Advertisment

ଏହି ଅଭିନେତାଙ୍କ ପାଇଁ ଟିଏମ୍‌ସି ସାଂସଦ ନୁସରତ୍‌ଙ୍କ ବୈବାହିକ ଜୀବନରେ ଝଡ଼ !

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ୍‌ ଜହାଁ ଶେଷରେ ନିଜର ବୈବାହିକ ଜୀବନକୁ ନେଇ ମୁହଁ ଖୋଲିଛନ୍ତି। ୨୦୧୯ରେ ବିଜ୍‌ନେସ୍‌ ମ୍ୟାନ୍‌ ନିଖିଲ ଜୈନଙ୍କ ସହ ହୋଇଥିବା ତାଙ୍କର ବିବାହ ବୈଧ(ଭାଲିଡ୍‌) ନୁହେଁ ବୋଲି ନୁସରତ୍‌ କହିଛନ୍ତି। ସେ କହିଛନ୍ତି,…

ଅଦ୍ୟତନ ହୋଇଛି
ଏହି ଅଭିନେତାଙ୍କ ପାଇଁ ଟିଏମ୍‌ସି ସାଂସଦ ନୁସରତ୍‌ଙ୍କ ବୈବାହିକ ଜୀବନରେ ଝଡ଼ !

nusrat jahan

Advertisment

ନୂଆଦିଲ୍ଲୀ: ଅଭିନେତ୍ରୀ ତଥା ଟିଏମ୍‌ସି ସାଂସଦ ନୁସରତ୍‌ ଜହାଁ ଶେଷରେ ନିଜର ବୈବାହିକ ଜୀବନକୁ ନେଇ ମୁହଁ ଖୋଲିଛନ୍ତି। ୨୦୧୯ରେ ବିଜ୍‌ନେସ୍‌ ମ୍ୟାନ୍‌ ନିଖିଲ ଜୈନଙ୍କ ସହ ହୋଇଥିବା ତାଙ୍କର ବିବାହ ବୈଧ(ଭାଲିଡ୍‌) ନୁହେଁ ବୋଲି ନୁସରତ୍‌ କହିଛନ୍ତି। ସେ କହିଛନ୍ତି, ‘ବହୁତ ପୂର୍ବରୁ ତାଙ୍କର ବିଚ୍ଛେଦ ହୋଇ ସାରିଥିଲା। ହେଲେ ଏସମ୍ପର୍କରେ ସେ କିଛି ବି ଆଲୋଚନା କରିନଥିଲେ। କାରଣ ସେ ତାଙ୍କର ବ୍ୟକ୍ତିଗତ ଜୀବନକୁ ନିଜ ଭିତରେ ସୀମିତ ରଖିବାକୁ ଚାହୁଁଥିଲେ ବୋଲି ନୁସରତ୍‌ କହିଛନ୍ତି।

Advertisment
Nusrat Jahan & Nikhil Jain
Image Credit: The Times Of India

‘ତୁର୍କୀ ଲ’ ଅନୁସାରେ, ନିଖିଲଙ୍କ ସହ ହୋଇଥିବା ତାଙ୍କର ବିବାହ ଭାରତରେ ବୈଧ(ଭାଲିଡ୍‌) ନୁହେଁ ବୋଲି ନୁସରତ୍‌ କହିଛନ୍ତି। ଏହାସହ ଏହି ବିବାହ ଦୁଇଟି ଧର୍ମର ଲୋକଙ୍କ ମଧ୍ୟରେ ହୋଇଥିଲା। ଭାରତରେ ଏହାକୁ ବିଧିବଦ୍ଧ ସ୍ୱୀକୃତି ଦେବାର ଆବଶ୍ୟକ ଥିଲା। ହେଲେ ଏପରି ହୋଇନଥିଲା। କୋର୍ଟ ଅଫ୍‌ ଲ’ ଅନୁସାରେ, ଏହା ଏକ ବିବାହ ନୁହେଁ, ଏହା ଏକ ରିଲେଶନସିପ୍‌ ଓ ଲିଭ୍‌-ଇନ୍‌ ରିଲେଶନସିପ୍‌। ଏଭଳି ପ୍ରକାର ବିବାହ ବୈଧ ନୁହେଁ। ତେଣୁ ତଲାକ୍‌(ଛାଡ଼ପତ୍ର) ମଧ୍ୟ ବୈଧ ହୋଇପାରିବ ନାହିଁ ବୋଲି ନୁସରତ୍‌ କହିଛନ୍ତି।

Nusrat Jahan & Nikhil Jain
Nusrat Jahan & Nikhil Jain

ପରିବାରର ସମସ୍ତ ଖର୍ଚ୍ଚ ସେ ନିଜେ ବହନ କରି ଆସିଛନ୍ତି। ଏଥିପାଇଁ ସେ କାହାଠୁ ଟଙ୍କାଟିଏ ବି ନେଇ ନାହାନ୍ତି। କଠିନ ପରିଶ୍ରମ ଯୋଗୁ ନିଜର ପରିଚୟ ସୃଷ୍ଟି କରିପାରିଛି ବୋଲି ନୁସରତ୍‌ କହିଛନ୍ତି।

Advertisment

ନୁସରତ୍‌ ଓ ନିଖିଲଙ୍କ ବୈବାହିକ ଜୀବନରେ ଉଠିଥିବା ଝଡ଼ ପଛର କାରଣ ଜଣେ ଅଭିନେତା ବୋଲି କୁହାଯାଉଛି। ଅଭିନେତା ୟାଶ୍‌ ଦାସଗୁପ୍ତା ଓ ନୁସରତ୍‌ ଉଭୟ ଡେଟିଂ କରୁଥିବା କୁହାଯାଉଛି। ନିକଟରେ ଉଭୟ ରାଜସ୍ଥାନକୁ ଏକ ଟ୍ରିପ୍‌ରେ ଯାଇଥିଲେ ବୋଲି ଶୁଣିବାକୁ ମିଳୁଛି। ନୁସରତ୍‌ ଓ ନିଖିଲଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେବା ପରେ ଏବେ ସୋସିଆଲ ମିଡିଆରେ ୟାଶ୍‌ଙ୍କ ସହ ନୁସରତ୍‌ଙ୍କ ଅନେକ ଫଟୋ ଭାଇରାଲ୍‌ ହେବାରେ ଲାଗିଛି। କିନ୍ତୁ ୟାଶ୍‌ଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ହେଉଥିବା ଚର୍ଚ୍ଚା ଉପରେ ନୁସରତ୍‌ ମୁହଁ ଖୋଲି ନାହାନ୍ତି।

Nusrat Jahan & Yash Dasgupta
Nusrat Jahan & Yash Dasgupta

କିଏ ଏହି ୟାଶ୍‌ ଦାସଗୁପ୍ତା ?

ୟାଶ୍‌ ଦାସଗୁପ୍ତା ହେଉଛନ୍ତି ଜଣେ ବଙ୍ଗାଳୀ ଅଭିନେତା। ଚଳିତ ବର୍ଷ ଫେବୃଆରୀରେ ସେ ବିଜେପିରେ ଯୋଗ ଦେଇଥିଲେ। ସେ ତାଙ୍କ ଅଭିନୟ କ୍ୟାରିୟର ପ୍ରଥମେ ଟେଲିଭିଜନରୁ ଆରମ୍ଭ କରିଥିଲେ। ଏହାପରେ ସେ ବଙ୍ଗାଳୀ ଫିଲ୍ମ ‘ଗ୍ୟାଙ୍ଗଷ୍ଟର’ରେ ଡେବ୍ୟୁ କରିଥିଲେ। ୨୦୧୬ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ୱାନ୍‌’ରେ ୟାଶ୍‌ ଓ ନୁସରତ୍‌ ଅଭିନୟ କରିଥିଲେ। ୨୦୨୦ରେ ରିଲିଜ୍‌ ହୋଇଥିବା ବଙ୍ଗାଳୀ ଫିଲ୍ମ ‘SOS Kolkata’ ରେ ଉଭୟ ନଜର ଆସିଥିଲେ। ଏଥିରେ ମିମି ଚକ୍ରବର୍ତ୍ତୀ ମଧ୍ୟ ଅଭିନୟ କରିଥିଲେ। 

Advertisment
Nusrat Jahan & Yash Dasgupta
Nusrat Jahan & Yash Dasgupta

୨୦୧୯ ଜୁନ୍‌ ୧୯ରେ ତୁର୍କୀର ବୋଦ୍ରମରେ ନୁସରତ୍‌ ଜହାଁ ଓ ନିଖିଲ ଜୈନଙ୍କ ବିବାହ ଅନୁଷ୍ଠିତ ହୋଇଥିଲା ଓ ସେହି ସମୟରେ ସେମାନଙ୍କର ବିବାହକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା। ପ୍ରଥମ ଥର ପାଇଁ ୨୦୧୯ରେ ନୁସରତ୍‌ ନିର୍ବାଚନ ମୈଦାନକୁ ଓହ୍ଲାଇ ଥିଲେ। ଟିଏମ୍‌ସି ପ୍ରାର୍ଥୀ ଭାବେ ସେ ଲୋକସଭା ଆସନରେ ନିର୍ବାଚନ ଲଢ଼ିଥିଲେ ଓ ବିପୁଳ ଭୋଟ୍‌ରେ ବିଜୟ ମଧ୍ୟ ହାସଲ କରିଥିଲେ। ସେ ’ଖିଲାଡି’, ’ଖୋକା ୪୨୦’, ’ଲଭ୍‌ ଏକ୍ସପ୍ରେସ୍‌’ ଭଳି ଅନେକ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି।

Nusrat Jahan & Nikhil Jain
Nusrat Jahan & Nikhil Jain

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ