police
ସୁରତ : ଆଇନର ହାତ ଲମ୍ବା । ଏ ଉକ୍ତିଟି ଆଜି ଅକ୍ଷରେ ଅକ୍ଷରେ ସତ ହୋଇଛି । ପୋଲିସର ଆଖିରେ ଧୂଳି ଦେବାକୁ ୫୫ କିଲୋରୁ ୧୧୫ କିଲୋ ଓଜନ ବଢ଼ାଇଥିଲା ଅପରାଧୀ । ତଥାପି ପୋଲିସ ଠାରୁ ରକ୍ଷା ପାଇପାରିଲା ନାହିଁ । ଅପରାଧ କରିବା ପରେ ପୋଲିସ ଠାରୁ ରକ୍ଷା ପାଇବା ପାଇଁ ଗୌତମମ ନାମକ ଜଣେ ବ୍ୟକ୍ତି ଏପରି ଉପାୟ ଆପଣାଇଥିଲା, ହେଲେ ଅପରାଧୀର ସବୁ ରଣନୀତି ଫେଲ ମାରିଛି । ଅପରାଧର ତିନି ବର୍ଷ ପରେ ତଥା ମୋଟା ହୋଇଯାଇଥିବା ଅପରାଧୀକୁ ଚିହ୍ନି ଦଣ୍ଡ ଦେଇଛି ପୋଲିସ । ଗୁଜରାଟ ସୁରଟରେ ଏପରି ଏକ ଘଟଣା ଘଟିଛି ।
୨୦୧୮ ମସିହାରେ ଅଭିଯୁକ୍ତ ଗୌତମ ୱାନଖେଡ଼େ ନିଜର ଜଣେ ସହଯୋଗୀ ସହ ମିଶି ଶିବ ହୀରାନଗରର ରେଲୱେ ଟ୍ରାକ ନିକଟରେ ବିନୟ ଓରଫ୍ ଜିତେନ୍ଦ୍ର ନାମକ ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ । ସେହି ସମୟରେ ଏହି ଘଟଣାର ମାଷ୍ଟରମାଇଣ୍ଟ ରାହୁଲ ଓ ତାଙ୍କର ବାକି ସାଥୀଙ୍କୁ ଗିରଫ କରିଥିଲା । କିନ୍ତୁ ଅପରାଧ ଘଟାଇ ଗୌତମ ଫେରାର ହେବାରେ ସଫଳ ହୋଇଯାଇଥିଲା । ଆଉ ତା’ପରେ ଆରମ୍ଭ ହୋଇଗଲା ଚୋର ପୋଲିସ ଖେଳ । ପୋଲିସକୁ ଚକମା ଦେବାକୁ ନୂଆ ରଣନୀତି ଆପଣାଇଥିଲା ଗୌତମ । କେବଳ ମାମୁଁ ହାତରୁ ରକ୍ଷା ପାଇବା ପାଇଁ ୬୦ କିଲୋ ପର୍ଯ୍ୟନ୍ତ ଓଜନ ବଢ଼ାଇଥିଲା । ମାତ୍ର ୩ ବର୍ଷ ମଧ୍ୟରେ ସେ ଏତେ ମୋଟା ହୋଇଯାଇଥିଲା ଯେ କେହି ତାକୁ ଚିହ୍ନ ପାରୁନଥିଲେ । ହେଲେ ପୋଲିସ ଠାରୁ ବର୍ତ୍ତିବା ଏତେ ସହଜ ନୁହେଁ ।
ପୋଲିସ ସୂଚନା ଅନୁସାରେ ୨୦୧୮ରେ ଗୌତମର ଓଜନ ପାଖାପାଖି ୫୫ କିଲୋ ଥିଲା, ଆଉ ଏବେ ତା’ର ଓଜନ ୧୧୫ କିଲୋ । ଓଜନ ବଢ଼ାଇ ଗୌତମ ପୋଲିସ ଆଖିରୁ ଲୁଚିବାକୁ ପୂରା ଚେଷ୍ଟା କରିଥିିଲା । ହେଲେ ସୁରତ ପୋଲିସ ଗୌରତମକୁ ଚିହ୍ନି କେବଳ ଯେ ଗିରଫ କରିବା କରିଛି ତା’ ନୁହଁ ତିନି ବର୍ଷ ପୂର୍ବେ କରିଥିବା ଅପରାଧର ସଜା ମଧ୍ୟ ଦେଇଛନ୍ତି । ଚୋର ପୋଲିସ ଖେଳରେ ଅପରାଧୀର ପେଡ଼ି ଖୋଲିଯାଇଛି । ଆଉ ତିନି ବର୍ଷ ପରେ ଧରାପଡ଼ିଛି ଅପରାଧୀ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/police-1_1622943732.jpg)