corona
ଆପ୍ ଦ୍ୱାରା ୨୫୦ କୋଟିର ଠକେଇ । ନିବେଶ କଲେ ୧୫ ଦିନ ମଧ୍ୟରେ ଟଙ୍କା ଡବଲ ମିଳିବ । ଏପରି ଏକ ବଡ଼ ଠକେଇର ଖୁଲାସା କଲା ଉତ୍ତରାଖଣ୍ଡ ପୋଲିସ୍ । ନୋଏଡାରୁ ଜଣେ ଅଭିଯୁକ୍ତକୁ ୨୫୦ କୋଟି ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛଛି ଉତ୍ତରାଖଣ୍ଡ ଏସଟିଏଫ୍ । ସବୁଠାରୁ ଆଶ୍ଚର୍ଯକର କଥା ହେଲା, ମାତ୍ର ଚାରି ମାସରେ ଏତେ ଟଙ୍କା ଠକେଇ କରିଥିଲା ଅଭିଯୁକ୍ତ ।
ଚୀନ ଷ୍ଟାଟଅପ୍ ଯୋଜଆ ଅନୁସାରେ ତିଆରି ହୋଇଥିବା ଆପରେ ଠକେଇର ଜାଲ ବିଛାଇ ଥିଲା ଅଭିଯୁକ୍ତ । ଟଙ୍କା ଡବଲ ପାଇବା ଆଶାରେ ଫସିଗଲେ ଅନେକ ଲୋକ । ଦେଶରେ ପାଖାପାଖି ୫୦ ଲକ୍ଷ ଲୋକ ଏହି ଆପକୁ ଡାଇନଲୋଡ଼୍ କରିଛନ୍ତି । ମାତ୍ର ୧୫ ଦିନରେ ଟଙ୍କା ଡବଲ ହୋଇଯିବ କହି ଲୋକଙ୍କୁ ଲୋଭାନ୍ୱିତ କରୁଥିଲା ଅଭିଯୁକ୍ତ । ଅଳ୍ପ ଦିନରେ ଅଧିକ ଟଙ୍କା ପାଇବା ଆଶାରେ ଅଭିଯୁକ୍ତର ଚାଲାକି ବୁଝି ପାରିନଥିଲେ ନୀରିହ ଲୋକେ । ପ୍ରଥମେ ଲୋକଙ୍କୁ ପାୱାର ବ୍ୟାଙ୍କ୍ ଆପ୍ ଡାଉନଲୋଡ କରିବା ପାଇଁ କୁହାଯାଏ, ଆଉ ତା’ପରେ ଧୀରେ ଧୀରେ ଟଙ୍କା ଆଦାୟ କରିନିଏ ଅଭିଯୁକ୍ତ ।
ହରିଦ୍ୱାରା ନିବାସୀ ଜଣେ ବ୍ୟକ୍ତି ପୋଲିସକୁ ଏସମ୍ପର୍କରେ ସୂଚନା ଦେବାପରେ ଏହି ଠକେଇର ପର୍ଦ୍ଦାଫାଶ ହୋଇଛି । ପାୱାର ବ୍ୟାଙ୍କ ଆପ ମାଧ୍ୟମରେ ସଂପୃକ୍ତ ବ୍ୟକ୍ତି ପ୍ରଥମେ ୯୩ ହଜାର ପରେ ୭୨ ହଜାର ଜମା କରିଥିଲେ । ୧୫ ଦିନରେ ପଇସା ଡବଲ ହେବ ବୋଲି ତାଙ୍କୁ କୁହାଯାଇଥିଲା । କିନ୍ତୁ ଏପରି ନହେବାରୁ ଠକେଇର ଶିକାର ହୋଇଥିବା ବ୍ୟକ୍ତି ପୋଲିସରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ଠକେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ପୋଲିସ । ତଦନ୍ତରୁ ଜଣାପଡ଼ିଛି ସମସ୍ତ ଟଙ୍କା ଭିନ୍ନ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଛି । ପୂରା ତଦନ୍ତ ପରେ ଆପ୍ ମାଧ୍ୟମରେ ୨୫୦ କୋଟି ଟଙ୍କା ଠକେଇ ହୋଇଥିବା କଥା ସାମ୍ନାକୁ ଆସିଛି ।
ଠକେଇ କରୁଥିବା ବ୍ୟକ୍ତି, ବିଦେଶୀ ନିବେଶକ ଦ୍ୱାରା ଭାରତର ବ୍ୟବସାୟୀଙ୍କୁ କମିସନର ଲୋଭ ଦେଖାଇ ଆପ ଜରିଆରେ ପ୍ରଥମେ ଲୋନ୍ ଦିଆଯିବ ବୋଲି କହୁଥିଲେ । ପରେ ଏଥିରେ ପରିବର୍ତ୍ତନ କରି ପଇସା ଡବଲ ହେବ ବୋଲି ଲୋକଙ୍କ ମନରେ ବିଶ୍ୱାସ ଜନ୍ମାଇଥିଲେ । ଫଳରେ ଦିନକୁ ଦିନ ଦେଶରେ ନିବେଶ ବଢ଼ିବାରେ ଲାଗିଲା । ପ୍ରାରମ୍ଭରେ କିଛି ଲୋକଙ୍କୁ ଡବଲ ପଇସା ମିଳିଗଲା ମଧ୍ୟ ।
ତଦନ୍ତ ପରେ ଉତ୍ତରପ୍ରଦେଶ ଏସଟିଏଫ ନୋଏଡା ମାମଲାର ଅଭିଯୁକ୍ତ ପୱନ ପାଣ୍ଡେଙ୍କୁ ଗିରଫ କରିଛି ପୋଲିସ୍ । ଅଭିଯୁକ୍ତଙ୍କ ନିକଟରୁ ୧୯ ଟି ଲାପଟପ୍, ୫୯୨ ସିମ୍ କାର୍ଡ, ୫ ଟି ମୋବାଇଲ୍ ଫୋନ୍, ୪ ଟି ଏଟିଏମ୍ କାର୍ଡ ଏବଂ ୧ ଟି ପାସପୋର୍ଟ ଜବତ କରାଯାଇଛି । ସମସ୍ତ ଠକେଇ ଟଙ୍କାକୁ କ୍ରିପ୍ଟୋ ମୁଦ୍ରାରେ ରୂପାନ୍ତର କରି ବିଦେଶ ପଠାଇବାର ଯୋଜନା ରହିଥିବା ବୋଲି ତଦନ୍ତରୁ ଜଣାପଡ଼ିଛି ।
ଡେରାଡୁନର ଏସଡିଜି ଅଭିନବ କୁମାର ପ୍ରେସ କନଫରେନ୍ସ କରି କହିଛନ୍ତି, ଚୀନର ଷ୍ଟାଟଅପ୍ ଯୋଜନା ଅନୁସାରେ ଏହି ଆପ୍ ପ୍ରସ୍ତୁତ କରାଯାଇଛି । ଠକେଇ ମାମଲା ନେଇ ଆଇବି ଓ ରକୁ ମଧ୍ୟ ସୂଚନା ଦିଆଯାଇଛି । ଯେଉଁ ବିଦେଶୀ ଲୋକଙ୍କ ନାମ ସାମ୍ନାକୁ ଆସିଛି, ସେମାନଙ୍କ ଦୂତାବାସ ସହ ସମ୍ପର୍କ କରି ସମସ୍ତ ବିବରଣୀ ମଗାଯାଇଛି । ଖୁବ ଶୀଘ୍ର ସତ ପଦାକୁ ଆସିବ ବୋଲି ଆଶା କରାଯାଉଛି । ଆପ୍ ମାଧ୍ୟମରେ ଠକେଇ ନେଇ ଉତ୍ତରାଖଣ୍ଡର ୨ ଓ ବେଙ୍ଗାଲୁରୁରେ ଗୋଟିଏ ମାମଲା ରୁଜୁ ହୋଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/corona-5_1623225118.jpg)