donald trump
- ଡୋନାଲ୍ଡ ଟ୍ରମ୍ପଙ୍କୁ ଫେସବୁକ୍ ପକ୍ଷରୁ ଝଟକା
- ଦୁଇ ବର୍ଷ ପାଇଁ ଆକାଉଣ୍ଟ୍ ସସପେଣ୍ଡ୍
ଦୁଇ ବର୍ଷ ପାଇଁ ଫେସବୁକ୍ ଚଳାଇ ପାରିବେନି ଆମେରିକାର ପୂର୍ବତନ ରାଷ୍ଟ୍ରପତି । ଡୋନାଲ୍ଡ ଟ୍ରମ୍ପଙ୍କୁ ଫେସବୁକ୍ ଝଟକା ଦେଇ ଶୁକ୍ରବାର ଦିନ ତାଙ୍କ ସୋସିଆଲ ମିଡିଆ ଅକାଉଣ୍ଟକୁ ସସପେଣ୍ଟ୍ କରିଛି ଫେସବୁକ୍ । ଚତିଳ ବର୍ଷ ଜାନୁୟାରୀ ଠାରୁ ତାଙ୍କ ଆକାଉଣ୍ଟ୍ ସସପେଣ୍ଡ ହୋଇଥିବା ପ୍ରଭାବୀ ମନେ କରାଯିବ । ଏହାପୂର୍ବରୁ ଟ୍ୱିଟର ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟକୁ ମଧ୍ୟ ସସପେଣ୍ଡ୍ କରିଥିଲା ।
ମେ ’ମାସରେ ଫେସବୁକର ସ୍ୱତନ୍ତ୍ର ନୀରିକ୍ଷଣ ବୋର୍ଡ, ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ସୋସିଆଲ ମିଡିଆ ସସପେଣ୍ଡକୁ ସମର୍ଥନ କରିଛି । ଜାନୁଆରୀ ୬ ରେ ଆମେରିକାର କ୍ୟାପିଟାଲ (ଆମେରିକାର ସଂସଦ) ରେ ହୋଇଥିବା ଦଙ୍ଗାକୁ ନଜରରେ ରଖି ଏହାଲାଗୁ କରାଯାଇଥିଲା । ଡୋନାଲ୍ଡ ଟ୍ରମ୍ପ ଦଙ୍ଗାକୁ ଉତ୍ସାହିତ କରିବା ପରି ପୋଷ୍ଟ କରିଥିବା କହିଥିଲା ସୋସିଆଲ ମିଡିଆ କମ୍ପାନୀ ।
ଡୋନାଲ୍ଡ ଟ୍ରମ୍ପ ରାଷ୍ଟ୍ରପତି ପଦରେ ଥିବା ସମୟରେ ପ୍ରାରମ୍ଭିକ ଭାବେ ଫେସବୁକ ଏପରି କୋଠର ପଦକ୍ଷେପ ଗ୍ରହଣ କରିଥିଲା । ଟ୍ରମ୍ପଙ୍କୁ ଫେସବୁକ ଆକାଉଣ୍ଟ୍ ସସପଣ୍ଡେ୍ କରିବା ପରେ ଲମ୍ବା ସମୟ ଧରି ଚର୍ଚ୍ଚା ଚାଲିଥିଲା । ଗତ ମାସରେ ସୋସିଆଲ ମିଡିଆ କମ୍ପାନୀର ଓଭରସାଇଟ ବୋର୍ଡ କହିଥିଲା, ଡୋନାଲ୍ଡ ଟ୍ରମ୍ପଙ୍କୁ ଆକାଉଣ୍ଟକୁ ଅନିଶ୍ଚିତକ।ଳୀନ ତଥା ମାନକହୀନ ରୂୂପରେ ପ୍ରତିବନ୍ଧକ କରିବା ଉଚିତ ନଥିଲା । ଏହି କ୍ରମରେ ଶୁକ୍ରବାର ଦିନ ବୋର୍ଡର ନିର୍ଦ୍ଦେଶ ଅନୁଯାୟୀ ଟ୍ରମ୍ପଙ୍କ ଫେସବୁକ୍ ଆକାଉଣ୍ଟକୁ ଦୁଇ ବର୍ଷ ପାଇଁ ସସପେଣ୍ଡ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଜାନୁୟାରୀ ୬, ୨୦୨୧ ରେ ଆମେରିକାର ସଂସଦ ପରିସରରେ ହୋଇଥିବା ହିଂସା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆକାଉଣ୍ଟକୁ ବ୍ଲକ୍ କରିଥିଲା ଫେସବୁକ । ଜାଣିଶୁଣି ସମର୍ଥକଙ୍କୁ ଉସକାଇବା ଅଭିଯୋଗରେ, ହିଂସା ଉପୁଜିଥିବା ଅଭିଯୋଗ ହୋଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/donald-trump_1622862054.jpg)