Advertisment

UPSC ସିଭିଲ୍‌ ସର୍ଭିସେସ୍ ପରୀକ୍ଷା ସ୍ଥଗିତ

ନୂଆଦିଲ୍ଲୀ : କେନ୍ଦ୍ର ଜନସେବା ଆୟୋଗ (UPSC) ସିଭିଲ୍‌ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୧କୁ ସ୍ଥଗିତ ରଖିଛି। UPSC ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୧ ପୂର୍ବରୁ ଜୁନ୍ ୨୭, ୨୦୨୧ରେ ଅନୁଷ୍ଠିତ ହେବାର ଥିଲା। ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, UPC…

ଅଦ୍ୟତନ ହୋଇଛି
UPSC ସିଭିଲ୍‌ ସର୍ଭିସେସ୍ ପରୀକ୍ଷା ସ୍ଥଗିତ

Untitled-1

Advertisment

ନୂଆଦିଲ୍ଲୀ : କେନ୍ଦ୍ର ଜନସେବା ଆୟୋଗ (UPSC) ସିଭିଲ୍‌ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୧କୁ ସ୍ଥଗିତ ରଖିଛି। UPSC ସିଭିଲ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା ୨୦୨୧ ପୂର୍ବରୁ ଜୁନ୍ ୨୭, ୨୦୨୧ରେ ଅନୁଷ୍ଠିତ ହେବାର ଥିଲା। ନୂତନ କାର୍ଯ୍ୟସୂଚୀ ଅନୁଯାୟୀ, UPC CSE ପ୍ରାଥମିକ ପରୀକ୍ଷା ୨୦୨୧ ବର୍ତ୍ତମାନ ୧୦ ଅକ୍ଟୋବର ୨୦୨୧ରେ ଅନୁଷ୍ଠିତ ହେବ। UPSC ସଂଯୁକ୍ତ ଚିକିତ୍ସା ସେବା ପରୀକ୍ଷା ୨୦୨୧ ମେ ୫, ୨୦୨୧ରେ ଅନୁଷ୍ଠିତ ହେବାକୁ ଥିଲା, ତାହା ମଧ୍ୟ ସ୍ଥଗିତ ରଖାଯାଇଛି। ଏପର୍ଯ୍ୟନ୍ତ ଏହାର କୌଣସି ନିଶ୍ଚିତତା ନ ଥିବା ଦେଖାଯାଏ। ତେବେ ପ୍ରାର୍ଥୀମାନଙ୍କୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ପରୀକ୍ଷା ତାରିଖକୁ ଅପେକ୍ଷା କରିବାକୁ ପଡିବ।

Advertisment

ଅନ୍ୟପକ୍ଷରେ, ୟୁପିଏସ୍‌ସି ଅଫିସିଆଲ୍ ନୋଟିସ୍‌ରେ କୁହାଯାଇଛ ଯେ “ସିଭିଲ୍ ସର୍ଭିସେସ୍ ପ୍ରି ପରୀକ୍ଷା ୨୦୨୧ ଯାହା ୨୭.୦୬.୨୦୨୧ରେ ଅନୁଷ୍ଠିତ ହେବାର ଥିଲା, ତାହା ସ୍ଥଗିତ ରଖାଯାଇଛି। ବର୍ତ୍ତମାନ ପରୀକ୍ଷା ୧୦.୧୦.୨୦୨୧ରେ କରାଯିବ।” ଏହାସହ ଏହା ମଧ୍ୟ କୁହାଯାଇଛି ଯେ ୦୫.୦୫.୨୦୨୧ରେ ସୂଚିତ ହେବାକୁ ଥିବା ସଂଯୁକ୍ତ ଚିକିତ୍ସା ସେବା ପରୀକ୍ଷା ୨୦୨୧ କୁ ପରବର୍ତ୍ତୀ ବିଜ୍ଞପ୍ତି ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ପ୍ରକାଶ ଥାଉକି ସିଭିଲ୍‌ ସର୍ଭିସେସ୍ ପରୀକ୍ଷା (ସିଏସ୍ଇ) ପ୍ରତିବର୍ଷ କେନ୍ଦ୍ର ଜନସେବା ଆୟୋଗ ଦ୍ୱାର ଭାରତ ପ୍ରଶାସନିକ ସେବା, ଭାରତୀୟ ବୈଦେଶିକ ସେବା ଏବଂ ଭାରତୀୟ ପୋଲିସ୍ ସେବା ସମେତ ଭାରତ ସରକାରଙ୍କ ବିଭିନ୍ନ ନାଗରିକ ସେବାରେ ନିଯୁକ୍ତି ପାଇଁ ପରିଚାଳିତ ହୋଇଥାଏ। ୟୁନିଅନ୍ ପବ୍ଲିକ୍ ସର୍ଭିସ୍ କମିଶନ, ୟୁପିଏସ୍‌ସି ହେଉଛି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ଭାରତର ପ୍ରମୁଖ କେନ୍ଦ୍ରୀୟ ନିଯୁକ୍ତି ଏଜେନ୍ସି। କେନ୍ଦ୍ର ସରକାରଙ୍କ ସିଭିଲ୍‌ ସର୍ଭିସେସ୍ କ୍ୟାଡର୍‌ ଏବଂ ପ୍ରତିରକ୍ଷା ସେବା କ୍ୟାଡର ଅଧୀନରେ ଗ୍ରୁପ୍-ଏ ଏବଂ ଗ୍ରୁପ୍-ବି ପଦବୀ ନିଯୁକ୍ତି ଏବଂ ପରୀକ୍ଷା ପାଇଁ ଏହା ଦାୟୀ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ