dog
ନୂଆଦିଲ୍ଲୀ : ନିରୀହ ପଶୁକୁ ପିଟି ପିଟି ମାରିଦେଲା ମଣିଷ । ଦିଲ୍ଲୀର ଓଖଲା ଇଣ୍ଡଷ୍ଟ୍ରିଆଲ ଅଞ୍ଚଳରେ ଏପରି ଅମାନୁଷିକ ଘଟଣା ଘଟିଛି । ଗୋଟିଏ ବୁଲା କୁକରକୁ ଲାଠିରେ ପିଟି ପିଟି କିଛି ଦୁଇ ଜଣ ପିଲା ମାରି ଦେଇଛନ୍ତି । ତେବେ ଏହି ଘଟଣାକୁ କେହି ଜଣେ ରେକର୍ଡ କରି ସୋସିଆଲ ମିଡିଆରେ ଅପଲୋଡ କରିଛି । ଭିଡିଓ ଭାଇରାଲ ହେବାପରେ ପୋଲିସ୍ ନଜରକୁ ଆସିଛି ଏହି ଘଟଣା । ଭିଡିଓ ଫୁଟେଜ ଆଧାରରେ ଦୁଇ ଜଣ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ନାବାଳକ ବୋଲି ସୂଚନା ମିଳିଛି ।
ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓକୁ ନେଇ ଗାଜିଆବାଦର ଗୌରବ ଗୁପ୍ତା ପ୍ରଥମେ ପୋଲିସରେ ଅଭିଯୋଗ କରିଥିଲେ । ଭିଡିଓରେ ସ୍ପଷ୍ଟ ରୂପେ ଦେଖିବାକୁ ମିଳୁଛି ଦୁଇ ଜଣ ପିଲା ଏକ କୁକରକୁ ଲାଠିରେ ମାରୁଛନ୍ତି । ମାଡ଼ ଖାଇବା ପରେ କୁକର କିଛି ସମୟ ପାଇଁ ବିକଳରେ ଚିତ୍କାର କରୁଥିଛି ହେଲେ କିଛି ସମୟ ପରେ ଶାନ୍ତ ହୋଇଯାଉଛି । ଗୁରୁତର ଆହତ ହେବାପରେ କୁକୁରର ମୃତ୍ୟୁ ହୋଇଥିଲା ।
ଗୌରବଙ୍କ ବ୍ୟତୀତ ପିପୁଲ ଫର ଆନିମଲ ନାମ ସଂସ୍ଥା ମଧ୍ୟ ଏହି ଘୃଣ୍ୟ ଘଟଣା ବିରୋଧରେ ପୋଲିସରେ ଅଭିଯୋଗ କରିଥିଲା ଓ ଅଭିଯୁକ୍ତ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରିଥିଲେ । ଅଭିଯୋଗ ପରେ ପୋଲିସ ଅନେକ ଧାରା ଅନୁସାରେ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟପଟେ କୁକୁର ପାଗଳ ହୋଇଯାଇଥିବା ଚିନ୍ତା କରି ମାରିଦେଇଥିବା କଥା କହିଛନ୍ତି ଅଭିଯୁକ୍ତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/dog_1622198847.jpg)