twins
ଲକ୍ଷ୍ନୌ: ଲୋକଙ୍କ ଜୀବନ ଜୀବିକା ଉପରେ କାଳ ସାଜିଛି ମହାମାରୀ କରୋନା। କରୋନା ଯୋଗୁ କାହାର ସଂସାର ଉଜୁଡ଼ି ଯାଇଛି ତ, କିଏ ଅନାଥ ହୋଇଯାଇଛି। ଆଉ କିଏ ସବୁଦିନ ପାଇଁ ନିଜ ସନ୍ତାନଙ୍କୁ ହରାଇଛନ୍ତି। ଆଖି ସାମ୍ନାରେ ସନ୍ତାନଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ବାପାମା’। ଜନ୍ମ ଦିନର କିଛି ଦିନ ପରେ ଡାକିନେଲା ଯମ। ସାଥୀ ହୋଇ ଜନ୍ମ ହୋଇଥିଲେ ଓ ସାଥୀ ହୋଇ ଚାଲିଗଲେ ଯାଆଁଳା ଭାଇ। ଉତ୍ତରପ୍ରଦେଶ ମିରଟରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି। କରୋନାରୁ ସୁସ୍ଥ ହେବାର କିଛି ଦିନ ପରେ ଯାଆଁଳା ଭାଇଙ୍କ ମୃତ୍ୟୁ ଘଟିଛି।
/odishatv-khabar/media/post_attachments/wp-content/uploads/2021/05/twins.jpg)
କରୋନାରୁ ସୁସ୍ଥ ହେବାର କିଛି ଦିନ ପରେ ମିରଟ ନିବାସୀ ଗ୍ରେଗୋରୀ ରେମଣ୍ଡଙ୍କ ୨ ଯାଆଁଳା ପୁଅଙ୍କ ମୃତ୍ୟୁ ଘଟିଛି। ଜୋଏଫ୍ରେଡ୍ ଓ ରାଲ୍ଫ୍ରେଡ୍ ୨ ଭାଇ କମ୍ପ୍ୟୁଟର ଇଞ୍ଜିନିୟର ଥିଲେ ଓ ଉଭୟ ହାଇଦ୍ରାବାଦରେ ଚାକିରି କରୁଥିଲେ। ଏପ୍ରିଲ ୨୩ରେ ଉଭୟ ସେମାନଙ୍କର ୨୪ ତମ ଜନ୍ମ ଦିନ ପାଳିଥିଲେ। ହେଲେ କେହିବି ଜାଣିନଥିଲେ ଏହା ସେମାନଙ୍କର ଶେଷ ଜନ୍ମ ଦିନ ହୋଇଯିବ। ଜନ୍ମଦିନର ପରଦିନ ଅର୍ଥାତ୍ ଏପ୍ରିଲ ୨୪ରେ ଉଭୟ କରୋନାରେ ଆକ୍ରାନ୍ତ ହୋଇଥିଲେ। ମେ’୧୩ ଓ ୧୪ରେ ଉଭୟ ଯାଆଁଳା ଭାଇଙ୍କ ମୃତ୍ୟୁ ଘଟିଥିଲା। ବାପାମା’ଙ୍କ ଆଖି ସାମ୍ନାରେ ୨ ପୁଅ ଚାଲିଯିବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ଗ୍ରେଗୋରୀ କହିଛନ୍ତି, ଦୁଇ ପୁଅ ଚାଲି ଯିବା ପରେ ପରିବାର ଲୋକ ପୁରାପୂରି ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ପରିବାରରେ ଏବେ କେବଳ ୩ ଜଣ ସଦସ୍ୟ ଅଛନ୍ତି।
/odishatv-khabar/media/post_attachments/wp-content/uploads/2021/05/twins-1.jpg)
କରୋନାରେ ଆକ୍ରାନ୍ତ ହୋଇ ମେ’ ୧ରେ ଜୋଏଫ୍ରେଡ୍ ଓ ରାଲ୍ଫ୍ରେଡ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ମେ’ ୧୦ରେ ସେମାନଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା। ମେ’ ୧୩ ତାରିଖ ରାତି ୧୧ଟାରେ ଗ୍ରେଗୋରୀଙ୍କ ପାଖକୁ ହସ୍ପିଟାଲ୍ରୁ ଫୋନ୍ କଲ୍ ଆସିଥିଲା। ଜୋଏଫ୍ରେଡ୍ଙ୍କ ମୃତ୍ୟୁ ହୋଇଥିବା ନେଇ ହସ୍ପିଟାଲ୍ ପକ୍ଷରୁ କୁହାଯାଇଥିଲା। ସେହିଦିନ ସେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ମଧ୍ୟ ଅନୁଭବ କରୁଥିଲେ। ଗୋଟିଏ ପୁଅର ମୃତ୍ୟୁ ଖବର ଶୁଣି ଦୁଃଖରେ ଭାଙ୍ଗି ପଡ଼ିଥିବା ପରିବାର ଲୋକଙ୍କ ଉପରେ ପୁଣି ଦୁଃଖ ମାଡ଼ି ଆସିଥିଲା। ହସ୍ପିଟାଲ୍ରେ ଭର୍ତ୍ତି ହୋଇ ମୃତ୍ୟୁ ସହ ସଂଘର୍ଷ କରୁଥିବା ରାଲ୍ଫ୍ରେଡ୍ଙ୍କ ଜୋଏଫ୍ରେଡ୍ଙ୍କ ମୃତ୍ୟୁର ଦିନକ ପରେ ଅର୍ଥାତ୍ ମେ’୧୪ରେ ମୃତ୍ୟୁ ଘଟିଥିଲା।
ଅନ୍ୟପକ୍ଷେ, ଦେଶରେ ଆଜି ସବୁ ରେକର୍ଡ ଭାଙ୍ଗିଛି କରୋନା ମୃତ୍ୟୁ ସଂଖ୍ୟା। ଦିନକରେ ଦେଶରେ ସର୍ବାଧିକ ମୃତ୍ୟୁ ରେକର୍ଡ ହୋଇଛି। ଦେଶରେ ଗତ ୨୪ ଘଣ୍ଟାରେ ୪୩୨୯ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମିଥିଲା ବେଳେ ମୃତ୍ୟୁ ସଂଖ୍ୟାରେ କିନ୍ତୁ ଲାଗି ପାରୁନି ବ୍ରେକ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/twins-11_1621324564.jpg)