Advertisment

ଧିରେ ଧିରେ ଦୁର୍ବଳ ହେଉଛି ତାଉତେ

ନୂଆଦିଲ୍ଲୀ : ଡିପ୍ ଡିପ୍ରେସନରେ ପରିଣତ ହୋଇଥିବା ତାଉତେ ଧିରେ ଧିରେ ଦୁର୍ବଳ ହେବାକୁ ଲାଗିଛି। ବର୍ତ୍ତମାନ ଗୁଜରାଟରୁ ଉତ୍ତର-ଉତ୍ତରପୂର୍ବ ଭାରତ ଆଡକୁ ଗତିକରୁଛି। ଘଣ୍ଟାକୁ ୨୦ କିମି ବେଗରେ ଏହା ଆଗକୁ ଆଗକୁ ବଢି ଦୁର୍ବଳ ହେଉଛି। ଆସନ୍ତା ୬…

ଅଦ୍ୟତନ ହୋଇଛି
ଧିରେ ଧିରେ ଦୁର୍ବଳ ହେଉଛି ତାଉତେ

cyclone-tauktae

Advertisment

ନୂଆଦିଲ୍ଲୀ : ଡିପ୍ ଡିପ୍ରେସନରେ ପରିଣତ ହୋଇଥିବା ତାଉତେ ଧିରେ ଧିରେ ଦୁର୍ବଳ ହେବାକୁ ଲାଗିଛି। ବର୍ତ୍ତମାନ ଗୁଜରାଟରୁ ଉତ୍ତର-ଉତ୍ତରପୂର୍ବ ଭାରତ ଆଡକୁ ଗତିକରୁଛି। ଘଣ୍ଟାକୁ ୨୦ କିମି ବେଗରେ ଏହା ଆଗକୁ ଆଗକୁ ବଢି ଦୁର୍ବଳ ହେଉଛି। ଆସନ୍ତା ୬ ଘଣ୍ଟା ମଧ୍ୟରେ ଡିପ୍ ଡିପ୍ରେସନରୁ ଏହା ଡିପ୍ରେସନରେ ପରିଣତ ହେବ। ଆଜି ଏବଂ ଆସନ୍ତାକାଲି ମଧ୍ୟରେ ଏହା ରାଜସ୍ଥାନ ହୋଇ ପଶ୍ଚିମ ଉତ୍ତର ପ୍ରଦେଶ ଆଡକୁ ଗତିକରି ଶକ୍ତିହିନ ହେବ ବୋଲି ସୂଚନା ରହିଛି।  ତେବେ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ମଧ୍ୟରେ ଗୁଜରାଟରେ ଆଗାମୀ ୧୨ ଘଣ୍ଟା ଯାଏ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହ ଦକ୍ଷିଣ ରାଜସ୍ଥାନର ଅନେକ ସ୍ଥାନରେ ସାମାନ୍ୟରୁ ମଧ୍ୟମଧରଣର ବର୍ଷା ସମ୍ଭାବନା ରହିଛି।

Advertisment

ଅନ୍ୟପଟେ ତାଉତେ ପ୍ରଭାବରେ ଉତ୍ତର ଭାରତରେ ବର୍ଷା ଲାଗି ରହିଥିବା ବେଳେ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଉତ୍ତର ରାଜସ୍ଥାନ, ଦିଲ୍ଲୀ ଏନସିଆର, ଉତ୍ତର ପ୍ରଦେଶ, ହରିୟାଣାରେ ଏହାର ପ୍ରଭାବ ପଡ଼ିଛି। ଏହା ସହ ଦିଲ୍ଲୀ ଏନସିଆର ପାଇଁ ଜାରି ହୋଇଛି ଅରେଞ୍ଜ ଓ୍ୱାର୍ଣ୍ଣି। ଗତକାଲି ରାତିରେ ଏହି ସବୁ ସ୍ଥାନରେ ବର୍ଷା ହୋଇଥିବାବେଳେ ଆଜି ବର୍ଷାର ପରିମାଣ ବଢ଼ିବ। ଆସନ୍ତାକାଲି ମଧ୍ୟ ବର୍ଷାର ପ୍ରକୋପ ରହିବ ବୋଲି ପୂର୍ବାନୁମାନ କରାଯାଇଛି।

ତାଉତେ ଯୋଗୁଁ ଗତ କିଛି ଘଣ୍ଟା ଧରି ମହାରାଷ୍ଟ୍ରର ମୁମ୍ବାଇ ନିକଟବର୍ତ୍ତୀ କେତେକ ଅଞ୍ଚଳରେ ବିଦ୍ୟୁତ୍ ଯୋଗାଣ ବନ୍ଦ ହୋଇଯାଇଥିଲା। ମିଳିଥିବା ସୂଚନା ଅନୁଯାୟୀ, ଗତ ୨ ଦିନ ଧରି ଏହି ଘୂର୍ଣ୍ଣିବଳୟ ଯୋଗୁଁ ନାଲାସୋପରାଠାରେ ବିଦ୍ୟୁତ ଯୋଗାଣ ବନ୍ଦ ରହିଛି। ଏହି ପରିପ୍ରେକ୍ଷୀରେ ଯଥାଶୀଘ୍ର ବିଦ୍ୟୁତ ଯୋଗାଣ ଆରମ୍ଭ କରାଯିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ବିଦ୍ୟୁତ ଯୋଗାଣ ବନ୍ଦ ହେତୁ ପ୍ରାୟ ୪୬ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରବଳ ପବନ ହେତୁ ଅନେକ ସ୍ଥାନରେ ବୈଦ୍ୟୁତିକ ପୋଲ ମଧ୍ୟ ଭାଙ୍ଗିଯାଇଛି।

Advertisment

ସୋମବାର ରାତିରେ ମହାରାଷ୍ଟ୍ରର କୋଙ୍କଣ ଉପକୂଳ ଦେଇ ଯିବା ପରେ ଏହି ଘୂର୍ଣ୍ଣିଝଡ ଗୁଜୁରାଟ ଉପକୂଳବର୍ତ୍ତୀ ଅଞ୍ଚଳରେ ତାଣ୍ଡବ ଖେଳାଇବାରୁ ରତ୍ନଗିରି ଏବଂ ସିନ୍ଧୁଦୁର୍ଗ ଜିଲ୍ଲାର ୧୮.୪୩ ଲକ୍ଷ ଗ୍ରାହକଙ୍କ ବିଦ୍ୟୁତ୍ ଯୋଗାଣ ବାଧାପ୍ରାପ୍ତ ହୋଇଛି। ମଙ୍ଗଳବାର ଦିନ ପ୍ରକାଶିତ ଏକ ସରକାରୀ ପ୍ରକାଶନରେ ଏହି ସୂଚନା ଦିଆଯାଇଛି। ଏହି ଦୁଇଟି ଜିଲ୍ଲାର ୩,୬୬୫ ଗାଁର ୫୨ ପ୍ରତିଶତ ଗ୍ରାହକଙ୍କ ବିଦ୍ୟୁତ୍ ଯୋଗାଣ ପୁନଃ ସ୍ଥାପିତ ହୋଇଥିବାବେଳେ ଅବଶିଷ୍ଟ ଅଞ୍ଚଳରେ ଏହାକୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ୟମ ଚାଲିଛି।

ମହାରାଷ୍ଟ୍ର ଶକ୍ତି ମନ୍ତ୍ରୀ ନିତିନ ରାଉତ କହିଛନ୍ତି ଯେ ଅବଶିଷ୍ଟ ଗ୍ରାହକଙ୍କ ବିଦ୍ୟୁତ ଯୋଗାଣକୁ ପୁନଃ ସ୍ଥାପିତ କରିବା ପାଇଁ ୧୩,୧୭୨ କର୍ମଚାରୀ ନିରନ୍ତର ପରିଶ୍ରମ କରୁଛନ୍ତି। ରତ୍ନଗିରି, ସିନ୍ଧୁଦୁର୍ଗ, ରାୟଗଡ, ଥାନେ ଓ ପାଲଘର ଜିଲ୍ଲାର ମୋଟ ୧୩,୩୮୯ ନାଗରିକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। କିନ୍ତୁ ମହାରାଷ୍ଟ୍ର ବିପର୍ଯ୍ୟୟ ପରିଚାଳନା ବିଭାଗ ଅନୁଯାୟୀ, ରାୟଗଡ ଜିଲ୍ଲାର ସୁରକ୍ଷିତ ସ୍ଥାନକୁ ୮,୩୮୩ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ସିନ୍ଧୁଦୁର୍ଗ ଓ ଥାନେରେ ୧୯୦ ଓ ୫୩ଜଣଙ୍କୁ ଯଥାକ୍ରମେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ