Advertisment

କେମିତି ସୁଶାନ୍ତଙ୍କର ହୋଇଥିଲା ମୃତ୍ୟୁ?

ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆଜି ପୁରିଛି ୧ ବର୍ଷ। ବର୍ଷେ ତଳେ ଠିକ୍ ଆଜିର ଦିନରେ ଶହ ଶହ ଫ୍ୟାନଙ୍କୁ ଅଲବିଦା କହି ଚାଲିଯାଇଥିଲେ ସୁଶାନ୍ତ

ଅଦ୍ୟତନ ହୋଇଛି
କେମିତି ସୁଶାନ୍ତଙ୍କର ହୋଇଥିଲା ମୃତ୍ୟୁ?

susanta

Advertisment
ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁକୁ ଆଜି ପୁରିଛି ୧ ବର୍ଷ। ବର୍ଷେ ତଳେ ଠିକ୍ ଆଜିର ଦିନରେ ଶହ ଶହ ଫ୍ୟାନଙ୍କୁ ଅଲବିଦା କହି ଚାଲିଯାଇଥିଲେ ସୁଶାନ୍ତ । ସେ ଆଜି ଦୁନିଆରେ ନାହାନ୍ତି ସତ ମାତ୍ର, କୋଟି କୋଟି ଫ୍ୟାନଙ୍କ ହୃଦୟରେ ଜୀବନ୍ତ ହୋଇ ରହିଛନ୍ତି। ତେବେ ବିଡ଼ମ୍ବନାର ବିଷୟ ବର୍ଷେ ପରେ ବି ସୁଶାନ୍ତଙ୍କ ମୃତ୍ୟୁ ଉପରୁ ହଟିପାରିନି ପରଦା। ୫ଟି ତଦନ୍ତକାରୀ ସଂସ୍ଥାର ତଦନ୍ତ ପରେ ବି ଫଳ ଶୂନ। ସିବିଆଇ ତାର ପ୍ରାଥମିକ ଚାର୍ଜସିଟ୍ ଦେଇସାରିଥିଲେ ମଧ୍ୟ ଏବେ ବି ରହସ୍ୟ ଘେରରେ ସୁଶାନ୍ତଙ୍କ ମୃତ୍ୟୁ।
୧୪ ଜୁନ୍ , ୨୦୨୦। ଠିକ୍ ଆଜିର ଦିନରେ ଶହ ଶହ ଫ୍ୟାନଙ୍କୁ ଅଲବିଦା କହି ଚାଲିଗଲେ ସୁଶାନ୍ତ। ଏଇ ଯେମିତି କାଲିର କଥା ଥିଲା kal ki hi batt hai ଫିଲ୍ମରେ ସୁଶାନ୍ତଙ୍କ ଜବରଦସ୍ତ ଆକଟିଂ ଦେଖି ପ୍ରଶଂସକ ତାଙ୍କୁ ମନେ ହି ପକାଉଥିଲେ। କିନ୍ତୁ ବିଧିର ବିଧାନ ହିଁ ଥିଲା କିଛି ଅଲଗା। ଯିଏ ଦିନେ ଫିକର ନଟର କଥା କହୁଥିଲେ ତାଙ୍କ ସହ ଯେ ଏପରି କିଛି ଘଟିବ ତାକୁ ସହଜରେ ଗ୍ରହଣ କରିପାରୁନଥିଲେ ଫ୍ୟାନ୍। ଆଜି ସେ ଦୁନିଆ ଛାଡ଼ି ଯିବାର ବର୍ଷେ ପୁରିଛି, ହେଲେ ଏବେ ବି ଲକ୍ଷ ଲକ୍ଷ ପ୍ରଂଶସକଙ୍କ ହୃଦୟରେ ସୁଶାନ୍ତ ସତେଜ ଅଛନ୍ତି। ଯେମିତି ତାଙ୍କ ଫିଲ୍ମ ସେମିତି ହିଁ ସେ ସଦାବାହାର।
ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ଆଜି ବି ରହସ୍ୟ ଘେରରେ ଅଛି। ହତ୍ୟା ନା ଆତ୍ମହତ୍ୟା ତାକୁ ନେଇ ଆଜି ବି ନାନା କଳ୍ପନାଜଳ୍ପନା ଓ ଯୁକ୍ତି ଚାଲିଛି। ୫ଟି ତଦନ୍ତକାରୀ ସଂସ୍ଥାର ତଦନ୍ତ ପରେ ବି ନିଷ୍କର୍ସ ଶୂନ। ପ୍ରଥମେ ମୁମ୍ବାଇ ପୋଲିସ୍, ପରେ ବିହାର ପୋଲିସ୍, ଏନ୍ସିବି, ଇଡି ଆଉ ଶେଷରେ ସିବିଆଇ। କୌଣସି ମୃତ୍ୟୁ ମାମଲାରେ ୫ଟି ତଦନ୍ତକାରୀ ସଂସ୍ଥା ଜଡ଼ିତ ହେବା ପ୍ରଥମ ଘଟଣା। ଦେଶର ଟପ୍ ତିନି ଏଜେନ୍ସିର ତଦନ୍ତ ପରେ ବି ଜଣାପଡ଼ିନି ମୃତ୍ୟୁର ଅସଲ କାରଣ।
ତେବେ ମୁମ୍ବାଇ ପୋଲିସ୍ ନିଜ ଚାର୍ଜସିଟରେ ଆତ୍ମହତ୍ୟାର ଥିଓରୀ ଦେଇଥିଲେ ବି ଏହାକୁ ପ୍ରମାଣିତ କରିବାରେ ବିଫଳ ହୋଇଛି। ସେପଟେ ମାମଲାରେ ଡ୍ରଗ୍ସ ଆଙ୍ଗେଲରେ ଏନସିବି ଦୁଇ ଶହରୁ ଅଧିକ ଲୋକଙ୍କୁ ପଚରାଉଚରା କରିଛି। ନିକଟରେ ସୁଶାନ୍ତଙ୍କ ରୁମ୍ ମେଟ୍ ସିଦ୍ଧାର୍ଥ ପିଠାନୀଙ୍କୁ ଗିରଫ କରିଛି। ହେଲେ ସୁଶାନ୍ତଙ୍କ ମୃତ୍ୟୁ ସହ ଏହାର ସମ୍ପର୍କ ରହିଛି କି ନା ନାହିଁ ତାହା ସ୍ପଷ୍ଟ ହୋଇନି। ଅନ୍ୟପଟେ ଟଙ୍କା ନେଣତେଣ ମାମଲାରେ ଇଡି ତଦନ୍ତ କରିଥିଲେ ବି ମାମଲାରେ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ହୋଇନି। ଅପରପକ୍ଷେ ସିବିଆଇ…ଯାହା ଉପରେ ଲକ୍ଷ ଲକ୍ଷ ପ୍ରଶଂସକ ନିଜ ଆସ୍ଥା ଯତାଇଥିଲେ। ସେ ବି ଯେପରି ଏବେ ନିର୍ଷ୍କୟ ହୋଇ ରହିଛି।
ସୁଶାନ୍ତଙ୍କ ମୃତ୍ୟୁ ପରେ ସବୁଠୁ ଅଧିକ ଚର୍ଚ୍ଚାକୁ ଆସିଥିଲେ ଗାର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତି। ମୃତ୍ୟୁର ସପ୍ତାହେ ତଳ ଯାଏ ତାଙ୍କ ସହ ଥିବା ରିୟାଙ୍କୁ ଏକାଧିକ ତଦନ୍ତକାରୀ ସଂସ୍ଥା ନିଜ ରାଡାର୍କୁ ନେଇଥିଲା। ହେଲେ ହଠାତ୍ ସୋସିଆଲ ମିଡିଆରେ ସୁଶାନ୍ତ ପାଇଁ ଆରମ୍ଭ ହୋଇଥିବା #JUSTICEFOR SUSHANT କ୍ୟାମ୍ପେନ୍ ପୁରା ମାମଲାର ମୋଡ୍ ବଦଳାଇ ଦେଇଥିଲା। ସୁଶାନ୍ତଙ୍କ ମାନସିକ ଅବସ୍ଥା ସ୍ଥିର ନରହିବା, ଡ୍ରଗ୍ସର ବ୍ୟବହାର ଭଳି ଦିଗ ସାମ୍ନାକୁ ଆସିବା ପରେ ସେପ୍ଚେମ୍ବର ୮ରେ ଗିରଫ ହୋଇଥିଲେ ରିୟା। ଖାଲି ରିୟା ନୁହଁନ୍ତି ତାଙ୍କ ଭାଇ ସୌଭିକ ଚକ୍ରବର୍ତ୍ତିଙ୍କୁ ବି ଗିରଫ କରିଥିଲା ଏନସିବି। ହେଲେ ସୁଶାନ୍ତଙ୍କ ମୃତ୍ୟୁ ମାମଲା ଡ୍ରଗ୍ସ ଆଙ୍ଗେଲକୁ ଢଲିବା ସହ ଆଳୁ ଖୋଲୁ ଖୋଲୁ ମହାଦେବ ବାହାରିଲା ଭଳି ଏଥିରେ ଯୋଡ଼ି ହୋଇଥିଲା ଏକାଧିକ ନାଁ।
ବଲିଉଡର ଆଗ ଧାଡ଼ିର ଅଭିନେତ୍ରୀ ଯେପରି ଦୀପିକା ପାଦୁକୋଣ, ସାରା ଅଲ୍ଲିଖାନ୍, ଶ୍ରଦ୍ଧା କପୁରଙ୍କୁ ବି ଏନ୍ସିବି ଅଫିସରେ ଘଣ୍ଟା ଘଣ୍ଟା ବସିବାକୁ ପଡ଼ିଲା। ସୁଶାନ୍ତ ନାହାନ୍ତି କିନ୍ତୁ ତାଙ୍କ ଅଭିନୀତ ଦିଲ ବେଚାରା, ଛିଚୋରେ, ସୋନ ଚିଡିଆ, ଏମ୍ଏସ୍ ଧୋନି, କେଦାରନାଥ, କାଇ ପୋ ଛେ-ଭଳି ଫିଲ୍ମ ତାଙ୍କୁ ଲିଭିଂ ଲେଜେଣ୍ଡର ଆଖ୍ୟା ଦେଇଛି। ମୃତ୍ୟୁର ଆଠ ମାସ ପରେ ତାଙ୍କୁ ମରୋଣତ୍ତର ଦାଦାସାହେବ ଫାଲକେ ସମ୍ମାନ ମିଳିଛି। ପିଲା ବେଳୁ ହିଁ ଆଷ୍ଟ୍ରୋନଟ୍‌ ହେବା ସ୍ୱପ୍ନ ଦେଖିଥିବା ଏହି ବିହାରୀ ବୟ ପାଟନାରେ ଇଞ୍ଜିନିୟରିଂ କରିଥିଲେ। ପରେ ମାୟାନଗରୀ ମୁମ୍ବାଇ ହିଁ ବନିଥିଲା ତାଙ୍କ ଶେଷ ପରିଚୟ।
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ