Advertisment

ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ହତ୍ୟା ଧମକ

ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକପୂର୍ଣ୍ଣ ହତ୍ୟା ମେସେଜ ଘଟଣାକୁ ନେଇ ଥାନାରେ ଅଭିଯୋଗ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ପୋଲିସର ଛାନଭିନ ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକପୂର୍ଣ୍ଣ ହତ୍ୟା ମେସେଜ ମିଳିଥିବା ସୂଚନା ମିଳିଛି।…

ଅଦ୍ୟତନ ହୋଇଛି
ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ମିଳିଲା ହତ୍ୟା ଧମକ

cm yogi adityanath

Advertisment
  • ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକପୂର୍ଣ୍ଣ ହତ୍ୟା ମେସେଜ
  • ଘଟଣାକୁ ନେଇ ଥାନାରେ ଅଭିଯୋଗ
  • ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ପୋଲିସର ଛାନଭିନ
Advertisment

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଧମକପୂର୍ଣ୍ଣ ହତ୍ୟା ମେସେଜ ମିଳିଥିବା ସୂଚନା ମିଳିଛି। କେହି ଜଣେ ଅଜଣା ବ୍ୟକ୍ତି ଉତ୍ତର ପ୍ରଦେଶ ପୋଲିସ କଣ୍ଟ୍ରୋଲ ରୁମର ହ୍ୱାଟ୍ସଆପ୍‌ ଏମରଜେନ୍ସି ନମ୍ବର ‘112’ କୁ ମେସେଜ କରି ଯୋଗୀ ଆଦିତ୍ୟନାଥଙ୍କୁ ହତ୍ୟା ଧମକ ଦେଇଛନ୍ତି। ଚାରି ଦିନ ମଧ୍ୟରେ ଯାହା କରିପାରିବ ତାହା କରି ଦିଅ ବୋଲି ସମ୍ପୃକ୍ତ ବ୍ୟକ୍ତି ଜଣକ ଧମକ ଦେଇ କହିଛନ୍ତି। ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଛି। ଯେଉଁ ନମ୍ବରରୁ ମେସେଜ ଆସିଥିଲା ତାକୁ ଟ୍ରେସ କରି ସମ୍ପୃକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ପୋଲିସ ଛାନଭିନ ଆରମ୍ଭ କରିଛି। ଉକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ପୋଲିସ ଏକ ସର୍ଭେଲାନ୍ସ ଟିମ ଗଠନ କରିଛି।

ମିଳିଥିବା ସୂଚନା ଅନୁସାରେ, ଏପ୍ରିଲ ୨୯ ତାରିଖ ସନ୍ଧ୍ୟାରେ ଉତ୍ତର ପ୍ରଦେଶ ପୋଲିସ କଣ୍ଟ୍ରୋଲ ରୁମର ହ୍ୱାଟ୍ସଆପ୍‌ ଏମରଜେନ୍ସି ନମ୍ବର ‘112’ କୁ କେହି ଜଣେ ଅଜଣା ବ୍ୟକ୍ତି ମେସେଜ କରି ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ମେସେଜରେ ସେ ଲେଖିଥିଲେ, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ୫ ଦିନ ମଧ୍ୟରେ ଜୀବନରୁ ମାରି ଦିଆଯିବ।  ଏହାସହ ସେ ପୋଲିସକୁ ଚ୍ୟାଲେଞ୍ଜ ଦେଇ ଲେଖିଥିଲେ, ଆସନ୍ତା ୪ ଦିନ ମଧ୍ୟରେ ଯାହା ମୋର କରିପାରିବ, କର।

Advertisment

ଏହି ଘଟଣା ପ୍ରଥମ ନୁହେଁ, ଏହା ପୂର୍ବରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ମିଳିଥିଲା। ୨୦୨୦ରେ ତାଙ୍କୁ ବୋମା ପକାଇ ଉଡାଇ ଦିଆଯିବ ବୋଲି ଧମକ ମିଳିଥିଲା। ୨୦୨୦ ମେ’ ୨୧ ରାତି ୧୨ଟା ୩୨ରେ ଏହି ଧମକପୂର୍ଣ୍ଣ ମେସେଜ୍‌ ଉତ୍ତରପ୍ରଦେଶ ୧୧୨ ହେଲ୍‌ପ୍‌ଡେସ୍କର ହ୍ୱାଟ୍ସଆପ୍‌ ନମ୍ବରକୁ ଆସିଥିଲା ବୋଲି ସୂଚନା ମିଳିଛି। ଏହି ଘଟଣାପରେ ତତ୍‌କ୍ଷଣାତ ବରିଷ୍ଠ ପୁଲିସ୍‌ ଅଧିକାରୀଙ୍କୁ ନେଇ ଏକ ଉଚ୍ଚ ସ୍ତରୀୟ ବୈଠକ ଡକାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ