Advertisment

ମାଡ଼ି ଆସୁଛି ବାତ୍ୟା: ଏପଟେ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ରହିଛି ସମ୍ଭାବନା

ଭେରି ସିଭିୟର ସାଇକ୍ଲୋନିକ ଷ୍ଚର୍ମରେ ପରିଣତ ହେଉଛି ସାମୁଦ୍ରିକ ଝଡ଼ ତାଉତୋ। ଘଣ୍ଟା ପ୍ରତି ଏବେ ୯ କିଲୋମିଟର ବେଗରରେ ଗତି କରୁଛି ବାତ୍ୟା । ବର୍ତ୍ତମାନ ଏହି ବାତ୍ୟା ଗୋଆର ପାଣାଜୀ ଠାରୁ ୧୫୦ କିଲୋମିଟର ଏବଂ ମୁମ୍ବାଇ ଉପକୂଳରୁ ୪୯୦ କିଲୋମିଟର ଏବଂ ଗୁଜରାଟର ବୀରବଲ ଉପକୂଳରୁ ୭୩୦ କିଲୋମିଟର ଦୂରରେ ରହିଛି।

ମାଡ଼ି ଆସୁଛି ବାତ୍ୟା: ଏପଟେ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ହେବାର ରହିଛି ସମ୍ଭାବନା

cyclone

Advertisment

ନୂଆଦିଲ୍ଲୀ: ଭେରି ସିଭିୟର ସାଇକ୍ଲୋନିକ ଷ୍ଚର୍ମରେ ପରିଣତ ହେଉଛି ସାମୁଦ୍ରିକ ଝଡ଼ ତାଉତୋ। ଘଣ୍ଟା ପ୍ରତି ଏବେ ୯ କିଲୋମିଟର ବେଗରରେ ଗତି କରୁଛି ବାତ୍ୟା । ବର୍ତ୍ତମାନ ଏହି ବାତ୍ୟା ଗୋଆର ପାଣାଜୀ ଠାରୁ ୧୫୦ କିଲୋମିଟର ଏବଂ ମୁମ୍ବାଇ ଉପକୂଳରୁ ୪୯୦ କିଲୋମିଟର ଏବଂ ଗୁଜରାଟର ବୀରବଲ ଉପକୂଳରୁ ୭୩୦ କିଲୋମିଟର ଦୂରରେ ରହିଛି। ଆସନ୍ତା ୧୮ ତାରିଖ ସକାଳେ ଏହା ଗୁଜରାଟର ପୋରବନ୍ଦର ଓ ନଲିୟା ମଝିରେ ଲ୍ୟାଣ୍ଡଫଲ୍‌ କରିବ। ସେତେବେଳେ ଘଣ୍ଟାପ୍ରତି ୧୫୦ରୁ ୧୬୦ କିଲୋମିଟର ବେଗରେ ପବନ ବହିବା ଆଶଙ୍କା କରାଯାଉଛି।

Advertisment

ବାତ୍ୟା ତାଉତେ ପ୍ରଭାବରେ ଲାକ୍ଷାଦୀପ ଦୀପପୁଂଜ ଅଂଚଳରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ କେରଳ ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ରେକର୍ଡ ହୋଇଛି। ଅନେକ ଗାଁରେ ପାଣି ପଶିଯାଇଛି। ଆଜି ଏବଂ ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହାସହ କର୍ଣ୍ଣାଟକ, କୋଙ୍କଣ, ଗୋଆ, ଗୁଜରାଟ ଏବଂ ପଶ୍ଚିମ ରାଜସ୍ଥାନରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ। ବିଭାଗ ସମ୍ଭାବ୍ୟ ବିପର୍ଯ୍ୟୟର ମୁକାବିଲା ପାଇଁ ତଟବର୍ତ୍ତୀ ଅଞ୍ଚଳ ଓ ମତ୍ସ୍ୟଜୀବୀଙ୍କୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ କୁହାଯାଇଥିବା ବେଳେ, ୫ଟି ରାଜ୍ୟରେ ୫୩ଟି ଏନଡ଼ିଆରଏଫ୍‌ ଟିମ୍ ମୁତୟନ କରାଯାଇଛି।

କେବଳ ଗୁଜରାଟରେ ୧୫ଟି ଏନଡ଼ିଆର୍‌ଏଫ୍‌ ଟିମ୍ ରହିବ। ସେଥିପାଇଁ ଭୁବନେଶ୍ୱରରୁ ୫ଟି NDRF ଟିମରେ ୧୨୫ ଜଣ ଯବାନ ଗତକାଲି ବାୟୁସସେନାର ସ୍ୱତନ୍ତ୍ର ବିମାନ ଯୋଗେ ରାଜକୋଟ୍ ଯାଇଛନ୍ତି। ଭଲସାଡ଼ ଓ ଜାମନଗର ଆଦି ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ କୋଭିଡ୍ ହସ୍ପିଟାଲଗୁଡ଼ିକୁ ବିକଳ୍ପ ବ୍ୟବସ୍ଥା କରିବାକୁ କୁହାଯାଇଛି।

Advertisment

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗତକାଲି ଅନୁଷ୍ଠିତ ହୋଇଥିଲା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ। ଘୂର୍ଣ୍ଣିଝଡ଼ ତାଉତେର ମୁକାବିଲା ପାଇଁ ପ୍ରଭାବିତ ହେବାକୁ ଥିବା ରାଜ୍ୟ, କେନ୍ଦ୍ର ମନ୍ତ୍ରାଳୟ ଓ ସଂସ୍ଥା ମାନେ କେତେ ପ୍ରସ୍ତୁତ, ସେ ସଂପର୍କରେ ମୋଦି ସମୀକ୍ଷା କରିଛନ୍ତି। ସମ୍ପୃକ୍ତ ତଟବର୍ତ୍ତୀ ରାଜ୍ୟର ମୁଖ୍ୟ ଶାସନ ସଚିବ ଏବଂ କେନ୍ଦ୍ର ମନ୍ତ୍ରାଳୟ ଓ କେନ୍ଦ୍ରୀୟ ସଂସ୍ଥା ସହ କ୍ୟାବିନେଟ୍ ସଚିବ ନିରନ୍ତର ଯୋଗାଯୋଗରେ ରହିବେ ବୋଲି ଆଲୋଚନା ହୋଇଛି। କେନ୍ଦ୍ର ଗୃହମନ୍ତ୍ରାଳୟ ମଧ୍ୟ ସ୍ଥିତିର ୨୪ ଘଣ୍ଟିଆ ସମୀକ୍ଷା କରୁଛି ଓ ରାଜ୍ୟ ସରକାରଙ୍କ ସହ ସମ୍ପର୍କରେ ଅଛି ବୋଲି ସୂଚନା ମିଳିଛି।

ଏପଟେ ଓଡ଼ିଶାରେ ଆଜି ବିଭିନ୍ନ ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସହ ଘଡ଼ଘଡ଼ି ସହ ବର୍ଷାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କନ୍ଧମାଳ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ ଜିଲ୍ଲାର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଅନ୍ୟ ସବୁ ଜିଲ୍ଲା ଗୁଡିକରେ ପାଗ ପ୍ରାୟ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ତେବେ ଏହି ମାସ ଶେଷ ସପ୍ତାହରେ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ