ସନ୍ତକବୀରନଗର : ପ୍ରେମ ପ୍ରତାରଣାର ଆଉ ଏକ କୋହଭରା କାହାଣୀ । ପ୍ରେମିକକୁ ବିବାହ କରି ଖୁସିରେ ସଂସାର ଗଢ଼ିବେ ବୋଲି ସ୍ୱପ୍ନ ଦେଖୁଥିଲେ ଯୁବତୀ । ଆଉ ଏଥିପାଇଁ ମହାମାରୀର ସଙ୍କଟ ଭିତରେ ବି ଧାଇଁ ଆସିଥିଲେ ମନର ମଣିଷ ପାଖକୁ । ହେଲେ ପ୍ରେମିକ ଘରେ ପହଞ୍ଚିବା ପରେ ସବୁ କିଛି ଓଲଟ ପାଲଟ ହୋଇ ଯାଇଥିଲା । ପ୍ରେମିକର ତ ଦେଖା ମିଳିଲାନି, ଯୁବତୀଙ୍କୁ ଘରେ କବାଟ କିଳି ନିର୍ଦ୍ଧୁମ ମାଡ଼ ମାରିଲେ ପ୍ରେମିକର ପରିବାର ଲୋକେ । ମାଡ଼ ମାରିବା ସହ ଅଶ୍ଳୀଳ ଭାଷାରେ ମଧ୍ୟ ଗାଳିଗୁଲଜ କରିଥବା ଅଭିଯୋଗ କରିଛନ୍ତି ଯୁବତୀ ଜଣକ । ଉତ୍ତରପ୍ରଦେଶ ସନ୍ତକବୀରନଗର ଜିଲ୍ଲାରେ ଘଟିଛି ଏପରି ଅଭାବନୀୟ ଘଟଣା । ପ୍ରତାରକ ପ୍ରେମିକର ପ୍ରେମରେ ଅନ୍ଧ ହୋଇ ମୁମ୍ବାଇରୁ ଚାଲି ଆସିଥିଲେ ପ୍ରେମିକା ।
ଅଭିଯୁକ୍ତ ଯୁବକ କୟୁମ ଉତ୍ତରପ୍ରଦେଶ ସନ୍ତଗକବୀର ନଗର ମୁଣ୍ଡେରୀ ଗାଁର ବାସିନ୍ଦା । କୟୁମ୍ ମୁମ୍ବାଇରେ ଏକ ଘରୋଇ କମ୍ପାନୀରେ କାମ କରେ । ଆଉ ସେଠାରେ ଉଭୟଙ୍କର ଦେଖାସାକ୍ଷାତ ହୋଇଥିଲା । ଅଭିଯୁକ୍ତ ଯୁବକ ବିବାହ କରିବାର ପ୍ରତିଶ୍ରୁତି ଦେଇ ଯୁବତୀଙ୍କ ସହ ଶାରୀରିକ ସମ୍ମନ୍ଧ ରଖିଥିଲା । ହେଲେ ଯୁବତୀ ଜଣକ ବିବାହ କଥା କହୁଥିଲେ ବାରମ୍ବାର କଥାକୁ ଟାଳୁଥିଲା । ତେବେ ଏହାରି ଭିତରରେ ମୁମ୍ବାଇ ଫେରିବା ପରେ ବିବାହ କରିବା କହି ଗାଁ ଚାଲି ଯାଇଥିଲା ଅଭିଯୁକ୍ତ ।
କୟୁମ ଯିବା ପରେ ପରେ ଯୁବତୀଙ୍କୁ ଏକୁଟିଆ ଭଲ ଲାଗିଲା ନାହିଁ । ପ୍ରେମିକଙ୍କୁ ଦେଖା କରିବା ସହ ବିବାହ କରିବାର ଆଶା ନେଇ କୟୁମ୍ ପରେ ପରେ ଯୁବକଙ୍କ ଗାଁରେ ପହଞ୍ଚିଥିଲେ ଯୁବତୀ । ହେଲେ ପ୍ରେମିକର ଦେଖା ମିଳିନଥିଲା । ଅଭିଯୁକ୍ତର କୌଣସି ଖୋଜଖବର ନପାଇ ପୋଲିସରେ ଅଭିଯୋଗ କରିଥିଲେ ପୀଡ଼ିତା । ୧୫ ଦିନ ଭିତରେ ଯୁବକଙ୍କୁ ଖୋଜି ଆଣିବା ସହ ବିବାହ କରାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲା ପୋଲିସ୍ । ହେଲେ ୧୫ ଦିନ ପରେ କୟୁମ ର ପତ୍ତା ନମିଳିବା ପରେ ତାଙ୍କ ଗାଁରେ ପହଞ୍ଚିଥିଲେ ଯୁବତୀ ଜଣକ । ହେଲେ ସେଠାରେ ବିବାହ କରିବେ କ’ଣ ଅଭିଯୁକ୍ତ ପ୍ରେମିକର ପରିବାର ତାଙ୍କୁ ବନ୍ଧକ ରଖି ମାଡ଼ ମାରିଥିଲେ ।
ସେପଟେ ଯୁବତୀ ଜଣକ ପୋଲିସ ନିକଟରେ ନ୍ୟାୟ ପାଇଁ ଗୁହାରୀ କରି କରି ଥକି ଯାଇଛନ୍ତି । ପ୍ରେମିକକୁ ଖୋଜି ଆଣିବାରେ ବିଫଳ ହୋଇଥିବା ପୋଲିସ ଉପରେ ତାଙ୍କର ଆଉ ଭରସା ପାଉନି । ୟୁପି ପୋଲିସ ବିକ୍ରି ହୋଇ ଯାଇଛି ବୋଲି ସେ କହିଛନ୍ତି । ନ୍ୟାୟ ନମିଳଲେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ଯୁବତୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/collage-1_1620301437.jpg)