tmc
କୋଲକାତା : ପଶ୍ଚିମବଙ୍ଗ ରାଜନୀତିରେ ଘଡ଼ିକେ ଘୋଡ଼ା ଛୁଟୁଛି । ରାଜନୀତିରେ ସବୁ କିଛି ସମ୍ଭବ । ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ତୃଣମୂଳ କଂଗ୍ରେସରେ (ଟିଏମସି) ର ବିଜୟ ପରେ ବିଜେପି ଶିବିରରେ ହଇଚଇ ସୃଷ୍ଟି ହୋଇଛି । ଟିଏମସିରୁ ବିଜେପିରେ ଯୋଗ ଦେଇଥିବା ନେତା ଓ କର୍ମୀମାନେ ପୁଣି ଥରେ ଦଳକୁ ଫେରୁଛନ୍ତି । ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱ ଉପରେ ଭରସା କରି ବିଜେପି କାର୍ଯ୍ୟକର୍ତ୍ତାଙ୍କ ଘରବାହୁଡ଼ା ଆରମ୍ଭ ହୋଇଛି । ସେପଟେ ଦଳବଦଳ କରିଥିବା କାର୍ଯ୍ୟକର୍ତ୍ତାଙ୍କ ପାଇଁ ଆଜି ସମସ୍ତ ସୀମା ପାର କରିଛି ଟିଏମସି । ୩୦୦ ବିଜେପି କର୍ମୀଙ୍କୁ ପ୍ରଥମେ ଗଙ୍ଗାଜଳରେ ଶୁଦ୍ଧିକରଣ କରାଇ ଦଳକୁ ସ୍ୱାଗତ କରିଛି ତୃଣମୂଳ କଂଗ୍ରେସ ।
ପଶ୍ଚିମବଙ୍ଗର ବୀରଭୂମରେ ଥିବା ଟିଏମସି କାର୍ଯ୍ୟାଳୟ ବାହାରେ ୩୦୦ ବିଜେପି କର୍ମୀ ଭୋକ ଉପାସରେ ବସିଥିଲେ। ପୁନର୍ବାର ଟିଏମସିରେ ପୁନର୍ବାର ଯୋଗଦେବା ପାଇଁ ସେମାନେ ଅଡ଼ି ବସିଥିଲେ । ବିଜେପି କର୍ମୀଙ୍କ ଗଙ୍ଗାଜଳ ଶୁଦ୍ଧିକରଣ ଅଭିଯାନ ପ୍ରାୟ ୩ ଘଣ୍ଟା ଧରି ଚାଲିଥିଲା । ସକାଳ ୮ ଟାରୁ ୧୧ ଟା ପର୍ଯ୍ୟନ୍ତ ଜଣକ ପରେ ଜଣେ କାର୍ଯ୍ୟକର୍ତ୍ତାକୁ ଡକାଯାଇ ସେମାନଙ୍କ ଉପରେ ଗଙ୍ଗାଜଳ ସିଞ୍ଚନ କରାଯାଇଥିଲା । ଆଉ ତା’ପରେ ଦଳକୁ ଫେରିଥିଲେ ସମସ୍ତ କାର୍ଯ୍ୟକର୍ତ୍ତା ।
ବିଜେପିରୁ ଆସି ଟିଏମସିରେ ଯୋଗଦେଇଥିବା ନେତା ଅଶୋକ ମଣ୍ଡଳ କହିଛନ୍ତି, ‘ବିଜେପି ଏକ ସାମ୍ପ୍ରଦାୟିକ ଦଳ । ବିଆମ ପବିତ୍ର ମନରେ ବିଷ ମିଶାଇ ଦେଇଥିଲା । ବିଜେପିରେ ସାମିଲ ହେବା ପରେ ଆମ ଗାଁର ବିକାଶ ଫେଲ ମାରିଥିଲା । ବିଜେପିରେ ଯୋଗଦେବା ଫଳରେ କୌଣସି ସୁବିଧା ମିଳିନଥିଲା, ଅପରପକ୍ଷେ କ୍ଷତି ସହିବାକୁ ପଡ଼ିଥିଲା । ଆମର ଶାନ୍ତି ଭଙ୍ଗ କରିଛି ବିଜେପି । ମନର ଶାନ୍ତି ଫେରାଇ ଆଣିବା ପାଇଁ କାର୍ଯ୍ୟକର୍ତ୍ତାଙ୍କ ଉପରେ ପବିତ୍ର ଗଙ୍ଗାଜଳ ସିଞ୍ଚନ ହୋଇଛି । ଲୋକଙ୍କ ଶୁଦ୍ଧତା ପାଇଁ ନୁହେଁ ବରଂ ମନକୁ ଶୁଦ୍ଧ କରିବାକୁ ଆୟୋଜିତ ହୋଇଥିଲା ଶୁଦ୍ଧିକରଣ ଅଭିଯାନ ।
ସୂଚନାଯୋଗ୍ୟ ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ପୂର୍ବାପେକ୍ଷା ବହୁତ ଭଲ ହୋଇଥିଲେ ସୁଦ୍ଧା ବର୍ତ୍ତମାନ ଦଳରେ ଗ୍ରହଣ ଲାଗିଯାଇଛି । ଜୁନ ୧୧ରେ ବିଜେପି ଛାଡ଼ି ମୁକୁଲ ରୟ ପୁଣି ଥରେ ତୃଣମୂଳ କଂଗ୍ରେସକୁ ଫେରିଛନ୍ତି । ମୁକୁଲଙ୍କ ସହ ତାଙ୍କ ପୁଅ ଶୁଭ୍ରାଂଶୁ ରୟ ମଧ୍ୟ ଆଜି ମମତା ବାନାର୍ଜୀଙ୍କ ଉପସ୍ଥିତିରେ ଟିଏମସିକୁ ଫେରିଛନ୍ତି । ବଙ୍ଗ ବିଜେପିର ଟାଣୁଆ ନେତା ମୁକୁଲ ରୟ ତୃଣମୂଳ କଂଗ୍ରେସକକୁ ଫେରିବା ପରେ ରାଜନୀତି ଆହୁରି ଜୋର ଧରିଛି । ଖୁବ ଶୀଘ୍ର ଆହୁରି ଅନେକ ବିଜେପି ବିଧାୟକ ଏବଂ ନେତା ତୃଣମୂଳ କଂଗ୍ରେସରେ ଯୋଗଦେବେ ବୋଲି ଶୁଣିବାକୁ ମିଳିଥିଲା, ଯାହା ସତ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/tmc_1624084581.jpg)