Advertisment

ଆସନ୍ତାକାଲି ଠାରୁ ମେ ୩୦ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକଡାଉନ୍ : କେବଳ ଜରୁରୀ ସେବାକୁ ମିଳିବ ଅନୁମତି

କୋଲକାତା : ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟ ଏନେଇ ନର୍ଦ୍ଦେଶ ଜାରି କରିଛନ୍ତି । ଫଳରେ ୧୬ ମେରୁ ୩୦ ମେ ପର୍ଯ୍ୟନ୍ତ ଲକଡାଉନରେ…

ଅଦ୍ୟତନ ହୋଇଛି
ଆସନ୍ତାକାଲି ଠାରୁ ମେ ୩୦ ପର୍ଯ୍ୟନ୍ତ ପଶ୍ଚିମବଙ୍ଗ ସମ୍ପୂର୍ଣ୍ଣ ଲକଡାଉନ୍ : କେବଳ ଜରୁରୀ ସେବାକୁ ମିଳିବ ଅନୁମତି

lockdown 1

Advertisment

କୋଲକାତା : ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଆସନ୍ତାକାଲି ଠାରୁ ପଶ୍ଚିମବଙ୍ଗରେ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରାଯାଇଛି । ମୁଖ୍ୟ ସଚିବ ଅଲପନ ବନ୍ଦୋପାଧ୍ୟାୟ ଏନେଇ ନର୍ଦ୍ଦେଶ ଜାରି କରିଛନ୍ତି । ଫଳରେ ୧୬ ମେରୁ ୩୦ ମେ ପର୍ଯ୍ୟନ୍ତ ଲକଡାଉନରେ ରହିବ ପଶ୍ଚିମବଙ୍ଗ । ଲକଡାଉନରେ  ଅତ୍ୟାବଶ୍ୟକ ସେବାକୁ ଛାଡ଼ିଦେଲେ ସବୁକିଛି ବନ୍ଦ ରହିବ। କେବଳ ୩ ଘଣ୍ଟା ପର୍ଯ୍ୟନ୍ତ ତଥା ସକାଳ ୭ ଟାରୁ ୧୦ ଟା ପର୍ଯ୍ୟନ୍ତ ଖୋଲିବ ରାସନ ଏବଂ ପନିପରିବା ଦୋକାନ । ସେପଟେ ସକାଳ ୧୦ ଟାରୁ ରାତି ୨ ଟା ପର୍ଯ୍ୟନ୍ତ ବ୍ୟାଙ୍କ ଖୋଲା ରହିବ । ତାଲାବନ୍ଦରେ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକ ବନ୍ଦ ରହିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ପଶ୍ଚିମବଙ୍ଗ ସରକାର ।

Advertisment

ପଶ୍ଚିମବଙ୍ଗରେ ଏବେ କରୋନା ସଂକ୍ରମଣ ତୀବ୍ର ବେଗରେ ବ୍ୟାପିବାରେ ଲାଗିଛି । ପ୍ରତିଦିନ ରେକର୍ଡ଼ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଗତକାଲି ସର୍ବାଧିକ ଗୋଟିଏ ଦିନରେ ସର୍ବାଧିକ ୨୦,୮୪୬ ନୂତନ କରୋନା ରୋଗୀ ଚିହ୍ନଟ ହେବାପରେ ରାଜ୍ୟରେ ମୋଟ୍ ସଂକ୍ରମଣ ମାମଲା ୧୦ ଲକ୍ଷ ୯୪ ହଜାର ୮୦୨ କୁ ବୃଦ୍ଧି ପାଇଛି। ସେହିପରି ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁସାରେ,କରୋନାରେ ଆକ୍ରାନ୍ତ ହୋଇ ଗତକାଲି ୧୩୬ ଜଣ ପ୍ରାଣ ହରାଇବା ସହ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୨,୯୯୩ କୁ ବୃଦ୍ଧି ପାଇଛି।

ସେପଟେ ଦେଶରେ ଗତ ୨୪ ଘଣ୍ଟାରେ ମେ’ ମାସରେ ଦୈନିକ ସଂକ୍ରମଣ ଆଜି ସବୁଠାରୁ କମ୍ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁସାରେ ଶନିବାର ୩ ଲକ୍ଷ ୨୬ ହଜାର ୯୮ ନୂଆ ମାମଲା ସାମ୍ନାକୁ ଆସିଛି । ଆଜି ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ୪ ହଜାର ତଳକୁ ଖସିଛି । ଆଜି ୩୮୯୦ କରୋନା ରୋଗୀଙ୍କର ମୃତ୍ୟୁ ଘଟିଛି ।ସେହିପରି ଆଶ୍ଵସ୍ତିର କଥା ଯେ, ଆଜି ପୁଣି ଥରେ ସଂକ୍ରମିତଙ୍କ ସଂଖ୍ୟାଠାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ଅଧିକ ରହିଛି । ଆଜିର ତଥ୍ୟ ଅନୁଯାୟୀ, ୨୪ ଘଣ୍ଟାରେ ୩,୫୩,୨୯୯ ରୋଗୀ ସୁସ୍ଥ ହୋଇ ଫେରିଛନ୍ତି । ଏହା ପରେ ଦେଶରେ ଆକ୍ଟିଭ କେସ ୩୭ ଲକ୍ଷରୁ ଖସି ୩୬,୭୩,୮୦୨ରେ ପହଞ୍ଚିଛି । ଆଜିର ନୂଆ ସଂକ୍ରମିତଙ୍କୁ ମିଶାଇଲେ, ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୪୩ ଲକ୍ଷ ୭୨ ହଜାର ୯୦୭ରେ ପହଞ୍ଚିଛି । ସେହିପରି ସୁସ୍ଥ ଲୋକଙ୍କ ସଂଖ୍ୟା ୨ କୋଟି ୪ ଲକ୍ଷ ୩୨ ହଜାର ୮୯୮ ରହିଛି । ଏହାବ୍ୟତୀତ ମୋଟ ମୃତକଙ୍କ ସଂଖ୍ୟା ୨ ଲକ୍ଷ ୬୬ ହଜାର ୨୦୭ ଛୁଇଁଛି ।

Advertisment
Corona Breaking News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ