ଫଠୋକୁ ନେଇ ବିବାଦ ଥମିନଥିବା ବେଳେ ଏବେ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନଷ୍ପତ୍ତିକୁ ନେଇ ଚାରିଆଡ଼େ ଚର୍ଚ୍ଚା । ରାଜ୍ୟରେ ହେବାକୁ ଥିବା ତୃତୀୟ ପର୍ଯ୍ୟାୟ ଟିକାକରଣ କାର୍ଯ୍ୟକ୍ରମରେ ୧୮ରୁ୪୪ ବର୍ଷୀୟ ବର୍ଗଙ୍କୁ ଟିକାକରଣ ପରେ ପ୍ରଧାନମନ୍ତ୍ରୀ ମମତାଙ୍କ ଫଟୋ ଥିବା ପ୍ରମାଣ ପତ୍ର ମିଳିବ ।
ଟିକା ପ୍ରମାଣପତ୍ରରେ ମୋଦିଙ୍କ ଫଟୋ ରହିବ ନା ଦିଦିଙ୍କର ? କିଛି ମାସ ପୂର୍ବରୁ ଟିକାକକଣ ପ୍ରମାଣପତ୍ରରେ ମୋଦିଙ୍କ ଫଟୋକୁ ନେଇ ପ୍ରଶ୍ନ କରିଥିଲା ଟିମଏସି । ଏ ନେଇ ଉଭୟ ଦଳ ମଧ୍ୟରେ ବାକଯୁଦ୍ଧ ଆରମ୍ଭ ହୋଇଯାଇଥିଲା । ୨୦୨୧ରେ ବଙ୍ଗ ବିଧାନସଭା ନିର୍ବାଚନରେ ସମୟରେ ଟିକା ପ୍ରମାଣପତ୍ରରେ ମୋଦିଙ୍କ ଫଟୋ ଥିବା ନେଇ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ କରିଥିଲା ତୃଣମୂଳ କଂଗ୍ରେସ । ଅଚାର ସଂହିତାର ଉଲ୍ଲଂଘନ ଦର୍ଶାଇ ଭ୍ୟାକ୍ସିନେସନ ପ୍ରାମଣପତ୍ରରୁ ମୋଦିଙ୍କ ଫଟୋକୁ ହଟାଇବାକୁ ଦାବି କରାଯାଇଥିଲା । ଆଉ ଏବେ ବଙ୍ଗରେ ମିଳୁଥିବା ପ୍ରମାଣପତ୍ରରେ ମମତାଙ୍କ ଫଟୋ ଲାଗିବା ନଷ୍ପତ୍ତିି ପରେ ଚିହିଙ୍କି ଉଠିଛି ବିଜେପି ।
ସୂଚନାଯୋଗ୍ୟ ପୂର୍ବରୁ ସମସ୍ତ ରାଜ୍ୟବାସୀଙ୍କୁ ମାଗଣାରେ ଭ୍ୟାକ୍ସିନ ଦିଆଯାଉ ବୋଲି ଦାବି କରିଥିଲେ ମମତା ବାନାର୍ଜୀ । ପ୍ରମାଣପତ୍ରରେ ମୋଦିଙ୍କ ଫେଟୋକୁ ନେଇ ଆପତ୍ତି କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଫଟୋ ଭ୍ୟାକସିନେସନ ସାର୍ଟିଫିକେଟରେ ରହିବା ଆକଶ୍ୟ ବୋଲି ତୃଣମୂଳ କଂଗ୍ରେସ ଦଳ ପକ୍ଷରୁ ଦାବି ହୋଇଥିଲା । ତେବେ ଏନେଇ ଟିଏମସି ନେତା ସୌଗତ ରାୟ କହିଛନ୍ତି, ବିଜେପି ପୂର୍ବରୁ ଏପରି କରିସାରିଛି, ଆମ ପକ୍ଷରୁ ଏବେ ପ୍ରମାଣପତ୍ରରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଲଗାଇବା ନିଷ୍ପତ୍ତି ଭୁଲ ନୁହେଁ । ବିଜେପି ମୋଦିଙ୍କ ଫଟୋ ଲଗାଇନଥିଲେ, ଆମେ ଦିଦିଙ୍କ ଫଟୋ ଲଗାଇ ନଥାନ୍ତୁ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/modi_1622856818.jpg)